ରାଜସ୍ଥାନ ଯୋଦ୍ଧପୁରର ପକେଟ୍‌ ରକେଟ୍‌ ଗାର୍ଲ ପୂଜା, ଆଠ ବର୍ଷରେ ସିକ୍ସପ୍ୟାକ୍‌ କରି ସମସ୍ତଙ୍କୁ କରିଛନ୍ତି ଆଶ୍ଚର୍ଯ୍ୟ

ମନବଳ ଆଗରେ ହାର୍ ମାନିଛି ବୟସ । କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ । ଯାହାର ଜ୍ବଳନ୍ତ ଉଦାହରଣ ଏବେ ସାମ୍ନାକୁ ଆସିଛି । ଛୋଟ ପିଲାଟି ହୋଇଥିଲେ ମଧ୍ୟ ନିଜର ଦୃଢ ଇଚ୍ଛାଶକ୍ତି ବଳରେ ସେ ଆଜି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ବଡ ବଡ ବ୍ୟକ୍ତିତ୍ବଙ୍କ ଆଗରେ ସେ ଆଜି ଆଲୋଚନାର ପାତ୍ର ହୋଇପାରିଛନ୍ତି । ଯାହାଙ୍କ ବିଷୟରେ ଆପଣ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବାଟା ସ୍ବଭାବିକ ।

pujaସେ ହେଉଛନ୍ତି ରାଜସ୍ଥାନ ଯୋଦ୍ଧପୁରର ଏକ ଛୋଟ ଗାଁରେ ରହୁଥିବା ୮ବର୍ଷର ଛୋଟ ଝିଅ ପୂଜା ବିସ୍ନୋଇ। ଯିଏ ଛୋଟ ବୟସରେ ସିକ୍ସ୍ ପ୍ୟାକ୍ ଆପ୍ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛନ୍ତି । ନିକଟରେ ସେ କିଡ୍ ଆଥଲେଟିକ୍ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଗୋଲ୍ଡ ମେଡାଲ ମଧ୍ୟ ହାତେଇଛନ୍ତି।

pooja-3ପୂଜା ଭବିଷ୍ୟତରେ ଅଲମ୍ପିକରେ ସ୍ବର୍ଣ୍ଣ ପଦକ ହାସିଲ୍ କରିବାକୁ ଆଶା ରଖିଛନ୍ତି । ସେ ଛୋଟ ବେଳୁ ଫିଟନେସ୍ ପ୍ରତି ବେଶ୍ ଆଗ୍ରହୀ । ଡାଏଟ୍ ଏବଂ ଏକ୍ସରସାଇଜ୍ ପ୍ରତି ମଧ୍ୟ ସେ ଖୁବ୍ ସଜାଗ । ପୂଜାଙ୍କ ଆତ୍ମବିଶ୍ବାସ ଆଗରେ ବେଶ୍ ପ୍ରଭାବିତ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲୀ । ସେ ପୂଜାଙ୍କ ନିକ୍ ନେମ୍ ଦେଇଛନ୍ତି ପକେଟ ରକେଟ୍ ।

viratତେବେ ପୂଜାଙ୍କ ପରିଶ୍ରମ ଦେଖିଲେ ବଡ ବଡ ଖେଳାଳି ମଧ୍ୟ ନିଜକୁ କମ୍ ମନେକରିବେ । ଘଣ୍ଟା ଘଣ୍ଟା ଧରି ଜିମ୍ ରେ ଝାଳ ବୁହାଇବା ପରେ ମଧ୍ୟ ଆଜିକାଲିର ଯୁବପିଢୀ ସିକ୍ସ ପ୍ୟାକ୍ କରିପାରୁନାହାନ୍ତି, କିନ୍ତୁ ମାତ୍ର ୮ବର୍ଷ ବୟସରେ ଛୋଟ ଝିଅ ପୂଜା ଏହାକୁ ସମ୍ଭବ କରି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଯାହା ନିହାତୀ ପ୍ରସଂଶନୀୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.