Below header

କଟକର କ୍ୟାନସର ହସ୍ପିଟାଲରେ ପଶିଲା କରୋନା, କେମୋ ଓ୍ୱାର୍ଡ ସିଲ୍

କେନ୍ୟୁଜ୍ (ବ୍ୟୁରୋ):କଟକ ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍ପିଟାଲରେ କରୋନା ପଜିଟିଭ୍‌ ଚିହ୍ନଟ । ସଂକ୍ରମିତ ରୋଗୀ ଜଣଙ୍କ ଜରୁରୀକାଳୀନ ଓ୍ଵାର୍ଡରେ ଥିଲେ । ତାଙ୍କ ଘର ଗଂଜାମ ଜିଲ୍ଲାରେ । ଗତ ୧୯ ତାରିଖରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସେ ରହିଥିବା କ୍ୟାନସର ହସ୍ପିଟାଲର ଓ୍ଵାର୍ଡକୁ ସିଲ୍‌ କରିବା ସହ ସାନିଟାଇଜ୍‌ କରାଯାଇଛି । ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଡାକ୍ତର ଓ ଅନ୍ୟକର୍ମଚାରୀଙ୍କ କରୋନା ଟେଷ୍ଟ କରାଯିବ । ଏଥିସହ ସେମାନେ ଆଇସୋଲେସନ୍‌ରେ ରହିବେ । ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ଦୁଇ ରୋଗୀ ଓ ଆଟେଣ୍ଡାଣ୍ଟଙ୍କର ମଧ୍ୟ କରୋନା ପରୀକ୍ଷା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.