Below header

ହାଇଦ୍ରାବାଦ୍‌ ଗସ୍ତରେ ଯିବା ବେଳେ ବାଟରେ ଅଟକିଲେ ମୋଦି: କ୍ଷେତରୁ ଖାଇଲେ ଚଣା

କେନ୍ୟୁଜ୍(ବ୍ୟୁରୋ): ହାଇଦ୍ରାବାଦ୍‌ ଗସ୍ତରେ ଯିବା ବେଳେ ବାଟରେ ଓହ୍ଲାଇ କ୍ଷେତରୁ ଚଣା ଖାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ICRISATର ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ଉଦଘାଟନ କରିବାକୁ ଯିବା ବେଳେ ମୋଦି ହଠାତ୍‌ ଏକ ଚଣା କ୍ଷେତରେ ଅଟକି ଯାଇଥିଲେ । ପ୍ରୋଟୋକଲକୁ ଛାଡ଼ି ପିଏମ ମୋଦି କାରକୁ ଅଟକାଇ କ୍ଷେତକୁ ଯାଇଥିଲେ । ସେଠାରେ ଚଣା ଖାଇଥିଲେ । କିଛି ସମୟ କ୍ଷେତରେ ରହିବା ପରେ କାର୍ଯ୍ୟସୂଚୀ ଅନୁଯାୟୀ ସେଠାରୁ ବାହାରିଯାଇଥିଲେ ।

modi 2

ଏକାଦଶ ଶତାବ୍ଦୀର ସନ୍ଥ ରାମାନୁଜଙ୍କ ୨୧୬ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାମାନୁଜାଚାର୍ଯ୍ୟଙ୍କ ୧ହଜାର ତମ ଜନ୍ମ ବାର୍ଷିକୀ ଅବସରରେ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । ପଞ୍ଚ ଧାତୁରେ ନିର୍ମିତ ଏହି ପ୍ରତିମୂର୍ତ୍ତି । ୫୪ ଫୁଟ ଉଚ୍ଚର ବିଶାଳ ଆଧାର ଉପରେ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି । ପ୍ରତିମୂର୍ତ୍ତି ଉନ୍ମୋଚନ କରି ମୋଦି କହିଛନ୍ତି ଏହା ତାଙ୍କ ଜ୍ଞାନର ପ୍ରତିକ । ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମାନତାର କଥା କହୁଥିଲେ ସନ୍ଥ ରାମନୁଜ। ଏଥିପାଇଁ ତାଙ୍କ ପ୍ରତିମୂର୍ତ୍ତିର ନାଁ ରଖାଯାଇଛି ଷ୍ଟାଚ୍ୟୁ ଅଫ୍‌ ଇକ୍ୱାଲିଟି । ପାରମ୍ପରିକ ପୋଷାକ ସହ ରୀତିନୀତିରେ ପୂଜାର୍ଚ୍ଚନା କରି ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ମୋଦି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.