Below header

ଦୁନିଆରେ ସବୁଠାରୁ ମହଙ୍ଗା ଏହି ବ୍ୟକ୍ତିଙ୍କ ଦାନ୍ତ, ଯେଉଁଥିରେ ତିଆରି କରାଯାଇଛି ରିଙ୍ଗ ଯାହାର ମୂଲ୍ୟ କୋଟି କୋଟି ଟଙ୍କା

ନ୍ୟୁଟନ୍‌ଙ୍କ ଅନେକ ସନ୍ଧାନ ଆଜି ମଧ୍ୟ ଗଣିତ ଏବଂ ବିଜ୍ଞାନର ମୌଳିକ ନୀତି ଭାବରେ ଶିକ୍ଷା ଦିଆଯାଇଛି । କିନ୍ତୁ ଆପଣ ଜାଣନ୍ତି କି ନ୍ୟୁଟନ୍‌ଙ୍କ ଦାନ୍ତ ଏବେବି କୋଟି ଟଙ୍କା ଅଟେ । ଏହା ସହ ସେହି ଦାନ୍ତରେ ରିଙ୍ଗ୍‌ ମଧ୍ୟ ତିଆରି କରାଯାଇଛି ।

ନ୍ୟୁଟନ୍‌ଙ୍କ ନାମ ଏପର୍ଯ୍ୟନ୍ତ ବିଶ୍ୱର ସର୍ବଶ୍ରେଷ୍ଠ ବୈଜ୍ଞାନିକମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି । ନ୍ୟୁଟନ୍‌ଙ୍କ ଅନେକ ସନ୍ଧାନ ଆଜି ମଧ୍ୟ ଗଣିତ ଏବଂ ବିଜ୍ଞାନର ମୌଳିକ ନୀତି ଭାବରେ ଶିକ୍ଷା ଦିଆଯାଇଛି । କିନ୍ତୁ ଆପଣ ଜାଣନ୍ତି କି ନ୍ୟୁଟନ୍‌ଙ୍କ ଦାନ୍ତ ଏବେବି କୋଟି ଟଙ୍କା ଅଟେ । ଏହା ସହ ସେହି ଦାନ୍ତରେ ରିଙ୍ଗ୍‌ ମଧ୍ୟ ତିଆରି କରାଯାଇଛି । ତାହେଲେ ଆସନ୍ତୁ ଜାଣିବା ଯେ ନ୍ୟୁଟନ୍‌ଙ୍କ ଦାନ୍ତରେ ତିଆରି ହୋଇଥିବା ଏହି ରିଙ୍ଗଟି କେଉଁଠାରେ ଅଛି ।

