Below header

ଯବାନଙ୍କ ଜୀବନସାଥି ଖୋଜିଦେବ ଆଇଟିବିପି, ଆରମ୍ଭ କଲା Marriage portal

ଭାରତ-ତିବ୍ଦତ ସୀମା ପୋଲିସ ( ଆଇଟିବିପି) ପକ୍ଷରୁ ନିଜର ଅବିବାହିତ,ବିରାଙ୍ଗନା ଏବଂ ନିଜ ଜୀବନସାଥିଙ୍କ ଠାରୁ ଅଲଗା ହୋଇସାରିଥିବା ଯବାନମାନଙ୍କ ପାଇଁ ଯୋଗ୍ୟ ଜୀବନସାଥି ଖୋଜିବା ପାଇଁ ଆରମ୍ଭ ହୋଇଛି Marriage portal । କୌଣସି ଅର୍ଦ୍ଧସୈନିକ ବଳରେ ଏପରି ପଦକ୍ଷେପ ପ୍ରଥମ ଥର ପାଇଁ ନିଆଯାଇଛି। ପର୍ବତାଞ୍ଚଳରେ ପ୍ରଶିକ୍ଷିତ ଏହି ବଳା ମୁଖ୍ୟ ରୂପେ ଚୀନର ନିୟନ୍ତ୍ରଣ ରେଖାରେ ରକ୍ଷା କରିବା ପାଇଁ ଦାୟିତ୍ୱ ବହନ କରିଥାନ୍ତି। ଏହି ବଳ ଏବେ ବିଭିନ୍ନ ର‍୍ୟାଙ୍କରେ ପାଖାପାଖି ୨୫୦୦ରୁ ଅଧିକ ଅବିବାହିତ ପୁରୁଷ ଏବଂ ୧୦୦୦ ମହିଳା ରହିଛନ୍ତି।

jawan

ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଅନେକ ଯବାନ ନିଜର ପରିବାର ଠାରୁ ଦୂର ସୁଦୂର ସ୍ଥାନରେ ପୋଷ୍ଟିଂ ହୋଇ ରହିଛନ୍ତି। ସେମାନଙ୍କ ପାଇଁ ତାଙ୍କ ପରିବାର ଲୋକ ଉପଯୁକ୍ତ ଜୀବନସାଥି ଖୋଜିବା ବହୁତ ବଡ ମୁସ୍କିଲ କାମ । ତେଣୁ ସେମାନଙ୍କ ପାଇଁ ଆଇଟିବିପି ପକ୍ଷରୁ ସୁବିଧା ଯୋଗାଇଦିଆଯିବ। ଏହି ଅର୍ଦ୍ଧସୈନିକ ବଳ ପର୍ବତ ସୀମାରେ ରହି ଆମକୁ ସେବା ଯୋଗାଉଥିବା ବେଳେ ସେମାନଙ୍କ ଡ୍ୟୁଟିକୁ ଧ୍ୟାନରେ ରଖି ଏପରି ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.