Below header

ନିଜର ଥାର୍ଡ ବାର୍ଥ ଡେ’କୁ ଏଭଳି ଢଙ୍ଗରେ ପାଳିବେ ତୈମୁର, ଦୁଇଟି କେକ୍‌ କାଟିବା ପାଇଁ କଲେ ରିକ୍ୱେଷ୍ଟ୍‍

ଏଥର ତୈମୁର ଅଲ୍ଲୀ ଖାନ୍‌ଙ୍କ ବାର୍ଥ ଡେ’ ମୁମ୍ବାଇରେ ହିଁ ସେଲିବ୍ରେଟ୍‌ କରାଯିବ। କରୀନା କପୁର ଖାନ୍‌ ଏବଂ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୁଅ ତୈମୁର ୨୦ ଡିସେମ୍ବରକୁ ନିଜର ଥାର୍ଡ ବାର୍ଥ ଡେ’ ପାଳନ କରିବାକୁ ଯାଉଛନ୍ତି। ଏହି ମଉକାରେ ପୂରା ପରିବାର ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଗଣମାଧ୍ୟମ ଆଗରେ କହିବା ବେଳେ କରୀନା ତୈମୁରଙ୍କର ବାର୍ଥ ଡେ’ ପ୍ଲାନ୍‌ ବିଷୟରେ ବଖାଣିଛନ୍ତି।

tai2

ଚଳିତବର୍ଷ ତାଙ୍କ ପୁଅ ଦୁଇଟି କେକ୍‌ କାଟିବା ପାଇଁ ରିକ୍ୱେଷ୍ଟ କରିଛି। ଗୋଟିଏ କେକ୍‌ରେ ହଲ୍‌କ ବନାଯିବ ଏବଂ ଅନ୍ୟଟିରେ ସାନ୍ତାକ୍ଲଜ୍‌। କାରଣ, ତୈମୁରଙ୍କୁ ଲାଗିଥାଏ, ସେ ଉଭୟଙ୍କ ଭଳି ଦେଖାଯାଉଛନ୍ତି। କରୀନା କହିଛନ୍ତି, ସେ ଓ ସୈଫ୍‌ ବର୍ତ୍ତମାନ ସେମାନଙ୍କ ଆଗାମୀ ଫିଲ୍ମର ପ୍ରମୋଶନରେ ଲାଗିଛନ୍ତି।

tai22

ଏଥିପାଇଁ ବାର୍ଥ ଡେ’ ପରିବାର ସହିତ ହିଁ ମନାଇବେ। ଗୋଟିଏ ଛୋଟ ପାର୍ଟି ରଖାଯିବ, ଯେଉଁଥିରେ ତୈମୁରଙ୍କର କିଛି ଖାସ୍‌ ସାଙ୍ଗକୁ ଇନ୍‌ଭାଇଟ କରାଯିବ।
କହି ରଖୁଛୁ, କରୀନା ଏବେ ନିଜ ଆଗାମୀ ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ ପ୍ରମୋଶନରେ ଲାଗିଛନ୍ତି। ଏହି ଫିଲ୍ମ ୨୭ ଡିସେମ୍ବରରେ ରିଲିଜ୍‌ ହେବ। ମୁଭିରେ କରୀନାଙ୍କ ସହ ଆକ୍ଟର ଅକ୍ଷୟ କୁମାର, ଦିଲ୍‌ଜିତ୍‌ ଦୋସାଞ୍ଜ୍‌ ଓ କିଆରା ଆଡ୍‌ଭାଣି ଲିଡ୍‌ ରୋଡ୍‌ରେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.