ଭାରତୀୟ ସେନାରେ ନିୟୋଜିତ ଥିବା କୁକୁରଙ୍କୁ କେତେ ଦରମା ମିଳେ ? ଅବସର ପରେ ବି କୁକୁରଙ୍କ ପାଇଁ ରହିଛି ଖାସ୍‌ ବ୍ୟବସ୍ଥା

ଆପଣ ଜାଣିଛନ୍ତି କି ସେନାରେ ଥିବା ଏହି କୁକୁରମାନେ କେତେ ଦରମା ପାଆନ୍ତି ? ସେନାରେ ସାମିଲ ଥିବା ସମୟରେ ସେମାନଙ୍କୁ କେଉଁ ପ୍ରକାର ସୁବିଧା ମିଳିଥାଏ ? କୁକୁରମାନଙ୍କୁ ସେନାରେ କିପରି ସାମିଲ କରାଯାଏ ?

ସେନାର ନିୟୋଜିତ ଥିବା କୁକୁରମାନେ ନିଶା ଔଷଧଠାରୁ ଆରମ୍ଭ କରି ବୋମା ପର୍ଯ୍ୟନ୍ତ ସବୁକିଛି ଚିହ୍ନିବାରେ ବେଶ ଭଲ କାମ କରନ୍ତି । ଏମାନଙ୍କର ଶୁଙ୍ଘିବା ଶକ୍ତି ଅନ୍ୟ କୁକୁରମାନଙ୍କ ଠାରୁ ଅଧିକ ଥାଏ । ଏହା ବ୍ୟତୀତ ଏହି କୁକୁରମାନେ ଅନେକ ବିପଦପୂର୍ଣ୍ଣ ଅପରେସନରେ ସେନା ସହିତ ସାମିଲ ରୁହନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ସେନାରେ ଥିବା ଏହି କୁକୁରମାନେ କେତେ ଦରମା ପାଆନ୍ତି ? ସେନାରେ ସାମିଲ ଥିବା ସମୟରେ ସେମାନଙ୍କୁ କେଉଁ ପ୍ରକାର ସୁବିଧା ମିଳିଥାଏ ? କୁକୁରମାନଙ୍କୁ ସେନାରେ କିପରି ସାମିଲ କରାଯାଏ ?

ସେନାରେ ନିୟୋଜିତ ଥିବା କୁକୁରମାନଙ୍କୁ ପେଟ୍ରୋଲିଂ, IED ବିସ୍ଫୋଟକ ସାମଗ୍ରୀକୁ ଶୁଙ୍ଘିବା , ଲ୍ୟାଣ୍ଡମାଇନ ଚିହ୍ନଟ କରିବା , ଡ୍ରଗ୍ସ କୁ ଚିହ୍ନିବା, ନିର୍ଦ୍ଦିଷ୍ଟ ଟାର୍ଗେଟରେ ଆକ୍ରମଣ କରିବା, ବାରୁଦ ସୁଡ଼ଙ୍ଗ ଖୋଜିବାରେ ଏବଂ ଆତଙ୍କବାଦୀଙ୍କ ଲୁଚି ରହିଥିବା ସ୍ଥାନ ଖୋଜିବା ପାଇଁ ତାଲିମ ଦିଆଯାଏ ।
କୁକୁରମାନଙ୍କୁ ସେନାରେ କିପରି ନିୟୋଜିତ କରାଯାଏ?
ଯେଉଁ କୁକୁରଗୁଡ଼ିକ ଚାଲାକ ହୋଇଥାନ୍ତି ସେହି କୁକୁରମାନଙ୍କୁ ସେନାରେ ନିୟୋଜିତ କରାଯାଇଥାଏ । ଏହି କୁକୁରଙ୍କ ପ୍ରଜାତିରେ ଗ୍ରେଟ୍ ସ୍ୱିସ୍ ମାଉଣ୍ଟେନ୍, ଜର୍ମାନ ଶେଫାର୍ଡ, ବେଲଜିୟମ୍ ମ୍ୟାଲିନୋଇସ୍, ଲାବ୍ରାଡର ରିଟ୍ରିଭର୍ସ, କକର୍ ସ୍ପାନିଏଲ୍ ଏବଂ ଲାବ୍ରାଡର ପ୍ରଜାତିର କୁକୁର ସାମିଲ ଥାନ୍ତି । ସେମାନଙ୍କ ସ୍ୱାସ୍ଥ୍ୟକୁ ଭଲ ଭାବେ ପରୀକ୍ଷା କରାଯାଏ ।

