ଏହି ମନ୍ଦିରରେ ଅଭିଷେକ କଲେ ଦୂର ହୁଏ ମଙ୍ଗଳ ଦୋଷ
ମହାରାଷ୍ଟ୍ରର ଜଲଗାଁ ରେ ଅମଲନେରରେ ମଙ୍ଗଳ ଦେବଙ୍କ ମନ୍ଦିର ରହିଛି। ଏହି ମନ୍ଦିରରେ ପ୍ରତି ମଙ୍ଗଳବାର କୁ ମଙ୍ଗଳ ଦେବଙ୍କ ଶାନ୍ତି ପାଇଁ ଅଭିଷେକ ତଥା ମହାଭିଷେକ କରାଯାଏ। ଖାସ କରି ଯେଉଁମାନେ ମାଙ୍ଗଳିକ ମାନେ ଯେଉଁମାନଙ୍କ ଜାତକରେ ମଙ୍ଗଳ ଦୋଷ ରହିଛି ଆଉ ବିବାହରେ ସମସ୍ୟା ଦେଖାଯାଉଛି ସେମାନେ ଏହି ମନ୍ଦିରକୁ ଆସି ପୂଜା କରିଥାନ୍ତି। ଭକ୍ତ ମାନେ ଅଭିଷେକ କରି ଦୂର କରନ୍ତି ମଙ୍ଗଳ ଦୋଷ।

ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ପ୍ରଥମ, ଚତୁର୍ଥ, ସପ୍ତମ, ଅଷ୍ଟମ କିମ୍ବା ଦ୍ୱାଦଶ ଭାବରେ ମଙ୍ଗଳ ରହିଥାଏ ତେବେ ମାଙ୍ଗଳିକ ଦୋଷ ଲାଗିଥାଏ। ଏହି ଦୋଷ ବିବାହ ପାଇଁ ଅଶୁଭ ହୋଇଥାଏ। କିନ୍ତୁ ନାଲି ପୁସ୍ତକ ଅନୁଯାୟୀ ମଙ୍ଗଳ ଦୋଷ ଦୁଇ ପ୍ରକାରର ହୋଇଥାଏ। ପ୍ରଥମ ମଙ୍ଗଳବଦ ଏବଂ ଦ୍ୱିତୀୟ ମଙ୍ଗଳନେକ। ମଙ୍ଗଳବଦ ଅର୍ଥାତ ଖରାପ ମଙ୍ଗଳ ଏବଂ ମଙ୍ଗଳନେକ ଅର୍ଥାତ ଭଲ ମଙ୍ଗଳ। ଖରାପ ମଙ୍ଗଳରେ ବ୍ୟକ୍ତିଙ୍କ ଜୀବନରେ ଖରାପ ହିଁ ହୋଇଥାଏ ଏବଂ ଭଲ ମଙ୍ଗଳ ଦ୍ୱାରା ଜୀବନରେ ସବୁ କିଛି ଭଲ ହୋଇଥାଏ। କୁହାଯାଇଥାଏ ଖରାପ ମଙ୍ଗଳ ଥିବା ବ୍ୟକ୍ତିମାନେ କ୍ରୋଧୀ, ଜିଦ୍ ଏବଂ ଅପରାଧୀ ପ୍ରବୃତିର ହୋଇଥାନ୍ତି। ଭଲ ମଙ୍ଗଳଥିବା ବ୍ୟକ୍ତି ବିଚାରଶୀଳ, ସାହାସୀ ଏବଂ ଉଚ୍ଚପଦ ପ୍ରାପ୍ତି ହୋଇଥାନ୍ତି।
ମାନ୍ୟତା ଅନୁଯାୟୀ ୨୮ ବର୍ଷ ବୟସ ପରେ ହିଁ ମଙ୍ଗଳ ଦୋଷ ସ୍ୱତଃ ସମାପ୍ତ ହୋଇଯାଇଥାଏ। ଜ୍ୟୋତିଶାସ୍ତ୍ର ଅନୁଯାୟୀ ଯଦି କେନ୍ଦ୍ରରେ ଚନ୍ଦ୍ର ରହିଥାଏ ତେବେ ମଙ୍ଗଳ ଦୋଷ ରହିନଥାଏ। ମଙ୍ଗଳ ପରିସରରେ ଆହୁରି ଅନେକ ସ୍ଥିତି ମଧ୍ୟ ରହିଥାଏ। ଜ୍ୟୋତିଷ ବିଦ୍ୟା ଅନୁଯାୟୀ ମଙ୍ଗଳ କନ୍ୟାର ବିବାହ ମଙ୍ଗଳ ପୁଅଙ୍କ ସହ କରିବା ଉଚିତ। କିନ୍ତୁ ମଙ୍ଗଳ ଏବଂ ଶନିଙ୍କର ମିଳନରେ ଝିଅର କୁଣ୍ଡଳୀରେ ଶନି ଭାରି ହୋଇଥିଲେ ଶନି ସମାପ୍ତ ହୋଇଯାଇଥାଏ। କିନ୍ତୁ ନାଲି ପୁସ୍ତକ ଅନୁସାରେ ମଙ୍ଗଳ ଏବଂ ଶନିଙ୍କ ମିଳନ ହୋଇନଥାଏ।
