ଚାଣକ୍ୟ ନୀତି : ଦୁନିଆରେ ଏହି ୪ ଜିନିଷ ଠାରୁ ବଡ଼ ଆଉ କିଛି ନାହିଁ, ସମସ୍ତଙ୍କ ଉପରେ ମା’ଙ୍କ ସ୍ଥାନ

ଚାଣକ୍ୟ ଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା । ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ । ଯାହା ଜରିଆରେ ସେ ଦୁନିଆକୁ ମାର୍ଗ ଦର୍ଶନ କରିଥିଲେ । ବର୍ତ୍ତମାନ ସମୟରେ ଚାଣକ୍ୟଜୀଙ୍କ ନୀତିର ବହୁତ ପ୍ରାସଙ୍ଗିକତା ରହିଛି ।

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଦୁନିଆରେ କେଉଁ ଜିନିଷ ସବୁଠୁ ବଡ । ଏଠାରେ ଚାଣକ୍ୟ ମା’ଙ୍କ ସ୍ଥାନକୁ ସବୁଠୁ ବଡ଼ ବୋଲି କହିଛନ୍ତି । ଆଚାର୍ଯ୍ୟ ଏହି ଶ୍ଳୋକ ମାଧ୍ୟମରେ ସଂସାରର ଏପରି ୪ ଜିନିଷକୁ ଦୁନିଆର ସବୁଠ ବଡ଼ ସ୍ଥାନ ଦେଇଛନ୍ତି । ଆସନ୍ତୁ ଜାଣିବା କ’ଣ ସେହି ୪ ଜିନିଷ ।

ଶ୍ଳୋକ : ନାନ୍ନୋଦକସମଂ ଦାନଂ ନ ତିଥିର୍ଦ୍ୱାଦଶୀ ସମା ।

ନ ଗାୟତ୍ର୍ୟାଃ ପରୋ ମନ୍ତ୍ରୋ ନ ମାତୁଦୈବତଂ ପରମ୍‌ ।।

ଅର୍ଥ :

* ଅନ୍ନ ଓ ଜଳ ଦାନ ସମାନ ଆଉ କିଛି ନାହିଁ । ଦ୍ୱାଦଶୀ ସମାନ କୌଣସି ତିଥି ନାହିଁ । ଗାୟତ୍ରୀ ଠାରୁ ବଡ଼ ଆଉ କିଛି ମନ୍ତ୍ର ନାହିଁ । ମା’ ଠାରୁ ବଡ଼ କୌଣସି ଦେବତା ନାହାଁନ୍ତି ।
ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ସଂସାରରେ ଅନ୍ନ ଓ ଜଳ ଠାରୁ ବଡ଼ ଦାନ ଆଉ କିଛି ନାହିଁ । କାରଣ ଏହି ଦୁଇଟିରୁ ହିଁ ବ୍ୟକ୍ତିର ଭୋକ ଓ ଶୋଷ ମେଣ୍ଟିଥାଏ ।

ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଦ୍ୱାଦଶୀ ତିଥି ସବୁଠୁ ଶୁଭ ବୋଲି ମନାଯାଏ । କାରଣ ଏହି ଦିନ ଭଗବାନ ବିଷ୍ଣୁଙ୍କ ପୂଜା କରିବାର ବିଧାନ ରହିଛି ।

*  ସେହିପରି ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଗାୟତ୍ରୀ ମନ୍ତ୍ର ଠାରୁ ବଡ ଆଉ କିଛି ମନ୍ତ୍ର ନାହିଁ । କାରଣ ଏହି ମନ୍ତ୍ରକୁ ଜପ କରିବା ଦ୍ୱାରା ଧନ, ଶକ୍ତି, ଆୟୁ ଓ କୀର୍ତ୍ତି ପ୍ରାପ୍ତ ହୋଇଥାଏ ।

ଶେଷରେ ଚାଣକ୍ୟ କହିଛନ୍ତି ଯେ ମା’ଙ୍କ ଠାରୁ ବଡ଼ ଆଉ ସଂସାରରେ କେହି ନାହାଁନ୍ତି । ମା’ ସବୁ ଦେବତାଙ୍କ ଠାରୁ ବଡ଼ ହୋଇଥାଏ । ସେ ପ୍ରତ୍ୟେକଙ୍କ ପାଇଁ ପୁରା ବ୍ରହ୍ମାଣ୍ଡ ହୋଇଥାନ୍ତି ।

Leave A Reply

Your email address will not be published.