Below header

ନାବାଳକକୁ ଗୁପ୍ତଧନ ପାଇଁ ନରବଳି ଦିଆଯାଇଥିବା ଅଭିଯୋଗ, କିଏ ଓ କାହିଁକି ଏଭଳି ନୃଶଂସକାଣ୍ଡ ଘଟାଇଲା ?

ଆଠମଲ୍ଲିକ(କେନ୍ୟୁଜ୍): ଆଠମଲ୍ଲିକ କିଆକଟାରେ ନାବାଳକକୁ କିଏ କଲା ନିର୍ମମ ହତ୍ୟା? ଗତକାଲି ବାରେଣୀ ଜଙ୍ଗଲରୁ ନିଖୋଜ ନାବାଳକର ମୃତଦେହ ଉଦ୍ଧାର ପରେ ବଢୁଛି ସସ୍‌ପେନ୍‌ସ। ୨୩ ତାରିଖରେ ପୁଅ ସଞ୍ଜିତ ସହିତ ଟୁସର ଗାଁର ମା ମଙ୍ଗଳା ମନ୍ଦିରକୁ ଅଧିଆ ପଡ଼ିବାକୁ ଆସିଥିଲେ ବାସନ୍ତୀ ବିଶ୍ୱାଳ। ପରଦିନ ସକାଳେ ପୁଅ ମନ୍ଦିରରେ ନମିଳିବାରୁ କିଆକଟା ଥାନାରେ ନିଖୋଜ ନେଇ ଅଭିଯୋଗ କରିଥିଲେ। କିନ୍ତୁ ୨୮ ତାରିଖରେ ମିଳିଲା ମୃତଦେହ।

ହାତ ଗୋଡ଼ କଟା ଯାଇ ଗଛରେ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ବାରେଣୀ ଛକରେ ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ। ନାବାଳକର ମୃତଦେହ ବ୍ୟବଚ୍ଛେଦ ପାଇଁ କଟକ ଏସସିବି ମେଡିକାଲ ପଠାଯାଇ ତଦନ୍ତ ଆରମ୍ଭ ହୋଇଛି। ଜଣେ ଏସଡିପିଓଙ୍କ ତତ୍ତ୍ୱାବଧାନରେ ଜଣେ ଇନ୍‌ପ୍‌ପେକ୍ଟରଙ୍କୁ ତଦନ୍ତ ଭାର ଦିଆଯାଇଛି। ଅନୁଗୁଳ ଏସପି ତଦନ୍ତର ନିରୀକ୍ଷଣ କରିବେ । ସନ୍ଧାନୀ କୁକୁର ସହାୟତାରେ ଘଟଣାସ୍ଥଳରେ ଛାନଭିନ କରିଛି ସାଇଣ୍ଟିଫିକ୍‌ ଟିମ୍‌। ମହିଳା ପୂଜକ ଓ ଅନ୍ୟ ଦୁଇଜଣ ସହଯୋଗୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.