ଦୁର୍ବୃତ୍ତଙ୍କ ନଜର ଖରସ୍ରୋତା, ବ୍ରାହ୍ମଣୀ ଓ କାଣି ନଦୀ ଉପରେ, ମାଛ ଲୋଭରେ ପାଣିରେ ଭରୁଛନ୍ତି ବିଷ

ଦୁର୍ବୃତ୍ତଙ୍କ ନଜର ଏବେ କେନ୍ଦ୍ରାପଡା ଜିଲ୍ଲାର ଖରସ୍ରୋତା, ବ୍ରାହ୍ମଣୀ ଓ କାଣି ନଦୀ ଉପରେ। ବିଳମ୍ବିତ ରାତିରେ ନଦୀରେ କୀଟନାଶକ ପକାଇ ଧରୁଛନ୍ତି ମାଛ ।

ଆଳି : ଦୁର୍ବୃତ୍ତଙ୍କ ନଜର ଏବେ କେନ୍ଦ୍ରାପଡା ଜିଲ୍ଲାର ଖରସ୍ରୋତା, ବ୍ରାହ୍ମଣୀ ଓ କାଣି ନଦୀ ଉପରେ। ବିଳମ୍ବିତ ରାତିରେ ନଦୀରେ କୀଟନାଶକ ପକାଇ ଧରୁଛନ୍ତି ମାଛ । ଦିନକୁ ଦିନ ନଦୀଜଳ ବିଷାକ୍ତ ହେବାରେ ଲାଗିଛି। ଫଳରେ ନଦୀ ପାଣିକୁ ବ୍ୟବହାର କରୁଥିବା ଲୋକେ ବିଭିନ୍ନ ଚର୍ମ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏପଟେ ବିଷ ପାଣି ଯୋଗୁଁ ନଦୀ ଉପରେ ନିର୍ଭର କରୁଥିବା ମତ୍ସ୍ୟଜୀବୀମାନେ ଜୀବିକା ହରାଇଲେଣି। ପ୍ରଶାସନ କହୁଛି ନଦୀ ପାଣିରେ ବିଷ ଛାଡୁଥିବା ଦୁର୍ବୃତ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.