କେତେ ଦରମା ଏବଂ କେବେ ଅବସର ନିଅନ୍ତି ଏହି କୁକୁର ?
ସେନାରେ ନିଯୁକ୍ତ କୁକୁରମାନଙ୍କୁ ପ୍ରତି ମାସରେ କୌଣସି ଦରମା ଦିଆଯାଇନଥାଏ । କିନ୍ତୁ ସେମାନଙ୍କର ଖାଦ୍ୟ ଏବଂ ରକ୍ଷଣାବେକ୍ଷଣ ପାଇଁ ସେନା ସମ୍ପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରେ । ସେନାରେ ନିଯୁକ୍ତ କୁକୁରର ଦେଖାଶୁଣାର ଦାୟିତ୍ୱ ହ୍ୟାଣ୍ଡଲର ପାଖରେ ଥାଏ । କୁକୁରକୁ ଖାଇବା ଦେବା ଠାରୁ ଆରମ୍ଭ କରି ତାର ପରିଷ୍କାର ପରିଚ୍ଛନ୍ନତା ସବୁ କିଛି ହ୍ୟାଣ୍ଡଲର ହିଁ ସମ୍ଭାଳି ଥାନ୍ତି । ସେନାରେ ନିଯୁକ୍ତ ହେଉଥିବା କୁକୁର ସେନାରେ ଯୋଗଦେବାର ୧୦-୧୨ ବର୍ଷ ପରେ ଅବସର ଗ୍ରହଣ କରନ୍ତି । ଏଥି ସହିତ କେତେକ କୁକୁର ମଧ୍ୟ ସମ୍ମାନଜନକ ଢଙ୍ଗରେ ଅବସର ଗ୍ରହଣ କରନ୍ତି ।

ଅବସର ପରେ ସେନା କୁକୁରଙ୍କ ଜୀବନ କିପରି ଥାଏ ?
ସେନାରେ ନିୟୋଜିତ ଥିବା କୁକୁରମାନେ ଅବସର ପରେ ସେମାନଙ୍କୁ କିଛି ଲୋକ ଆଡପ୍ଟ ବା ଗ୍ରହଣ କରନ୍ତି । ଏଥିପାଇଁ କୁକୁରକୁ ଗ୍ରହଣ କରୁଥିବା ବ୍ୟକ୍ତିଙ୍କୁ ଏକ ବଣ୍ଡରେ ଦସ୍ତଖତ କରିବାକୁ ପଡିଥାଏ, ଯେଉଁଥିରେ ସେ ପ୍ରତିଜ୍ଞା କରନ୍ତି ଯେ ସେ ଶେଷ ସମୟ ପର୍ଯ୍ୟନ୍ତ କୁକୁରର ଯତ୍ନ ନେବେ । ସୂଚନା ଥାଉ କି ପୂର୍ବରୁ ଯେଉଁ କୁକୁରମାନେ ସେନା ପାଇଁ ଅନୁପଯୁକ୍ତ ଥିଲେ ସେମାନଙ୍କୁ ମାରି ଦିଆଯାଉଥିଲା । ଏହା ପଛରେ ଦୁଇଟି କାରଣ ଥିଲା । ପ୍ରଥମତଃ ଏହି କୁକୁରମାନେ ଲୋକମାନଙ୍କୁ ଆକ୍ରମଣ କରୁଥିଲେ ଏବଂ ଦ୍ୱିତୀୟରେ ଏହି କୁକୁରମାନଙ୍କ ଭରଣ ପୋଷଣ ପାଇଁ ଆନିମଲ୍‌ େଓ୍ଵଲଫେୟାର ଅର୍ଗାନାଇଜେସନ ସମସ୍ତ ସୁବିଧା ଯୋଗାଇ ପାରୁନଥିଲା । ତେଣୁ ଏହି କୁକୁରଙ୍କୁ ମାରି ଦିଆଯାଉଥିଲା । କିନ୍ତୁ ୨୦୧୫ରେ ଏହି ନିୟମକୁ ହଟାଇ ଦିଆଗଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.