Below header

ରାଜ୍ୟ ଓପନ୍‌ ବ୍ଲିଜ୍‌ ଚେସ୍‌ ପ୍ରତିଯୋଗିତାରେ ସ୍ୱୟମ୍‌ଶଙ୍କ ବାଜିମାତ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭୁବନେଶ୍ୱର ଠାରେ ଆୟୋଜିତ ମଞ୍ଜୁଳା ମିଶ୍ର ଏକଦିବସୀୟ ରାଜ୍ୟ ଓପନ୍‌ ବ୍ଲିଜ୍‌ ଚେସ୍‌ ପ୍ରତିଯୋଗିତାରେ ଗ୍ରାଣ୍ଡ ମାଷ୍ଟର ସ୍ୱୟମ୍‌ଶ ମିଶ୍ର ଚାମ୍ପିଅନ୍‌ ହୋଇଛନ୍ତି । ମୋଟ୍‌ ୭ ରାଉଣ୍ଡ ଖେଳରେ ସମ୍ପୂର୍ଣ୍ଣ ଭାବେ ଅପରାଜିତ ରହି ସେ ସର୍ବାଧିକ ୭ ପଏଣ୍ଟ ହାସଲ କରିଥିଲେ ।
ମନୀଷ କୁମାର, ସଞ୍ଜୀବନ ନାୟକ, ନୀଲସୁ ପଟ୍ଟନାୟକ, ଏସ୍‌. ସତ୍ୟମ୍‌, ପ୍ରିୟଂଶ ଦାସ, ଦେବୀ ପ୍ରସାଦ ନାୟକ, ରାଜେନ୍ଦ୍ର କୁମାର ସାହୁ ଏମାନେ ସମସ୍ତେ ସମାନ ୬ ପଏଣ୍ଟ ହାସଲ କରିଥିଲେ । ତେବେ ଟାଉବ୍ରେକର୍‌ରେ ଏମାନେ ଯଥାକ୍ରମେ ଦ୍ୱିତୀୟରୁ ଅଷ୍ଟମ ସ୍ଥାନ ଅଧିକାର କରିଥିଲେ । ଜଗଦୀଶ ବାରିକ ଓ ବିବେକ ତିବେରଓ୍ଵାଲ ୫.୫ ପଏଣ୍ଟ ସହ ନବମ ଓ ଦଶମ ସ୍ଥାନରେ ରହିଛନ୍ତି ।

CHESS-2ଏହା ବ୍ୟତୀତ ବିଭିନ୍ନ ବୟସ ବର୍ଗରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ପୁରସ୍କାର ଭାବେ ନଗଦ ୧୫ ହଜାର ଟଙ୍କା ଏବଂ ଟ୍ରଫି ସହ ରାଜ୍ୟସ୍ତରୀୟ ପ୍ରମାଣପତ୍ର ମଧ୍ୟ ଦିଆଯାଇଥିଲା । ଭେଟେରାନ୍‌ ବର୍ଗରେ ଏନ୍‌. ସୁନ୍ଦରରାଜନ୍‌, ୬ ବର୍ଷରୁ କମ୍‌ ବର୍ଗରେ ଶୁଭସ୍ମିତା ପ୍ରିୟଦର୍ଶିନୀ ଓ ସ୍ମୃତି ରଞ୍ଜନ ସାହୁ, ୭ ବର୍ଷରୁ କମ୍‌ ବର୍ଗରେ ଆରିୟନ୍‌ ବେହେରା ଓ ହର୍ଷିତା ସିଂହ, ୯ ବର୍ଷରୁ କମ୍‌ ବର୍ଗରେ ଆଦିତ୍ୟ ବିକ୍ରମ ମିଶ୍ର ଓ ଶ୍ରଦ୍ଧା ମିଶ୍ର, ୧୧ ବର୍ଷରୁ କମ୍‌ ବର୍ଗରେ କୌସ୍ତୁଭ ଦାଶ ଓ ୟସିତା ରାଉତ, ୧୩ ବର୍ଷରୁ କମ୍‌ ବର୍ଗରେ ସୌରଭ କର ଓ ପି. ସାଇରୂପା ଯଥାକ୍ରମେ ବାଳିକା ଓ ବାଳକ ବର୍ଗରେ ଚାମ୍ପିଅନ୍‌ ହୋଇଥିଲେ ।

CHESS-3ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ଏହି ପ୍ରତିଯୋଗିତାରେ ମୋଟ୍‌ ୧୪୧ ଜଣ ଖେଲାଳିଙ୍କ ମଧ୍ୟରେ ୫୧ ଜଣ ଅନ୍ତର୍ଜାତୀୟ ମାନ୍ୟତା ପ୍ରାପ୍ତ ଖେଳାଳି ସାମିଲ ହୋଇଥିଲେ । ଅଙ୍କିତା ଶ୍ରେଷ୍ଠ ମହିଳା ଖେଳାଳି ଏବଂ ନିପୁନ ଆଦିତ୍ୟ ମହାନ୍ତି ଶ୍ରେଷ୍ଠ ଦିବ୍ୟାଙ୍ଗ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.