Below header

ଲୋକଙ୍କୁ କନ୍ଦାଇଲା ପିଆଜ, ଏହି କୃଷକଙ୍କୁ କଲା କୋଟିପତି! ଜାଣନ୍ତୁ କେମିତି

ଗୋଟିଏ ପଟେ ଯେଉଁଠି ପିଆଜର ଅହେତୁକ ଦରବୃଦ୍ଧି ପୂରା ଦେଶରେ ହାହାକାର ସୃଷ୍ଟି କରିଛି, ସେଠି କର୍ନାଟକର ଜଣେ କୃଷକଙ୍କ ପାଇଁ ପିଆଜ ବରଦାନ ସାବ୍ୟସ୍ତ ହୋଇଛି। ଲୋକଙ୍କୁ ପିଆଜ କନ୍ଦାଉଥିବା ବେଳେ ମଲ୍ଲିକାର୍ଜୁନ ନାମକ ଏହି କୃଷକଙ୍କ ଆଖିରେ ପିଆଜ ଆଣିଦେଇଛି ଖୁସିର ଅଶ୍ରୁ।

ଆମେ ଏଥିପାଇଁ ଏପରି କହୁଛୁ, କାରଣ, ଧାରକରଜରେ ବୁଡ଼ିରହିଥିବା ୪୨ ବର୍ଷୀୟ ମଲ୍ଲିକାର୍ଜୁନ ଚଳିତବର୍ଷ ମଧ୍ୟ ଅଧିକ ଋଣ ନେଇ ପିଆଜ ଚାଷ କରିଥିଲେ। ସେ ଆଶା କରିଥିଲେ, ଯଦି ପିଆଜର ଭଲ ଉତ୍ପାଦନ ଏବଂ ଭଲ ମୂଲ୍ୟ ମିଳିଲା, ତେବେ ତାଙ୍କୁ ୫-୧୦ ଲକ୍ଷ ଟଙ୍କା ପଯ୍ୟର୍ନ୍ତ ଲାଭ ମିଳିଯିବ, ଯଦ୍ଦ୍ଵାରା ସେ ନିଜ କରଜ ଶୁଝିପାରିବେ।

oni2

ଯେତେବେଳେ ଦେଶରେ ପିଆଜ କିଲୋ ୧୦୦-୨୦୦ ଟଙ୍କାରେ ବିକ୍ରି ହେଉଛି, ଏପରି ସମୟରେ ମଲ୍ଲିକାର୍ଜୁନଙ୍କ କ୍ଷେତରେ ପ୍ରଚୁର ପରିମାଣରେ ପିଆଜ ଚାଷ ହୋଇଛି। ପାଖାପାଖି ୨୪୦ ଟନ୍‌(୨୦ ଟ୍ରକ୍‌) ପିଆଜ ତାଙ୍କ କ୍ଷେତରୁ ବାହାରିଛି।

ସେପଟେ ପିଆଜର ଅହେତୁକ ମୂଲ୍ୟବୃଦ୍ଧି ଯୋଗୁ ତାଙ୍କୁ ବଜାରରେ ବି ନିଜ ଫସଲର ଭଲ ମୂଲ୍ୟ ମିଳିଛି। ଯେଉଁଠି ସେ ୫-୧୦ ଲକ୍ଷ ଟଙ୍କାର ଲାଭ ଆଶା ରଖିଥିଲେ, ସେଠି ତାଙ୍କୁ କୋଟିଏ ଟଙ୍କାର ଲାଭ ହୋଇଛି।

oni4

ମଲ୍ଲିକାର୍ଜୁନ ପିଆଜ କ୍ଷେତରେ ୧୫ ଲକ୍ଷ ଟଙ୍କା ନିବେଶ କରିଥିଲେ। କିନ୍ତୁ ପିଆଜର ଦରବୃଦ୍ଧି ତାଙ୍କୁ ବହୁ ଗୁଣା ଲାଭ ଦେଇଥିଲା। ଏହାପରେ ସେ ନିଜର ସବୁ ଋଣ ଶୁଝିଦେଇଥିଲେ। ଏବେ ମଲ୍ଲିକାର୍ଜୁନ କ୍ଷେତ କାମ ପାଇଁ ଏବଂ ଅଧିକ ଜମି କିଣିବା ଲାଗି ଉଦ୍ୟମ କରୁଛନ୍ତି।

କେବଳ ଏତିକି ନୁହେଁ, ପୂରା ଅଞ୍ଚଳରେ ଲୋକେ ମଲ୍ଲିକାର୍ଜୁନଙ୍କୁ ଜଣେ ଆଦର୍ଶ କୃଷକ ବୋଲି କହୁଛନ୍ତି। ଏବେ ଛୋଟବଡ଼ ଚାଷୀ ବି ତାଙ୍କ ପାଖକୁ କ୍ଷେତ କାମ ପାଇଁ ଟିପ୍ସ ନେବାକୁ ଆସୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.