Below header

ଏ ମାଛ ଏତେ ଭୟଙ୍କର ଯେ ଗୋଟିଏ ଝଟକାରେ ନେଇଯାଇପାରେ ଆପଣଙ୍କର ଜୀବନ, ଥରକେ ଜେନେରେଟ କରେ ୬୦୦ ଭୋଲ୍ଟର କରେଣ୍ଟ

ଗୋଟିଏ Electric Eel ମାଛ ପାଖାପାଖି ୬୦୦ ଭୋଲ୍ଟର ଭୋଲଟେଜ ଜେନେରେଟ କରିଥାଏ । ଏମିତିରେ କାହାକୁ ବି ଏହା ବଡ଼ ସକ୍‌ ବା ଝଟକା ଦେଇପାରେ। ଏହାର ଇଲେକଟ୍ରିକ ଝଟକା ଏତେ ପ୍ରଖର ହୋଇଥାଏ ଯାହକି ସିଧା ମଣିଷର ରେସପିରେଟୋରୀ ସିଷ୍ଟମ ଉପରେ ପ୍ରଭାବ ପକାଇଥାଏ। ଏମିତିକି ହାର୍ଟ ଫେଲ ହେବାର ମଧ୍ୟ ଆଶଙ୍କା ରହିଛି। ତେଣୁ କୌଣସି ମୂହୁର୍ତ୍ତରେ ମଣିଷର ଜୀବନ ଚାଲିଯିବ ଜଣାପଡ଼ିବ ନାହିଁ।

ମାଛ ଦେଉଛି କରେଣ୍ଟ ଝଟକା। ଆଜ୍ଞା ହଁ ଦୁନିଆରେ ଏମିତି ଅନେକ ଜୀବଜନ୍ତୁ ଅଛନ୍ତି ଯେଉଁମାନେ ନିଜ ନିଜ କ୍ଷେତ୍ରରେ ସ୍ୱତନ୍ତ୍ର ଭାବେ ସୃଷ୍ଟି ହୋଇଉଛନ୍ତି । ଆମେ ଆଜି ଯେଉଁ ଜୀବ ବିଷୟରେ କହିବୁ ତାହା ଦେହରେ ଇଲେକଟ୍ରି କରେଣ୍ଟ ପ୍ରଭାବିତ ହୋଇଥାଏ।ଗୋଟିଏ ଚୋଟରେ ମଣିଷର ଜୀବନ ବି ଚାଲିଯାଇପାରେ। ମାଛର ନାମ ହେଉଛି Electric Eel।

ମାଛ ଯାହାକୁ ଅନେକ ଖାଦ୍ୟ ରୂପେ ଗ୍ରହଣ କରିଥାନ୍ତି। କିନ୍ତୁ ଏମିତି ବହୁତ ମାଛ ରହିଛି ଯାହାକୁ ଖାଇବା ଅସମ୍ଭବ। ଏମାନେ ମଣିଷ କୁ ମାରିଦେବେ ନଚେତ ଖାଇଦେବେ। ଏମାନେ ଏତେ ଭୟଙ୍କର ଓ ବିପଦପୂର୍ଣ୍ଣ ହୋଇଥାନ୍ତି। ତାଙ୍କ ପାଖକୁ ଯିବା ବି ସୁରକ୍ଷିତ ନୁହେଁ।
Electric Eel ମାଛ। ଦୁନିଆରେ ସୃଷ୍ଟି ହୋଇଥିବା ପ୍ରତ୍ୟେକ ଜୀବ ନିଜ ବଞ୍ଚିବା ତଥା ନିଜକୁ ସ ୁରକ୍ଷା ଦେବାର କୌଶଳ ଶିଖିଥାଏ। ଯାହାକି ପରସ୍ପରଠୁ ଥାଏ ବହୁତ ଅଲଗା । ଏମାନଙ୍କ ଭିତରୁ କିଛି ଅଲଗା ଧରଣର ଜୀବ ଅଛ ନ୍ତି ଯେଉଁମାନଙ୍କ ସମ୍ପର୍କରେ ଜାଣିଲେ ଆପଣ ଭୟ କରିବେ। ଆମେ ଯେଉଁ ଜୀବ ବିଷୟରେ କହିବୁ ତାହା ହେଉଛି Electric Eel ମାଛ। ଯିଏ କି ସବୁଠୁ ମାରାତ୍ମକ। କ ୁହାଯାଏ ଏ ମାଛ ପାଖରେ ସୁପର ପାଓ୍ଵାର ଅଛି।

