ପଞ୍ଜାବରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ? ଆସନ୍ତାକାଲି ଘୋଷଣା କରିପାରନ୍ତି ରାହୁଲ ଗାନ୍ଧୀ

ଅମୃତସର : ପଞ୍ଜାବରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ? ଆସନ୍ତାକାଲି ଘୋଷଣା କରିପାରନ୍ତି ରାହୁଲ ଗାନ୍ଧୀ । ପାଳି ବଦଳ ହେବନି । ଚର୍ଚ୍ଚା ହେଉଥିଲା କଂଗ୍ରେସ କ୍ଷମତାକୁ ଆସିଲେ ସିଦ୍ଧୁ ଓ ଚନ୍ନିଙ୍କ ମଧ୍ୟରେ ପାଳି ବଦଳ ହେବ । ଉଭୟ ଅଢ଼େଇ ବର୍ଷ ଲେଖାଏଁ ମୁଖ୍ୟମନ୍ତ୍ରୀ ଗାଦିରେ ବସିବେ । କିନ୍ତୁ ରାହୁଲ କେବଳ ଜଣଙ୍କ ନାଁ ଘୋଷଣା କରିବେ ବୋଲି ସୂଚନା ମିଳିଛି ।

ସୂଚନା ମୁତାବକ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦୌଡ଼ରେ ଆଗରେ ଅଛନ୍ତି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ପୂର୍ବରୁ ଆକ୍ରମଣାତ୍ମକ ହୋଇ ପଡ଼ିଛନ୍ତି ପିସିସି ମୁଖ୍ୟ ସିଦ୍ଧୁ । କଂଗ୍ରେସ ଶୀର୍ଷ ନେତାଙ୍କୁ ଟାର୍ଗେଟ୍ କରିଛନ୍ତି।

ଶୀର୍ଷ ନେତା ପଞ୍ଜାବରେ ଦୁର୍ବଳ ମୁଖ୍ୟମନ୍ତ୍ରୀ ଚାହାନ୍ତି ବୋଲି ଗତକାଲି ସିଦ୍ଧୁ କହିଥିଲେ । ଚନ୍ନି ନିରବ ଥିବା ବେଳେ ନିଜ ସପକ୍ଷରେ ଯୁକ୍ତି ରଖୁଛନ୍ତି ସିଦ୍ଧୁ । ଆଜି ସିଦ୍ଧୁ କହିଛନ୍ତି ୬୦ ବିଧାୟକ ଜିତିଲେ ହିଁ ମୁଖ୍ୟମନ୍ତ୍ରୀ ଚୟନ ହେବ । ପଞ୍ଜାବ ଏହା ଉପରେ ନିଷ୍ପତ୍ତି ନେବ ବୋଲି ସିଦ୍ଧୁ କହିଛନ୍ତି ।

Leave A Reply

Your email address will not be published.