ନିଶାର ବଶବର୍ତ୍ତି ହୋଇ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ, ସ୍ତ୍ରୀ ମୃତଦେହ ସହ ରହିଲା ୩ ଦିନ

ସ୍ତ୍ରୀକୁ ପିଟି ପିଟି ତାର ଜୀବନ ନେଇଯାଇଛନ୍ତି ସ୍ୱାମୀ ଜଣକ । ଆଉ ସ୍ତ୍ରୀର ମୃତଦେହକୁ ଘରେ ପୂରାଇ ରଖିଥିଲେ । ଦିନେ କି ଦୁଇ ଦିନ ନୁହେଁ, ୩ ଦିନଧରି ସ୍ତ୍ରୀ ମୃତଦେହ ସହିତ ରହିଥିଲେ ସ୍ୱାମୀ। ଘରୁ ଦୁର୍ଗନ୍ଧ ବାହାରିବାରୁ ପାଖ ପଡ଼ୋଶୀ ଥାନାରେ କରିଥିଲେ ଅଭିଯୋଗ । ପୋଲିସ ମଧ୍ୟ ଆସି ସ୍ୱାମୀଙ୍କୁ ଅଟକ ରଖି ପଚରା ଉଚରା କରୁଛି।

ରକ୍ଷକ ସାଜିଲା ଭକ୍ଷକ । ଭୁଲିଗଲା ସ୍ୱାମୀ ସ୍ତ୍ରୀ ସମ୍ପର୍କ । ନିଶାର ବଶବର୍ତ୍ତି ହୋଇ ସ୍ତ୍ରୀ ସହ ଘଟାଇଲା ଏଭଳି ନାରକୀୟ କାଣ୍ଡ । କଥାରେ କୁହନ୍ତି ନିଶା ଉଜାଡ଼ି ଦିଏ ସଂସାର କିନ୍ତୁ ଏହି କଥାକୁ ବାସ୍ତବରେ ପରିଣତ କରିଛନ୍ତି ଜଣେ ସ୍ୱାମୀ । ସ୍ତ୍ରୀକୁ ପିଟି ପିଟି ତାର ଜୀବନ ନେଇଯାଇଛନ୍ତି ସ୍ୱାମୀ ଜଣକ । ଆଉ ସ୍ତ୍ରୀର ମୃତଦେହକୁ ଘରେ ପୂରାଇ ରଖିଥିଲେ । ଦିନେ କି ଦୁଇ ଦିନ ନୁହେଁ, ୩ ଦିନଧରି ସ୍ତ୍ରୀ ମୃତଦେହ ସହିତ ରହିଥିଲେ ସ୍ୱାମୀ। ଘରୁ ଦୁର୍ଗନ୍ଧ ବାହାରିବାରୁ ପାଖ ପଡ଼ୋଶୀ ଥାନାରେ କରିଥିଲେ ଅଭିଯୋଗ । ପୋଲିସ ମଧ୍ୟ ଆସି ସ୍ୱାମୀଙ୍କୁ ଅଟକ ରଖି ପଚରା ଉଚରା କରୁଛି।

ତେବେ ସମ୍ପୂର୍ଣ୍ଣ ଘଟଣା ହେଉଛି, ମୈତ୍ରୀବିହାର ଥାନା ତାରିଣୀନଗର ବସ୍ତିରେ ଘର ଭଡ଼ା ନେଇ ରହୁଥିଲେ ଗୋଲଖ ଜେନା ଓ ତାଙ୍କ ପତ୍ନୀ ରୀନା ଜେନା । ତାଙ୍କର ତିନି ପିଲା ମଧ୍ୟ ଅଛନ୍ତି । ସ୍ୱାମୀ ଓ ସ୍ତ୍ରୀ ଦିନ ମଜୁରିଆ ଭାବେ କାମ କରନ୍ତି । କୌଣସି କାରଣରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା । ଯେଉଁଥିରେ ଗୋଲଖ ରାଗିଯାଇ ମଦ ନିଶାରେ ତାଙ୍କ ସ୍ତ୍ରୀକୁ ପିଟିଥିଲେ । ଆଉ ଘଟଣାସ୍ଥଳରେ ରୀନାଙ୍କର ମୃତ୍ୟୁ ହୋଇଯାଇଥିଲା ।

ସ୍ତ୍ରୀଙ୍କ ମୃତ୍ୟୁ ପରେ ଗୋଲଖଙ୍କ ଅକଲ ଗୁଡ଼ୁମ ହୋଇଯାଇଥିଲା । ଆଉ ଏହି କଥା ବାହାରେ ପ୍ରଘଟ ହୋଇଯିବା ଭୟରେ ପତ୍ନୀଙ୍କ ମୃତଦେହ ସାଙ୍ଗରେ ରହିଥିଲେ ଗୋଲଖ । ସେହି ଘର ଭିତରେ ନିଜର ଛୁଆଙ୍କୁ ମଧ୍ୟ ରଖିଥିଲେ । ଛୁଆଙ୍କୁ ଘର ବାହାରକୁ ଛାଡ଼ିନଥିଲେ । ଦିନେ କି ଦୁଇ ଦିନ ନୁହେଁ, ୩ ଦିନ ଧରି ସ୍ତ୍ରୀ ମୃତଦେହ ସହ ରହିଥିଲେ ଗୋଲଖ ଓ ତାଙ୍କର ୩ ଛୁଆ ।

ସ୍ୱାମୀ ସ୍ତ୍ରୀ ଉଭୟ ଦିନ ମଜୁରିଆ ହୋଇଥିବାରୁ କାମଦାମ କରିବାକୁ ପ୍ରତିଦିନ ପଳାଇ ଯାଉଥିଲେ । ଆଉ ଦିନ ରାତି ସବୁବେଳେ ଘରର କବାଟ ବନ୍ଦ ରହୁଥିଲା । ଆଜି ଘର ଭିତରୁ ଦୁର୍ଗନ୍ଧ ବାହାରିବାରୁ ସାହି ପଡ଼ିଶା କବାଟ ବାଡ଼େଇଲେ ମଧ୍ୟ ଘର ଭିତରୁ କେହି କିଛି ଜବାବ୍‌ ଦେଇନଥିଲେ । ତେଣୁ ସାହି ପଡ଼ିଶା ଘର ମାଲିକଙ୍କୁ ଖବର ଦେଇଥିଲେ । ଘର ମାଲିକ ଏନେଇ ପୋଲିସ୍‌କୁ ସୂଚନା ଦେଇଥିଲେ । ମୈତ୍ରୀବିହାର ଥାନା ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ବାରମ୍ୱାର କବାଟ ବାଡ଼େଇଥିଲେ । ଆଉ କବାଟ ଖୋଲିଥିଲେ ଗୋଲଖ । ସେତେବେଳକୁ ରୀନାଙ୍କ ମୃତଦେହ ପଚି ଦୁର୍ଗନ୍ଧ ବାହାରୁଥିଲା । ଏନେଇ ସାଇଣ୍ଟିଫିକ୍‌ ଟିମ୍‌ ଓ କମିଶନରେଟ୍‌ ପୁଲିସ ମୃତଦେହ ଜବତକରି ମିଳିତ ଭାବେ ତଦନ୍ତ ଚଳାଇଛନ୍ତି । ଅନ୍ୟପକ୍ଷରେ ପିଟି ପିଟି ହତ୍ୟା କରିଥିବା ସ୍ୱାମୀ ସ୍ୱୀକାର କରିଥିବା ଜଣାପଡ଼ିଛି । ତେଣୁ ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.