ଚାକିରି ପାଇବ ଯଦି ଶାରୀରିକ ସମ୍ପର୍କ ରଖିବାକୁ ପଡିବ, ଭୁବନେଶ୍ବରର କନ୍‌ସଲଟାନ୍ସି ସଂସ୍ଥା ନାଁରେ ଅଭିଯୋଗ ଆଣିଲେ ଯୁବତୀ

ଭୁବନେଶ୍ବର(କେନ୍ୟୁଜ୍): ସରକାରୀ ଚାକିରି କରାଇ ଦେବାକୁ କହି ଲୁଟୁ ଥିଲେ ଟଙ୍କା । ଏମିତିକି ଚାକିରି ପାଇବାକୁ ହେଲେ ଯୁବତୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ କୁହାଯାଉଥିଲା । ଭୁବନେଶ୍ୱରର ଏକ କନ୍‌ସଲଟାନ୍ସି ସଂସ୍ଥା ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ନାଲକୋ ଓ ଏଜି ଭଳି ସରକାରୀ ସଂସ୍ଥାରେ ଚାକିରି କରାଇ ଦେବାକୁ କହି ନକଲି ନିଯୁକ୍ତିପତ୍ର ଦେଇ ଚାକିରି ଆଶାୟୀଙ୍କୁ ଠକୁଥିଲେ ।

bbsr

କିଛି ଆଶାୟୀଙ୍କ ଠାରୁ ପ୍ରାୟ ୭ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଅଭିଯୋଗ ପରେ ବି ପୋଲିସ ଅଭିଯୋଗ ଗ୍ରହଣ ନକରିବାରୁ ବାରମ୍ବାର ଥାନାକୁ ଦୌଡ଼ୁଛନ୍ତି ଯୁବତୀ । ପୋଲିସ ସଂସ୍ଥାର ଜଣେ କର୍ମଚାରୀକୁ ଡାକି ପଚରାଉଚରା କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.