ମଣିପୁରରେ ଦୁଇ ମହିଳାଙ୍କୁ ନିବସ୍ତ୍ର କରି ବୁଲାଇବା ମାମଲା, ତଦନ୍ତ ଭାର ନେଲା ସିବିଆଇ

ଗତ ମେ’ରେ ଦୁଇ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ଚଲାଇବା ଏବଂ ଯୌନ ନିର୍ଯାତନା ଦେବାର ଭିଡିଓ ସାମ୍ନାକୁ ଆସିବା ପରେ ସାରା ଦେଶରେ କ୍ରୋଧର ନିଆଁ ଜଳୁଛି।

ମଣିପୁରରେ ଦୁଇ ମହିଳାଙ୍କ ଭିଡିଓ ଭାଇରାଲ ମାମଲାର ତଦନ୍ତ ଭାର ଗ୍ରହଣ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)। ଗତ ମେ’ରେ ଦୁଇ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ଚଲାଇବା ଏବଂ ସେମାନଙ୍କୁ ଯୌନ ନିର୍ଯାତନା ଦେବାର ଭିଡିଓ ସାମ୍ନାକୁ ଆସିବା ପରେ ସାରା ଦେଶରେ କ୍ରୋଧର ନିଆଁ ଜଳୁଛି। ବର୍ତ୍ତମାନ ମାମଲାର ତଦନ୍ତ ଭାର ନିଜ ହାତକୁ ନେଇଛି ସିବିଆଇ।

ମେ’ ୪ରେ ଏହି ବର୍ବର କାଣ୍ଡ ଘଟିଥିବା ବେଳେ ଘଟଣାର ଭିଡିଓ କିନ୍ତୁ ଦୁଇ ମାସ ପରେ ଅର୍ଥାତ୍‌ ଚଳିତ ମାସ ଆରମ୍ଭରେ ଭାଇରାଲ ହୋଇଥିଲା। ଏହି ଘଟଣାକୁ ସାରା ଦେଶ ତୀବ୍ର ସମାଲୋଚନା କରୁଛି।

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ଏହି ମାମଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋକୁ ହସ୍ତାନ୍ତର କରାଯାଇଛି। ଅଜଣା ବ୍ୟକ୍ତିଙ୍କ ବିରୋଧରେ ମଣିପୁର ପୋଲିସ ଦ୍ୱାରା ପଞ୍ଜୀକୃତ ହୋଇଥିବା ମାମଲା ସମ୍ବନ୍ଧରେ ସିବିଆଇ ନିଜର ପ୍ରକ୍ରିୟା ଅନୁସାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

ସେପଟେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ୨୧ ଜଣ ସାଂସଦ ଶନିବାର ସକାଳେ ହିଂସା ପ୍ରଭାବିତ ମଣିପୁରକୁ ଦୁଇ ଦିବସୀୟ ଗସ୍ତରେ ଯାଇଛନ୍ତି। ସାଂସଦମାନେ ଜାତି ହିଂସା ଦ୍ୱାରା ପ୍ରଭାବିତ ରାଜ୍ୟରେ ସ୍ଥିତି ଆକଳନ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.