ମା କାକଟେଇଙ୍କ ନାମରେ ନାମିତ ହୋଇଛି କାକଟପୁର

ମା ମଙ୍ଗଳାଙ୍କ ଶକ୍ତିପୀଠ କାକଟପୁରର ନାମକରଣ ମା କାକଟେଇଙ୍କ ନାମରେ ହୋଇଛି, କାକଟେଶ୍ଵରୀ ହେଉଛନ୍ତି ଏହି ପୀଠର ଅଧିଷ୍ଠାତ୍ରୀ

ଉତ୍କଳୀୟ ମାନଙ୍କ ଧର୍ମୀୟ ଭାବନା ବେଶ ନିଆରା। ପ୍ରାଚୀନ ସମୟରୁ ଏହି ସଂସ୍କୃତି ସହିତ ଯୋଡ଼ି ହୋଇଛି ଅନେକ ଧର୍ମ, ବିଶ୍ବାସ,ପରମ୍ପରାର ଲିପିବଦ୍ଧ ଗାଥା। ଅନେକ ମଠ, ମନ୍ଦିର ଯାହା ଆଜି ଦେଖିବାକୁ ମିଳୁଛି ତାହା ପ୍ରାଚୀନ ଇତିହାସ କୁ ଜାବୁଡି ଧରିଥିବାର ଅନେକ ପ୍ରମାଣ ମିଳେ । ଆଜି ସେହିଭଳି ଏକ ପ୍ରାଚୀନ ଶକ୍ତିପୀଠ କୁ ଆମେ ନେଇଆସୁଛୁ ଆପଣମାନଙ୍କ ନିକଟକୁ ..

ମା ମଙ୍ଗଳା ଶକ୍ତିପୀଠ ପାଇଁ ପୁରୀଜିଲ୍ଲାର କାକଟପୁର ଆଜି ପ୍ରସିଦ୍ଧିଲାଭ କରିଛି । ପ୍ରତେକଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଶ୍ରଦ୍ଧାଳୁ ମାନେ ଧାଇଁ ଆସିଥାନ୍ତି ଏହି ଶକ୍ତିପୀଠକୁ | ମହାପ୍ରଭୁ ଜଗନ୍ନାଥ ଙ୍କ ସଂସ୍କୃତି ସହିତ କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କ ରହିଛି ନିବିଡ ସମ୍ପର୍କ । ନବକଳେବର ସମୟରେ ମହାପ୍ରଭୁ ଚତୁର୍ଦ୍ଧା ମୂର୍ତି ଙ୍କ ଦାରୁ ନିର୍ନୟ ମା ମଙ୍ଗଳା ହିଁ କରିଥାନ୍ତି । ସେଥିପାଇଁ ରାଜ୍ୟରେ ରହିଥିବା ଅନ୍ୟ ଶକ୍ତିପୀଠ ଅପେକ୍ଷା କାକଟପୁର ର ମା ମଙ୍ଗଳାଙ୍କ ଶକ୍ତିପୀଠ ସୋତନ୍ତ୍ର ମନ୍ୟତା ଲାଭକରିଛି । କିନ୍ତୁ ଏହି କାକଟପୁର ର ମୁଖ୍ୟ ଆରାଧ୍ୟା ଦେବୀ ହେଉଛନ୍ତି ମା କାକଟେଇ ବା କାକଟେଶ୍ଵରୀ । ମା ମଙ୍ଗଳାଙ୍କ ପୂର୍ବରୁ ମା କାକଟେଶ୍ଵରୀ ଏହି ପୀଠର ଅଧିଷ୍ଠାତ୍ରୀ ଦେବୀ ଭାବରେ କାହିଁ କେଉଁ ଆବାହନ କାଳରୁ ଏଠାରେ ବିରାଜିତ ହୋଇ ପୂଜାପାଇ ଆସୁଛନ୍ତି | ମା କାକଟେଇ ଙ୍କ ନାମ ଅନୁସାରେ ଏହି ସ୍ଥାନର ନାମ କାକଟପୁର ଭାବରେ ନାମକରଣ ହୋଇଛି |

