Below header

ଆପଣଙ୍କ smartphone slow ହୋଇଯାଇଛି କି ? ଆପଣାନ୍ତୁ ଏହି ଟିପ୍ସ ଆଉ କରନ୍ତୁ ହାଇସ୍ପିଡ

ସ୍ମାର୍ଟଫୋନ ଆସିଲା ପର ଠାରୁ ଲୋକମାନେ ବହୁତ ଅଳସୁଆ ହୋଇଗଲେଣି। ନିଜର କାମକୁ ସହଜ ଏବଂ ସୁବିଧାରେ କରିବା ପାଇଁ ନିଜ ଫୋନରେ ବିଭିନ୍ନ ପ୍ରକାରର ଆପ୍‌ ଡାଉନଲୋଡ କରି ରଖୁଛନ୍ତି। ଫିଲ୍ମ, ଭିଡିଓ, ଫଟୋ ଠାରୁ ଆରମ୍ଭ କରି ସବୁ ପ୍ରକାର ପେମେଣ୍ଟ ବ୍ୟବସ୍ଥା ଏବଂ ମେଲ୍‌ କରିବା ଇତ୍ୟାଦି କାମ କରୁଛନ୍ତି। କିନ୍ତୁ ଏହାସବୁ କରିବା ଦ୍ୱାରା ଫୋନର ରାମ୍‌ ଉପରେ ପ୍ରଭାବ ପଡୁଛି। ତେଣୁ ଫୋନଟି ଆପେ ଆପେ ସ୍ଲୋ ହୋଇଯାଉଛି। ଆପଣ ମଧ୍ୟ ଏପରି ସମସ୍ୟାର ସାମ୍ନା କରୁଥିବେ। ଯଦି ଆପଣଙ୍କ ଫୋନର ଏପରି ଅବସ୍ଥା ହୋଇଛି ତେବେ ଚିନ୍ତା କରନ୍ତୁ ନାହିଁ। କିଛି ସହଜ ଟିପ୍ସ ରହିଛି, ଯାହାକୁ ଆପଣାଇ ନିଜର ସ୍ମାର୍ଟଫୋନ ସ୍ଲୋ ହୋଇଯାଇଥିଲେ ସ୍ପିଡ କରିପାରିବେ। ଆସନ୍ତୁ ଜାଣିବା କ’ଣ ରହିଛି ଟିପ୍ସ …

1

– ପ୍ରଥମେ ଆପଣ ସ୍ମାର୍ଟଫୋନର ସେଟିଂକୁ ଯାଆନ୍ତୁ।

– ତଳକୁ ତଳକୁ ସ୍କ୍ରୋଲ କରିବା ପରେ ‘Build number ’ ଅପସନ ଦେଖିବାକୁ ମିଳିବ।

– ଏହା ଉପରେ ଅନେକ ଥର ଜଲଦି ଜଲଦି ଟ୍ୟାପ୍‌ କରନ୍ତୁ।

2

– ଏପରି କରିବା ପରେ ଆପଣଙ୍କ ଫୋନର ସେଟିଂରେ ‘Developer option ’ ଆସିବ।

– ଏବେ ସେହି ଅପସନରେ ଆପଣ ତଳକୁ ତଳକୁ ସ୍କ୍ରୋଲ କରନ୍ତୁ, ଯେପର୍ଯ୍ୟନ୍ତ (ଅନ୍‌/ଅଫ୍‌) ଅପସନ ନଆସିଛି।

3

– ଏବେ ଫୋନର ସ୍ପିଡ ବଢାଇବା ପାଇଁ ଏଠାରେ ଦିଆଯାଇଥିବା ତିନିଟି ଅପସନକୁ ଡିଫଲ୍ଡ ସେଟିଂକୁ ବଦଳାଇ ଦିଅନ୍ତୁ। ଏହି ତିନିଟି ଅପସନ ଓ୍ଵିଣ୍ଡୋ ଆନିମେସନ ସ୍କେଲ, ଟ୍ରାନଜିସନ ଆନିମେସନ ସ୍କେଲ ଏବଂ ଏନିମେଟର ଡ୍ୟୁରେସନ ସ୍କେଲ ଦେଖିବାକୁ ମିଳିବ।

– ଏଠାରେ ପ୍ରଥମରୁ ୧x ସେଟ୍‌ ହୋଇଥିବ। ଆପଣ ତାହାକୁ ବଦଳାଇ ୦.୫ x ରେ ସେଟ୍‌ କରନ୍ତୁ। ଏପରି କରିବା ପରେ ଆପଣଙ୍କ ସ୍ମାର୍ଟଫୋନର ସ୍ପିଡ ନୂଆ ସ୍ମାର୍ଟଫୋନ ସ୍ପିଡ ପରି ହୋଇଯିବ।

4

ଏପରି ପରିବର୍ତ୍ତନ କରିବା ପରେ ଆପଣ ଫୋନରେ ପରିବର୍ତ୍ତନ ଦେଖିପାରିବେ। ଏହି ଟ୍ରିପ୍ସକୁ ସମସ୍ତ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ଆପ୍ଲାଇ କରାଯାଇପାରିବ। ଫଳରେ ଆପଣଙ୍କ ଫୋନ ସ୍ପିଡ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.