ଦୁନିଆରେ ଅନେକ ଛୋଟ ଛୋଟ ଜିନିଷ ଅଛି, ଯାହାର ମୂଲ୍ୟ କୋଟି କୋଟି ଟଙ୍କା । କିନ୍ତୁ ଆଜି ଆମେ ଆପଣଙ୍କୁ ସାର୍ ଆଇଜାକ୍ ନ୍ୟୁଟନ୍‌ଙ୍କ ଦାନ୍ତ ବିଷୟରେ କହିବାକୁ ଯାଉଛୁ । ତେବେ ୧୮୧୬ ମସିହାରେ ତାଙ୍କର ଗୋଟିଏ ଦାନ୍ତ ଲଣ୍ଡନରେ ୩୬୩ ଡଲାରରେ ବିକ୍ରି ହୋଇଥିଲା । ଆଜି ଏହାର ମୂଲ୍ୟ ୩୬୦୦୦ ଡଲାର ସହିତ ସମାନ ହୋଇଛି । ଯାହାକି ଭାରତୀୟ ଟଙ୍କାରେ ୨୯ ଲକ୍ଷ ସହିତ ସମାନ ହୋଇଥାଏ । ଏହା ସହ ନ୍ୟୁଟନ୍‌ଙ୍କ ଦାନ୍ତରେ ଦୁନିଆର ସବୁଠୁ ଦାମୀ ଦାନ୍ତର ଆଖ୍ୟା ମଧ୍ୟ ପାଇଛି । ତେବେ ଏହି ଦାନ୍ତଟି ଏକ ରିଙ୍ଗରେ ସେଟ୍ କରାଯାଇଛି ।
ନ୍ୟୁଟନ୍ ଡିସେମ୍ବର ୨୫, ୧୬୪୨ରେ ଇଂଲଣ୍ଡର ଲିଙ୍କନଶିୟର ଜିଲ୍ଲାର ଏକ ହାମଲେଟ୍ ୱୁଲଷ୍ଟର୍ପେ-ବାଇ-କଲଷ୍ଟରୱର୍ଥର ୱୁଲଷ୍ଟର୍ପେ ମନୋରରେ ଜନ୍ମଗ୍ରହଣ କରିଥିଲେ । ସୂଚନା ଅନୁସାରେ, ତାଙ୍କ ପିତା ଜନ୍ମର ତିନି ମାସ ପୂର୍ବରୁ ମୃତ୍ୟୁ ବରଣ କରିଥିଲେ । ତାଙ୍କ ପିତା ଜଣେ କୃଷକ ଥିଲେ ଏବଂ ତାଙ୍କ ନାମ ମଧ୍ୟ ଆଇଜାକ୍ ନ୍ୟୁଟନ୍ ଥିଲା । ସୂଚନା ଅନୁଯାୟୀ, ଯେତେବେଳେ ନ୍ୟୁଟନ୍‌ଙ୍କୁ ତିନି ବର୍ଷ ହୋଇଥିଲା, ତାଙ୍କ ମା ଦ୍ୱିତୀୟ ଥର ବିବାହ କରିଥିଲେ । ଏହା ପରେ ତାଙ୍କ ମା ନ୍ୟୁଟନ୍‌ଙ୍କୁ ଛାଡି ଦେଇଥିଲେ ।

ନ୍ୟୁଟନ୍‌ଙ୍କ ମୃତ୍ୟୁ ବିଷୟରେ ଅନେକ କଥା ରହିଛି । କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିନାହିଁ । ନ୍ୟୁଟନ୍ ମାର୍ଚ୍ଚ ୩୧, ୧୭୨୭ରେ ବ୍ରିଟେନର ମିଡଲ୍ସେକ୍ସର କେନ୍ସିଙ୍ଗଟନରେ ମୃତ୍ୟୁ ବରଣ କରିଥିଲେ । ତାଙ୍କୁ ୱେଷ୍ଟମିନିଷ୍ଟର ଆବେରେ କବର ଦିଆଯାଇଥିଲା । ଯଦିଓ ନ୍ୟୁଟନ୍‌ଙ୍କର କୌଣସି ସନ୍ତାନ ନଥିଲେ । ତାଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପତ୍ତିକୁ ତାଙ୍କ ସମ୍ପର୍କୀୟମାନେ ନେଇଥିଲେ । ସାର୍ ଆଇଜାକ୍ ନ୍ୟୁଟନ୍ ତାଙ୍କ ଜୀବନ କାଳରେ ବହୁତ ରିସର୍ଚ୍ଚ କରିଥିଲେ । କିନ୍ତୁ ନ୍ୟୁଟନ୍‌ଙ୍କ ଦୁଇଟି ସନ୍ଧାନ ସମଗ୍ର ବିଶ୍ୱରେ ଜଣାଶୁଣା । ଯେଉଁଥିରେ ମାଧ୍ୟାକର୍ଷଣ ଶକ୍ତିରେ ନ୍ୟୁଟନ୍‌ଙ୍କ ବ୍ୟବହାର ଏବଂ ଗତି ନିୟମରେ ନ୍ୟୁଟନ୍‌ଙ୍କ ବ୍ୟବହାର ଅନ୍ତର୍ଭୁକ୍ତ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.