Below header

ଏହି ୫ ରାଶିଙ୍କ ଉପରେ ରହିବ ଶନିଙ୍କ ପ୍ରକୋପ, ଜାଣନ୍ତୁ କାହିଁ ଆପଣଙ୍କ ରାଶି ଏହା ଭିତରେ ନାହିଁ ତ !

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ମହତ୍ତ୍ୱପୂର୍ଣ୍ଣ ଗ୍ରହ ଭାବେ ନିଆଯାଏ । ଯିଏକି କୌଣସି ବ୍ୟକ୍ତିଙ୍କୁ ବି ପ୍ରଭାବିତ କରିପାରେ । ଶାସ୍ତ୍ରରେ ଭଗବାନ ମଧ୍ୟ ଶନି ଗ୍ରହଙ୍କ ଦୃଷ୍ଟିରୁ ଛାଡ଼ ପାଇ ନାହାଁନ୍ତି ବୋଲି କୁହାଯାଇଛି । ଶନିଙ୍କର ଏକ ସଙ୍ଗରେ ୫ ରାଶି ଉପରେ ନଜର ରହିଥାଏ । ଯେଉଁଠି ୨ ରାଶିଙ୍କ ଉପରେ ଶନିଙ୍କ ଦେଢ଼ା ପ୍ରକୋପ ଓ ୩ ରାଶିଙ୍କ ଉପରେ ଶନିଙ୍କ ସାଢ଼େ ସାତି ରହିଥାଏ । ତେବେ ଏହା ସବୁ ଜାତକଙ୍କ ପାଇଁ ସମାନ ଫଳ ଦେଇନଥାଏ । କୁଣ୍ଡଳୀରେ ଶନି ଗ୍ରହଙ୍କ ଶୁଭ ଓ ଅଶୁଭ ସ୍ଥିତି ନେଇ ଏହି ଫଳ ଦେଇଥାଏ । ଆସନ୍ତୁ ଜାଣିବା ଶନିଙ୍କର କେଉଁ ୫ ରାଶି ଉପରେ ପ୍ରଭାବ ରହିବ ।

ମିଥୁନ ରାଶି :

ଏହି ରାଶିର ସ୍ୱାମୀ ବୁଧ ଗ୍ରହ । ମିଥୁନ ରାଶି ଉପରେ ଏବେ ଶନିଙ୍କ ଦେଢ଼ା ଚାଲୁଛି । ତେଣୁ ଆପଣଙ୍କୁ ବହୁତ ସତର୍କ ରହିବାକୁ ହେବ । କୌଣସି ବି କାମକୁ ସାବଧାନର ସହ କରିବାକୁ ହେବ । କାର୍ଯ୍ୟସ୍ଥଳୀରେ ନିଜର ଶତ୍ରୁଙ୍କୁ ସାବଧାନ ରହିବା ଉଚିତ୍‌ । ନକଟତର ଲୋକଙ୍କ ଠାରୁ ଧୋକା ପାଇ ପାରନ୍ତି ।

ତୁଳା ରାଶି :

ଏହି ରାଶିର ସ୍ୱାମୀ ଗ୍ରହ ଶୁକ୍ର । ତୁଳା ରାଶିଙ୍କ ପାଇଁ ଶନି ଏବେ ଦେଢ଼୍ୟା ଅଛନ୍ତି । । ତେବେ ତୁଳା ରାଶି ପାଇଁ ଶନି ଏତେ ଖରାପ ହେବେନି । କାରଣ ଏହା ଶନିଙ୍କ ଉଚ୍ଚ ରାଶି ଅଟନ୍ତି । ଏହି ରାଶି ଉପରେ ଶନିଙ୍କ କୃପା ରହିଥାଏ ।

ଧନୁ ରାଶି :

ଏହି ରାଶିର ସ୍ୱାମୀ ଦେବ ଗୁରୁ ବୃହସ୍ପତି ଅଟନ୍ତି । ଧନୁ ରାଶି ଉପରେ ଏବେ ସାଢ଼େ ସାତି ଚାଲୁଛି । ଆଗାମୀ ଦିନରେ ଆପଣଙ୍କ କଷ୍ଟ କମ ହୋଇପାରେ । କାରଣ ଏହା ଶନିଙ୍କର ଆପଣଙ୍କ ରାଶି ଉପରେ ଶେଷ ପାଦରେ ଚାଲୁଛନ୍ତି । ତେଣୁ ଶନି ଗଲାବେଳେ କିଛି ଭଲ ଦେଇକରି ଯାଇ ପାରନ୍ତି ।

ମକର ରାଶି :

ଏହି ରାଶି ଶନି ଦେବଙ୍କ ସ୍ୱାମୀ ଗ୍ରହ । ଏବେ ଆପଣଙ୍କ ଉପରେ ଶନି ସାଢ଼େ ସାତି ଅଛନ୍ତି । ଯାହାଙ୍କୁ ସବୁଠୁ କଷ୍ଟଦାୟୀ ସମୟ ମନାଯାଏ । ତେଣୁ ଆପଣଙ୍କୁ ସବୁ କାମରେ ସାବଧାନ ରହିବା ଦରକାର ।

କୁମ୍ଭ ରାଶି :

ଏହି ରାଶିଙ୍କ ସ୍ୱାମୀ ଗ୍ରହ ଶନିଦେବ । କୁମ୍ଭ ବାଲାଙ୍କ ଉପରେ ଶନି ସାଢ଼େ ସାତିର ପ୍ରଥମ ଚରଣ ଚାଲୁଛନ୍ତି । ତେଣୁ ଆପଣଙ୍କୁ ମାନସିକ ଓ ଆର୍ଥିକ କ୍ଷେତ୍ରରେ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ । ଧୈର୍ଯ୍ୟରେ କାମ କରନ୍ତୁ । ସ୍ୱାସ୍ଥ୍ୟର ଖାସ ଖିଆଲ ରଖନ୍ତୁ । କୌଣସି ବି କାମରେ ସଫଳତା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.