Below header

କଡ଼ା ସୁରକ୍ଷା ଭିତରେ ଚୌଦ୍ୱାର ଜେଲ୍‌ରୁ ଅବଦୁର ରେହମାନ ଆସିଥିଲେ ଘରକୁ

କଟକ (କେ ନ୍ୟୁଜ୍‌) : କଟକ ଜଗତପୁରସ୍ଥିତ ପଶ୍ଚିମ କଚ୍ଛ ବାସଭବନକୁ ଚାରି ଘଣ୍ଟା ପାଇଁ ଆସି ପୁଣି ଚୌଦ୍ୱାର ଜେଲ୍ କୁ ଫେରି ଯାଇଛନ୍ତି ଅବଦୁର ରେହମାନ। ନିକଟ ଅତୀତରେ ତାଙ୍କ ମା’ଙ୍କର ଦେହାନ୍ତ ହୋଇଥିଲା। ଅନ୍ତ୍ୟେଷ୍ଟି କ୍ରିୟାକର୍ମରେ ଯୋଗ ଦେବାକୁ ଅବଦୁରଙ୍କ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା।

ଦିଲ୍ଲୀ କୋର୍ଟ ଏ ନେଇ ଅନୁମତି ପ୍ରଦାନ କରିବା ପରେ ଆଜି ତାଙ୍କୁ କଡା ସୁରକ୍ଷା ଭିତରେ ଚୌଦ୍ୱାର ଜେଲ କର୍ତ୍ତୃପକ୍ଷ ଓ କମିଶନରେଟ ପୋଲିସ ହେପାଜତରେ ତାଙ୍କ ବାସଭବନକୁ ନିଆଯାଇଥିଲା। ଆତଙ୍କବାଦ କାର‌୍ୟ୍ୟକଳାପ ଅଭିଯୋଗରେ ଅବଦୁର ରେହମାନଙ୍କୁ ୨୦୧୫ ମସିହା ଡିସେମ୍ବର ମାସରେ ଗିରଫ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.