Below header

‘ରାହୁଳଙ୍କ ପାଇଁ ଜଣେ ଭଲ ଝିଅ ଖୋଜିଦିଅ’, ହରିୟାନା ମହିଳାଙ୍କୁ କହିଲେ ସୋନିଆ ଗାନ୍ଧି

ପୁଅ ପାଇଁ ଗୋଟେ ଭଲ ଝିଅ ଦେଖ । ଏମିତି କହିଛନ୍ତି ର୍ପୂବତନ କଂଗ୍ରେସ ଅଧ୍ୟକ୍ଷା ତଥା ସାଂସଦ ସୋନିଆ ଗାନ୍ଧି । ନିକଟରେ ହରିୟାନାର କିଛି ମହିଳା ସୋନିଆ ଗାନ୍ଧି ଓ ତାଙ୍କ ପରିବାର ସହ ସାକ୍ଷାତ କରିଥିଲେ ନୂଆଦିଲ୍ଲୀରେ ।

ନୂଆଦିଲ୍ଲୀ : ପୁଅ ପାଇଁ ଗୋଟେ ଭଲ ଝିଅ ଦେଖ । ଏମିତି କହିଛନ୍ତି ର୍ପୂବତନ କଂଗ୍ରେସ ଅଧ୍ୟକ୍ଷା ତଥା ସାଂସଦ ସୋନିଆ ଗାନ୍ଧି। ନିକଟରେ ହରିୟାନାର କିଛି ମହିଳାଙ୍କୁ ଏପରି କହିଛନ୍ତି ସୋନିଆ ଗାନ୍ଧି । ନିକଟରେ ହରିୟାନାର କିଛି ମହିଳା ସୋନିଆ ଗାନ୍ଧି ଓ ତାଙ୍କ ପରିବାର ସହ ସାକ୍ଷାତ ପାଇଁ ଆସିଥିଲେ ନୂଆଦିଲ୍ଲୀ । ଏହି ଅବସରରେ ଜଣେ ମହିଳା ସୋନିଆଙ୍କୁ ପଚାରିଥିଲେ ପୁଅର ବାହାଘର କାହିଁକି କରୁନ ? ସୋନିଆଙ୍କ ଉକ୍ତ ମହିଳାଙ୍କୁ କହିଥିଲେ- ‘ମୋ ପୁଅ ପାଇଁ ଭଲ ଝିଅଟିଏ କାହିଁକି ଦେଖୁନ ।’

ଗାନ୍ଧି ପରିବାରରେ ହରିୟାନାର ମହିଳାଙ୍କ ସହ ସାକ୍ଷାତ ବେଳେ ସୋନିଆ ଏହା କହିଥିଲେ । ହରିୟାନା ସୋନିପତ ଜିଲ୍ଲା ମଦିନା ଗ୍ରାମ ଗସ୍ତ ବେଳେ ରାହୁଳ ଗାନ୍ଧି ସେଠାରେ ମହିଳା ଗୋଷ୍ଠୀଙ୍କୁ ନିଜ ଘରକୁ ନିମନ୍ତ୍ରଣ କରିବା ସହ ସାଙ୍ଗ ହୋଇ ମଧ୍ୟାହ୍ନ ଖାଇବାକୁ କହିଥିଲେ । ଫଳରେ ହରିୟାଣାର ଏହି ମହିଳାମାନେ ରାହୁଳଙ୍କ ଦିଲ୍ଲୀ ସ୍ଥିତ ଘରକୁ ଆସିଥିଲେ ।

 

View this post on Instagram

 

A post shared by Rahul Gandhi (@rahulgandhi)

ରାହୁଳ ଗାନ୍ଧି ଏହି ସାକ୍ଷାତ ବେଳର ଭିଡ଼ିଓ ସେୟାର କରି ଲେଖିଛନ୍ତି-‘‘ ମା’, ପ୍ରୟଙ୍କା ଓ ମୋ ପାଇଁ ଏକ ସ୍ମରଣୀୟ ଦିନ, କାରଣ ଆମ ଘରକୁ କିଛି ସ୍ୱତନ୍ତ୍ର ଅତିଥି ଆସିଛନ୍ତି । ସୋନପତର କିଛି କୃଷକ ଭଉଣୀମାନେ ଆମ ଘରକୁ ଆସିଛନ୍ତି । ସେମାନଙ୍କ ଠାରୁ ଦେଶୀ ଘିଅ, ମିଠା ଲସି, ଘର ତିଆରି ଆଚାର ବହୁତ ଭଲପାଇବା ଭଳି ମୂଲ୍ୟବାନ ଉପହାର ପାଇ ଆମେ ବହୁତ ଖୁସୀ ବୋଲି ରାହୁଳ କହିଛନ୍ତି ।’’ ମାତ୍ର ଘଣ୍ଟାଏ ଭିତରେ ଭିଡିଓଟିକୁ ଇନଷ୍ଟାଗ୍ରାମରେ ୫୦୦,୦୦୦ ଲୋକ ଦେଖିଛନ୍ତି । ଭିଡିଓକୁ ଦେଖିବା ପରେ ଲୋକେ ବିଭିନ୍ନ ମଜାଦାର ପ୍ରତିକ୍ରିୟା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.