୧୫୦୦ ଖ୍ରୀଷ୍ଟଦ୍ଧ ରେ ସାରାଭାରତ ବର୍ଷରେ ମୋଗଲ ଶାସନ ଚାଲୁଥିବା ବେଳେ ସେ ସମୟରେ କଳିଙ୍ଗ ରାଜ୍ୟ ବା ଆଜିର ଓଡ଼ିଶା ରାଜା ପ୍ରତାପରୁଦ୍ର ଦେବ ଙ୍କ ରାଜୁତି ରେ ସ୍ବାଧୀନ ଭାବରେ ଶାସିତ ଥିଲା | ଏହିସମୟରେ ବଙ୍ଗୀୟ କୃଷ୍ଣ ଭକ୍ତ ଶ୍ରୀ ଚୈତନ୍ୟ ଦେବ କଳିଙ୍ଗ ଆସିଥିଲେ ମହାପ୍ରଭୁ ଜଗନ୍ନାଥ ଙ୍କ ଦର୍ଶନ କରିବା ପାଇଁ | ତାଙ୍କ ସହିତ ଥିଲେ ବଙ୍ଗୀୟ ଭକ୍ତ ଜମିଦାର ପଂଚାନନ ମିତ୍ର ,ଜୟଦେବ ଙ୍କ ରଚିତ ଗୀତଗୋବିନ୍ଦ କୁ ଶୁଣି ଅପାୟିତ ହୋଇଥିଲେ ଶ୍ରୀ ଚୈତନ୍ୟ ଓ ସେହିସମୟରେ ଓଡ଼ିଶା ମହନ୍ତ ରୂପେ ପରିଚିତ ପଞ୍ଚସଖା ମାନଙ୍କୁ ସାଙ୍ଗରେ ଧରି ଆରମ୍ଭ କରିଥିଲେ ବୈଷ୍ଣବ ଲୀଳା ବା ହରିନାମ ସଂକୀର୍ତନ | ସେହି ହରିନାମ ସଂକୀର୍ତନ ପ୍ରାଚିଉପତ୍ୟାକା ର ବିଭିର୍ନ ମଠ ,ମନ୍ଦିର କୁ ପରିକ୍ରମା କରି ପହଞ୍ଚିଥିଲା କାକଟପୁର ର ଦେଉଳିମଠ ଠାରେ | ଆଉ ସେହିଠାରେ ପୂଜାପାଉଥିବା ମା ମଙ୍ଗଳା ଙ୍କୁ ଦର୍ଶନ କରିବା ସହିତ ଅନତି ଦୂରରେ ରହିଥିବା ମା କାକଟେଇ ଙ୍କୁ ମଧ୍ୟ ଦର୍ଶନ ଲାଭ କରିଥିଲେ | ଏହି ପରିକ୍ରମା ରେ ଆସିଥିବା ବଙ୍ଗୀୟ ଜମିଦାର ଭକ୍ତ ପଂଚାନନ ମିତ୍ର ସେଠାରେ ଦର୍ଶନ କରିଥିବା ମା ମଙ୍ଗଳାଙ୍କ ପାଇଁ କାକଟେଇ ଙ୍କ ନିକଟରେ ଏକ ମନ୍ଦିର ନିର୍ମାଣ କରିବାର ସ୍ବପ୍ନ ଦେଖିଥିଲେ ଏବମ ପରବର୍ତୀ ସମୟରେ ମନ୍ଦିରନିର୍ମାଣ କରି କାକଟେଇଙ୍କ ଠାରୁ ଆଜ୍ଞାମାଳ ନେଇ ମନ୍ଦିର ପ୍ରତିଷ୍ଠା କରିବା ସହିତ ମା ମଙ୍ଗଳାଙ୍କୁ ସେଠାରେ ସ୍ଥାପନ କରିଥିଲେ |

ସେ ସମୟରେ କାକଟପୁର ଅଞ୍ଚଳ ସମ୍ପୂର୍ଣ କଣ୍ଟକିତ ଜଙ୍ଗଲମୟ ପରିବେଶ ରହିଥିଲା ,ଏହିଜଙ୍ଗଳ ମଧ୍ୟରେ ଅନେକ ହିଂସ୍ରଜନ୍ତୁ ମାନଙ୍କ ଆଶ୍ରୟ ରହିଥିଲା | ଏହି ଜଙ୍ଗଲ ମଧ୍ୟ ଭାଗରେ ଏକ ବୃକ୍ଷ ମୂଳରେ ମା କାକଟେଇ ପୂଜାପାଉଥିଲେ | ଦିନରେ ଗୋଟିଏ ସମୟରେ ପୂଜକ ଜଙ୍ଗଲ ମଧ୍ୟକୁ ଆସି ମା କାକଟେଇଙ୍କୁ ସେବା ପୂଜା କରି ଯାଉଥିବା ବେଳେ ଜଙ୍ଗଲର କୌଣସି ହିଂସ୍ରଜନ୍ତୁ ପୂଜାକଙ୍କର କୌଣସି କ୍ଷତି କରୁନଥିଲେ | ପୂଜକ ପ୍ରାଚୀନଦୀରୁ ଜଳ ଆଣି ମା ଙ୍କୁ ସ୍ନାନ ମାର୍ଜନା କରି ମାଙ୍କ ମୁଖରେ ଘିଅ ଦ୍ବାରା ଗୋଳାଯାଇଥିବା ସିନ୍ଦୁର କୁ ପ୍ରଲେପ ଦେଇ ଫେରିଯାଉଥିଲେ | ଏହି ଘିଅ ସିନ୍ଦୁର ର ବାସ୍ନା ପାଇ ଭାଲୁମାନେ ଘିଅ ଖାଇବା ପାଇଁ ମା କାକଟେଇ ଙ୍କ ମୁହଁ କୁ ଚାଟିଦେଉଥିଲେ ,ଯାହା ଆଜି ମଧ୍ୟ ମା କାକଟେଇ ଙ୍କ ମୁହଁ ରେ ଭାଲୁ ଚାଟିବାର ଚିହ୍ନ ବେଶ ବାରିହୋଇପଡେ | କାକଟପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ଭାବରେ ମା କାକଟେଇ ପୂଜାପାଇ ଆସୁଛନ୍ତି | ମା ମଙ୍ଗଳାଙ୍କ ଆଗରୁ ଏଠାରେ କାକଟେଇ ଅଧିଷ୍ଠିତ ହୋଇଥିବା କଥା ଏବମ ପରବର୍ତୀ ସମୟରେ ମା ମଙ୍ଗଳାଙ୍କ ପ୍ରାଚୀନଦୀରୁ ଉଦ୍ଧାର ହେବା ,ପ୍ରାଚୀ ଲୀଳାମୃତ ,ଚୈତନ ଲୀଳାମୃତ ,ରାଧାନାଥ ରାୟ ଙ୍କ ରଚିତ ପ୍ରାଚୀ ସାହିତ୍ୟ କାବ୍ଯ ଭଳି ଅନେକ ପୁରାଣ ସାହିତ୍ୟରେ ବର୍ଣିତ ହୋଇଛି |

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.