Below header

୧୦ଟି ବତକ ଗିଳିଥିଲା ଅଜଗର, ଗୋଟିଏ ପରେ ଗୋଟିଏ ଓଗାଳିଲା

ଢେଙ୍କାନାଳ ସଦର ବ୍ଳକ ଲମ୍ବୋଦରପୁର ଗାଁରେ ଏକ ଅଜଗର ୧୦ଟି ବତକ ଗିଳିଥିଲା । ଗୋଟିଏ ପରେ ଗୋଟିଏ କରି ବତକ ଉଗାରିଲା। ଗାଁର ଶ୍ରୀକୃଷ୍ଣ ଫାର୍ମ ହାଉସ୍‌ରୁ ଅଜଗର ଉଦ୍ଧାର ହୋଇଛି ।

ଢେଙ୍କାନାଳ(କେନ୍ୟୁଜ୍): ବିରାଟକାୟ ଅଜଗର । ୧୦ଟି ବତକ ଗିଳିଥିବା ଅଜଗର ଉଦ୍ଧାର । ଢେଙ୍କାନାଳ ସଦର ବ୍ଳକ ଲମ୍ବୋଦରପୁର ଗାଁରେ ଏକ ଅଜଗର ୧୦ଟି ବତକ ଗିଳିଥିଲା । ଗୋଟିଏ ପରେ ଗୋଟିଏ କରି ବତକ ଉଗାରିଲା। ଗାଁର ଶ୍ରୀକୃଷ୍ଣ ଫାର୍ମ ହାଉସ୍‌ରୁ ଅଜଗର ଉଦ୍ଧାର ହୋଇଛି । ସାପଟିର ଲମ୍ବ ୮ ଫୁଟ ହେବ ।

ଫାର୍ମ ହାଉସ୍‌ ମାଲିକ ସାପକୁ ଦେଖି ସ୍ନେକ୍‌ ହେଲପ୍‌ ଲାଇନକୁ ଖବର ଦେଇଥିଲେ । ପରେ ସ୍ନେକ୍‌ ହେଲପ୍‌ ଲାଇନ ସଦସ୍ୟ ପହଂଚି ସାପଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ଅଜଗରକୁ ମେଘା ଜଙ୍ଗଲରେ ଛାଡିଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.