Below header

ପୁଣି ବିନଙ୍କ ସହିତ ନଜର ଆସିପାରନ୍ତି ଦୀପିକା ! ‘ଜେଣ୍ଡର କେଜ ୪’ ଫିଲ୍ମ ପାଇଁ ମିଳିପାରେ ଅଫର

ବଲିଉଡ ଫିଲ୍ମ ‘ଓମ୍‌ ଶାନ୍ତି ଓମ୍‌’ରୁ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ ଦୀପିକା। ଶାହରୁଖଙ୍କ ସହିତ ଫିଲ୍ମ କରିବା ପରେ ବଲିଉଡରେ ଟପ୍‌ ଟେନ୍‌ ଅଭିନେତ୍ରୀ ଲିଷ୍ଟରେ ସାମିଲ ହୋଇଯାଇଥିଲେ। ବଲିଉଡରେ ଧମାକା କରିବା ପରେ ଦୀପିକା ହଲିଉଡରେ ନିଜର ଭାଗ୍ୟ ପରୀକ୍ଷା କରିଥିଲେ। ଦୀପିକା ୨୦୧୭ରେ ‘XXX : Return of the Xander cage ’ରେ ସେରେନା ଭୂମିକାରେ ନଜର ଆସିଥିଲେ। ଏହି ଫିଲ୍ମରେ ଦୀପିକା ହଲିଉଡ ସୁପରଷ୍ଟାର ବିନ ଡିଜେଲ ସହିତ ହଲିଉଡରେ ଡେବ୍ୟୁ କରିଥିଲେ। ଏବେ କୁଆଡେ ଦୀପିକା ଏହି ସିରିଜର ଆଗାମୀ ଫିଲ୍ମରେ ନଜର ଆସିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି।

vin

ବିନ ଡିଜେଲ ଯେକୌଣସି ସିରିଜ ଫିଲ୍ମରେ କାମ କରିଥିବା ସମସ୍ତ କଳାକାରଙ୍କ ସହିତ ପରିବାର ଭଳି ବଣ୍ଡିଂ ରଖିଛନ୍ତି। ସେ ନିକଟରେ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯାହାକୁ ଦେଖି ଲାଗୁଛି, ପୁଣି ବୋଧହୁଏ ଏହି ଫିଲ୍ମରେ ଦୀପିକାଙ୍କୁ ସୁଯୋଗ ମିଳିପାରେ। ଏହି ଫଟୋର କ୍ୟାପସନ ସହିତ ଦୀପିକା ପାଦୁକୋନଙ୍କ ନାମ ମଧ୍ୟ ହ୍ୟାସଟ୍ୟାଗ୍‌ ହୋଇ ରହିଛି। ଯେଉଁଥିରୁ ଦୀପିକାଙ୍କୁ ଏହି ଫିଲ୍ମରେ ଅଫର ମିଳିପାରେ ବୋଲି ଫ୍ୟାନ୍‌ମାନେ ଅନୁମାନ କରୁଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.