ଗୋଟିଏ Electric Eel ମାଛ ପାଖାପାଖି ୬୦୦ ଭୋଲ୍ଟର ଭୋଲଟେଜ ଜେନେରେଟ କରିଥାଏ । ଏମିତିରେ କାହାକୁ ବି ଏହା ବଡ଼ ସକ୍‌ ବା ଝଟକା ଦେଇପାରେ। ଏହାର ଇଲେକଟ୍ରିକ ଝଟକା ଏତେ ପ୍ରଖର ହୋଇଥାଏ ଯାହକି ସିଧା ମଣିଷର ରେସପିରେଟୋରୀ ସିଷ୍ଟମ ଉପରେ ପ୍ରଭାବ ପକାଇଥାଏ। ଏମିତିକି ହାର୍ଟ ଫେଲ ହେବାର ମଧ୍ୟ ଆଶଙ୍କା ରହିଛି। ତେଣୁ କୌଣସି ମୂହୁର୍ତ୍ତରେ ମଣିଷର ଜୀବନ ଚାଲିଯିବ ଜଣାପଡ଼ିବ ନାହିଁ।

ଏହାର ଝଟକା ଏତେ ଜୋରରେ ହୋଇଥାଏ ଯେ, ଏଥିରେ ଘରେ ୪୦ ଓ୍ଵାଟର ବଲବ ମଧ୍ୟ ଜଳିବ। ତେଣୁଏହି ମାଛ କୁ ଦେଖିବା ମାତ୍ରେ ଏହାଠୁ ଦୂରେଇ ଯିବା ଉଚିତ। ସାରା ଦୁନିଆରେ ଇଲ୍‌ ମାଛର ୩ ଟି ପ୍ରଜାତି ଦେଖିବାକୁ ମିଳେ। ଯାହାକି – Electric Eel, Vari Electric Eel, Volta Electric Eel ରହିଛି। ଏହି ପ୍ରଜାତିର ମାଛ ଆମାଜନ ନଦୀ କିମ୍ବା ତା ଆଖପାଖ ନଦୀରେ ଦେଖିବାକୁ ମିଳିଥାଏ।

କୁହାଯାଏ ଏହି ମାଛର ଦେହରେ ୩ଟି ଖାସ ଲେୟାରର ଅର୍ଗାନ ଅଛି। ଯାହାକି ଇଲେକଟ୍ରି ପ୍ରଡ୍ୟୁସ କରିଥାଏ। ପ୍ରଥମରେ ମେନ ଅର୍ଗାନ, ପରେ ହଣ୍ଟର ଅର୍ଗାନ ଶେଷରେ ସାଚସ୍‌ ଅର୍ଗାନ। ଏହା ଖାସ ମୋଡ଼ିଫାଏଡ ମସଲସେଲ୍ସ ଦ୍ୱାରା ତିଆରି ହୋଇଛି। ଯାହା ସାହାଯ୍ୟରେ ଏହି ମାଛ ଇଲେକଟ୍ରି ପ୍ରଡ୍ୟୁସ କରିଥାଏ । ଯାହାଦ୍ୱାରା ସେ ନିଜର ରକ୍ଷା କରିଥାଏ।

ଲମ୍ବା ଓ ସିଲେଣ୍ଡ୍ରିକାଲ ସେପ ର ହୋଇଥିବା ଏହି ମାଛକୁ ଚିହ୍ନିବାରେ କୌଣସି ସମସ୍ୟା ହୋଇନଥାଏ। ଏହା ବ୍ରାଉନ, ଗ୍ରେ, େଓ୍ଵଲୋ ତଥା ଅରେଞ୍ଜ ରଙ୍ଗର ଦେଖିବାକୁ ମିଳିଥାଏ। ଏମାନଙ୍କୁ ଧରିବା ବଡ଼ କଷ୍ଟ। ସ୍କିନ କାରଣରୁ ଏମାନେ ହାତରେ ଧରାଦିଅନ୍ତି ନାହିଁ।

୨୦ କେଜିରୁ ଅଧିକ ଥିବା ଏହି ମାଛ ୮ଫୁଟ ଲମ୍ବା ହୋଇଥାନ୍ତି। ୧୦ ରୁ ୨୨ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥିବା ଏହି ମାଛ ଘଣ୍ଟା ପ୍ରତି ୮ କିଲୋମିଟର ବେଗରେ ପହଁରିଥାଏ। କିନ୍ତୁ ଏମାନଙ୍କ ଦୃଷ୍ଟି ଶକ୍ତି ଆଦୌ ଭଲ ନୁହେଁ। ତେବେ ଏମାନେ ଦେଖୁଛନ୍ତି କିପରି ଭାବୁଥିବେ? ପ୍ରକୃତରେ ଏହି ମାଛ ନିଜ ଚାରିପାଖରେ ଏକ ଇଲେକଟ୍ରିକ ସିଗନାଲ ପ୍ରଡ୍ୟୁସ କରିଥାଏ। ଯାହା ଦ୍ୱାରା ସେ ସବୁକିଛ ି ଜାଣିପାରେ। ଏମାନେ ସେହି ରାସ୍ତାରେ ଯାଇଥାନ୍ତି। ଏମାନେ ଏହି ସିଗନାଲରେ ନିଜ ଖାଦ୍ୟ ଓ ନିଜ ସାଥି କୁ ଖୋଜିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.