ନବରାତ୍ରିର ସପ୍ତମ ଦିନରେ ମା’ କାଳରାତ୍ରିଙ୍କୁ ପୂଜା କଲେ ପ୍ରସନ୍ନ ହେବେ ଶନି ଦେବ, ଜାଣନ୍ତୁ ପୂଜା ବିଧି

ଚୈତ୍ର ନବରାତ୍ରିର ସପ୍ତମ ଦିନରେ ମା’ କାଳରାତ୍ରିଙ୍କୁ ପୂଜା କରାଯାଏ । ଶତ୍ରୁ ଓ ବିରୋଧୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ମା’ ଉପାସନା କରିବା ଅତ୍ୟନ୍ତ ଶୁଭ ।

ଚୈତ୍ର ନବରାତ୍ରିର ସପ୍ତମ ଦିନରେ ମା ଦୁର୍ଗାଙ୍କ ସବୁଠୁ ଶକ୍ତିଶାଳୀ ସ୍ୱରୂପ ଦେବୀ କାଳରାତ୍ରିଙ୍କ ପୂଜା କରାଯାଏ । ମା କାଳରାତ୍ରୀ ରୂପ ଶୁମ୍ଭ, ନିଶୁମ୍ଭଙ୍କ ରକ୍ତବୀଜ ସଂହାର କରିବା ପାଇଁ ଅବତାର ନେଇଥିଲେ ମା’ କାଳରାତ୍ରି ନବଦୁର୍ଗାଙ୍କ ସପ୍ତମ ସ୍ବରୁପ। ମା’ ତିନିଟି ନେତ୍ର ଧାରଣ କରନ୍ତି। ମା’ କାଳରାତ୍ରିଙ୍କ ଗଳାରେ ବିଦ୍ଯୁତର ଅଦ୍ଭୁତ ମାଳା ସହିତ ହାତରେ ଖଡ୍ଗ ଏବଂ କଣ୍ଟା ରହିଥାଏ। ଆଉ ମା’ଙ୍କ ବାହାନ ରହିଥାଏ ଗଧ। କିନ୍ତୁ ମା’ ସବୁବେଳେ ଭକ୍ତଙ୍କ କଲ୍ଯାଣ କରନ୍ତି। ତେଣୁ ମା’ଙ୍କୁ ଶୁଭଙ୍କାରୀ ବୋଲି କହନ୍ତି।

ମା’ଙ୍କ ଉପାସନା କଲେ କ’ଣ ଲାଭ ମିଳେ :

ଶତ୍ରୁ ଓ ବିରୋଧୀଙ୍କୁ ନିୟନ୍ତ୍ରିକ ରିବା ପାଇଁ ମା’ଙ୍କ ଉପାସନା ଅତ୍ଯନ୍ତ ଶୁଭ। ମା’ଙ୍କ ଉପାସନା କଲେ ଭୟ, ଦୁର୍ଘଟଣା, ରୋଗ ନାଶ ହୁଏ। ମା’ଙ୍କ ଉପାସନା କରିବା ଦ୍ବାରା ନକାରାତ୍ମକ ଶକ୍ତିର କିଛି ପ୍ରଭାବ ପଡିନଥାଏ। ଜ୍ଯୋତିଷରେ ଶନି ନାମକ ଗ୍ରହକୁ ନିୟନ୍ତ୍ରିତ କରିବା ପାଇଁ ମା’ଙ୍କ ପୂଜା କଲେ ଭଲ ପରିଣାମ ମିଳିଥାଏ।

ଶୁଭ ତିଥି :

ଚୈତ୍ର ଶୁଳ୍କ ସପ୍ତମୀ ତିଥି ଆଜି ସନ୍ଧ୍ୟା ୫ଟା ୨୭ ମିନିଟ୍‌ରୁ ରହିଛି ।

ଲାଭ(ଉନ୍ନତି) : ସକାଳ ୧୦.୫୪ରୁ ୧୨.୨୬

ମା’ଙ୍କ ପୂଜା ବିଧି :

ମା’ଙ୍କୁ ପୂଜା କରିବା ସମୟରେ ଘିଅ ଦୀପ ଜଳାନ୍ତୁ। ମାଙ୍କୁ ଲାଲ ଫୁଲ ଅର୍ପଣ କରନ୍ତୁ। ଏହାସହିତ ଗୁଡ ଭୋଗ ମଧ୍ୟ ଲଗାନ୍ତୁ। ମା’ଙ୍କୁ ମନ୍ତ୍ର ଜପ କରନ୍ତୁ କିମ୍ବା ସପ୍ତସତୀ ପାଠ କରନ୍ତୁ। ମା’ଙ୍କୁ ଦିଆଯାଇଥିବା ଭୋଗ ଲାଗିଥିବା ଗୁଡକୁ ପରିବାର ମଧ୍ୟରେ ବାଣ୍ଟନ୍ତୁ। ବାକି ଅଧା ଗୁଡକୁ କୌଣସି ବ୍ରାହ୍ମଣକୁ ଦାନ କରିଦିଅନ୍ତୁ। କଳା ରଙ୍ଗର ବସ୍ତ୍ର ଧାରଣ କରି କାହାର କ୍ଷତି କରିବା ଉଦ୍ଦେଶ୍ଯରେ କେବେ ବି ପୂଜା କରନ୍ତୁ ନାହିଁ।

ଶତ୍ରୁ ଓ ବିରୋଧିଙ୍କୁ କିପରି ଶାନ୍ତ କରିବେ ?

ଧଳା କିମ୍ବା ଲାଲ ବସ୍ତ୍ର ଧାରଣ କରି ରାତିରେ ମା’ କାଳରାତ୍ରିଙ୍କ ପୂଜା କରିବା ଉଚିତ। ମା’ଙ୍କ ସମକ୍ଷରେ ଦୀପ ଜଳାନ୍ତୁ ଏବଂ ଗୁଡ ଭୋଗ ଲଗାନ୍ତୁ। ଏହା ପରେ ୧୦୮ ଥର ନର୍ବାଣ ମନ୍ତ୍ର ପଢନ୍ତୁ ଏବଂ ଲବଙ୍ଗ ଭୋଗ ଲଗାନ୍ତୁ। ମା’ଙ୍କ ମନ୍ତ୍ର ‘ ଓଁ ଏଁ ହ୍ରି କ୍ଲିଂ ଚାମୁଣ୍ଡାୟେ ବିଚୈ’ କହି ୧୦୮ ଲବଙ୍ଗକୁ ଅଗ୍ନିରେ ଅର୍ପଣ କରନ୍ତୁ। ଆପଣଙ୍କୁ ଶତ୍ରୁ ଓ ବିରୋଧୀ ଶାନ୍ତ ହୋଇଯିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.