ମହାରାଷ୍ଟ୍ରର ଜଲଗାଁ ରେ ଅମଲନେରରେ ମଙ୍ଗଳ ଦେବଙ୍କ ମନ୍ଦିର ରହିଛି। ଏହାକୁ ମଙ୍ଗଳ ଦେବଙ୍କ ଖୁବ ପ୍ରାଚୀନ ଓ ପ୍ରସିଦ୍ଧ ମନ୍ଦିର କୁହାଯାଏ। ଏହି ମନ୍ଦିରରେ ପ୍ରତି ମଙ୍ଗଳବାର କୁ ମଙ୍ଗଳ ଦେବଙ୍କ ଶାନ୍ତି ପାଇଁ ଅଭିଷେକ ତଥା ମହାଭିଷେକ କରାଯାଏ। ଖାସ କରି ଯେଉଁମାନେ ମାଙ୍ଗଳିକ ମାନେ ଯେଉଁମାନଙ୍କ ଜାତକରେ ମଙ୍ଗଳ ଦୋଷ ରହିଛି ଆଉ ବିବାହରେ ସମସ୍ୟା ଦେଖାଯାଉଛି ସେମାନେ ଏହି ମନ୍ଦିରକୁ ଆସି ପୂଜା କରିଥାନ୍ତି। ଏଥିପାଇଁ ଏକ ସ୍ୱତନ୍ତ୍ର ପୂଜା କରାଯାଏ। କୁହାଯାଏ ଏଠାକୁ ଆସି ମଙ୍ଗଳବାର ପୂଜା କଲେ ଅଭିଷେକ କଲେ ମଙ୍ଗଳ ଦୋଷରୁ ମୁକ୍ତି ମିଳିଥାଏ। ପରେ ଦାମ୍ପତ୍ୟ ଜୀବନ ହସଖୁସିରେ ଚାଲେ। ଏଠାରେ ଚାରିପ୍ରକାରର ପୂଜା ତଥା ଆଳତୀ କରାଯାଏ।
ଏବେ ଜାଣନ୍ତୁ ସେହି ସବୁ ଖାସ ଅଭିଷେକ ସମ୍ପର୍କରେ..
ଭୌମୟାମ ଅଭିଷେକ: ଏଠାରେ ମଙ୍ଗଳ ଗ୍ରହଙ୍କ ଶାନ୍ତି ପାଇଁ ପ୍ରତିଦିନ ଅଭିଷେକ କରାଯାଏ। ମଙ୍ଗଳବାର କୁ ଏଠାରେ ଅଭିଷେକ କରିବାର ବିଶେଷ ବ୍ୟବସ୍ଥା ରହିଛି। ଏଠାରେ ସମସ୍ତଙ୍କ ସମସ୍ୟାର ସମାଧାନ ପାଇଁ ଭୈାମମାୟ ଅଭିଷେକ କରାଯାଏ। ଏଥିପାଇଁ ଲୋକଙ୍କୁ ଆଗୁଆ ରେଜିଷ୍ଟ୍ରେସନ କରିବାକୁ ପଡ଼େ।
ପଞ୍ଚାମୃତ ଅଭିଷେକ: ଏଠାରେ ପ୍ରତି ମଙ୍ଗଳବାର ମଙ୍ଗଳଦେବଙ୍କ ଉପରେ ପଞ୍ଚାମୃତ ଅଭିଷେକ କରାଯାଏ। ଏଥିପାଇଁ ପାଖାପାଖି ୨ ଘଣ୍ଟା ସମୟ ଲାଗେ। ଏହିଅଭିଷେକ ପାଇଁ ଜଣେ ଶ୍ରଦ୍ଧାଳୁଙ୍କୁ ପୂଜା କରିବାର ଜିନିଷ ପ୍ରାପ୍ତ କରାଯାଏ। ମଙ୍ଗଳବାରକୁ ପଞ୍ଚାମୃତ ଅଭିଷେକ ସକାଳ ୫ଟାରେ ହୁଏ।
ସ୍ୱତନ୍ତ୍ର ଅଭିଷେକ:
ଏମିତିରେ ଯଦି ଆପଣ ସ୍ୱତନ୍ତ୍ର ଅଭିଷେକ କରିବାକୁ ଚାହୁଁଛନ୍ତି ତେବେ ହୋମ କରିବାକୁ ହେବ। ସମସ୍ତଙ୍କ ଦକ୍ଷିଣା ଦେବାକୁ ହେବ। ମାନ୍ୟତା ରହିଛି ଯେ ଏଠାରେ ଥରେ ଅଭିଷେକ କଲେ ମଙ୍ଗଳ ଦୋଷ ଦୂର ହୋଇଯାଏ। ମଙ୍ଗଳ ଦେବଙ୍କ କୃପା ମିଳିଥାଏ। ଯଦି ଆପଣ ଏହି ଦୋଷରେ ପୀଡ଼ିତ ଅଛନ୍ତି ତେବେ ଆପଣ ବି ଏହି ମନ୍ଦିରକୁ ଆସି ପୂଜା କରିନିଅନ୍ତୁ। ଆପଣଙ୍କର ସବୁ ଦୋଷ ଦୂର ହୋଇଯିବ।