ଅପ୍ରେଲରେ ରାଶି ପରିବର୍ତ୍ତନ କରୁଛନ୍ତି ଶନିଦେବ, ଏହି ରାଶି ଉପରେ ପଡ଼ିବ ଶୁଭଫଳ

କର୍ମଫଳ ଦାତା ଶନିଦେବ ସବୁ ଗ୍ରହଙ୍କ ମଧ୍ୟରୁ ଅଧିକ ସମୟ ଧରି ଗୋଟିଏ ରାଶିରେ ରହିଥାନ୍ତି। ମାନେ ୭ ବର୍ଷ ପର୍ଯ୍ୟନ୍ତ ଗୋଟିଏ ରାଶିରେ ଶନିଦେବ ରହିଥାନ୍ତି। ଆଗ ପଛ ଭାବେ ଅଢ଼େଇ ବର୍ଷ ସମୟ ପର୍ଯ୍ୟନ୍ତ ରାଶିର ଲୋକଙ୍କୁ ପ୍ରଭାବିତ କରିଥାନ୍ତି। କୁହାଯାଏ ଶନିଦେବ ହେଉଛନ୍ତି ନ୍ୟାୟା ଦେବତା। ସେ ଅନ୍ୟାୟକୁ ସହି ପାରନ୍ତି ନାହିଁ।

ବର୍ତ୍ତମାନ ଶନିଦେବ ମକର ରାଶିରେ ଅଛନ୍ତି। କିନ୍ତୁ ଖୁବ ଶୀଘ୍ର ସେ କୁମ୍ଭ ରାଶିକୁ ଯିବେ। ୨୯ ଅପ୍ରେଲ ୨୦୨୨ ରେ ଶନିଦେବ ମକର ରାଶିରୁ କୁମ୍ଭ ରାଶିକୁ ଯିବେ। ଯେବେ ଶନିଦେବ ନିଜ ରାଶି ପରିବର୍ତ୍ତନ କରନ୍ତି, ତେବେ ଅନ୍ୟ କିଛି ରାଶି ଉପରେ ଶନି ଦେଢ଼୍ୟା ଓ ସାଢ଼େ ସତୀ ଆରମ୍ଭ ହୋଇଯିବ । ସେମାନଙ୍କ ଉପରେ ଶନିଙ୍କର ଖରାପ ପ୍ରଭାବ ପଡ଼ିବ। ଏହାସହ ଯେଉଁ ରାଶିରୁ ଶନି ବାହାରିବେ ସେହି ରାଶି ଜାତକରୁ ଶନି ମହାଦଶା ଶେଷ ହୋଇଯିବ। ଏବେ ଜାଣନ୍ତୁ କେଉଁ ରାଶି ଶନିଦଶାରୁ ମୁକ୍ତି ପାଇବେ।

ଜ୍ୟୋତିଷ ଶାସ୍ତ୍ର ମୁତାବିକ ଧନୁ ରାଶି ସାଢ଼େସତି ପ୍ରଭାବରୁ ମୁକ୍ତ ରହିବେ। ଏହାସହ ମିଥୁନ ଏବଂ ତୁଳା ରାଶିରେ ଶନି ଦେଢ଼୍ୟା ସମାପ୍ତ ହୋଇଯିବ। ଶନିଦେବ ୨୯ ଅପ୍ରେଲରେ ଗୋଚର ପ୍ରକାରେ ଗତି କରିବେ । କିନ୍ତୁ ଜୁଲାଇ ୧୨ରେ ପୁଣିଥରେ ବକ୍ରି ହୋଇ ମକର ରାଶିକୁ ଫେରିବେ। ଏହାପରେ ପୁଣିଥରେ ମିଥୁନ, ତୁଳା, ଧନୁ ରାଶିରେ ଶନିଦଶା ଆରମ୍ଭ ହୋଇଯିବ। ଏହି ରାଶିକୁ ୨୦୨୩ ରେ ଶନିଦଶାରୁ ମୁକ୍ତି ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.