ଦୁର୍ଦ୍ଦିନରେ ’ମାଟିର ମଣିଷ’

ଭାଦ୍ରବ ମାସରେ ଝିଅମାନେ ୧ ମାସ ବା ୫ ଗୋଟି ରବିବାରରେ ମା ଖୁଦୁରୁକୁଣୀଙ୍କୁ ପୂଜା କରିଥାନ୍ତି। ପରିବାରର ମଙ୍ଗଳ ମନାସି ଅବିବାହିତା ଝିଅ ମାନେ ଏହି ଓଷା କରିଥାନ୍ତି। କଟକ ଜିଲ୍ଲା ମାହାଙ୍ଗା ଲଳିତଗରି ପଞ୍ଚାୟତ ଯେରକନ୍ଦ କୁମ୍ଭାର ସାହି। ଏହି ଗ୍ରାମର ୧୦ଟି ପରିବାର ନିଜ କୌଳିକ ପେସା ଭାବେ ବିଭିନ୍ନ ମୂର୍ତ୍ତି ନିର୍ମାଣ କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। ଏହି ପେସାକୁ ବାପା ଜେଜେବାପାଙ୍କ ଠାରୁ ଆରମ୍ଭ କରି ଆଜିର ଯୁବ ପୀଢ଼ି ମଧ୍ୟ ଏହି କାର୍ୟ୍ୟରେ ନିଜକୁ ନିୟୋଜିତ କରିଆସୁଛନ୍ତି।

soil

ଆହୁରି ପଢ଼ନ୍ତୁ : ଏମିତି ଏକ ମନ୍ଦିର ଯେଉଁଠାରେ ଲୋକମାନେ ପୂଜୁଛନ୍ତି ବାଜପେୟୀଙ୍କୁ

କେବଳ ମୂର୍ତ୍ତି ନୁହେଁ ବରଂ ହାଣ୍ଡି, କୁମ୍ପି, ଦୀପ, ଜାହାଲା ଘୁମ ଆଦି ବିଭିନ୍ନ ପ୍ରକାର ମାଟିରେ ଗଢ଼ା ହୋଇଥିବା ପାତ୍ର ତିଆରି କରିଥାନ୍ତି। ଖୁଦୁରୁକୁଣୀ, ଗଣେଷ, ବିଶ୍ବକର୍ମାଙ୍କ ମୂର୍ତ୍ତି ପାଇଁ ପ୍ରାୟ ୩ ମାସ ପୂର୍ବରୁ ମାଟି ଓ ବାଲି ଆଣି ତିଆରି କରିଥାନ୍ତି। ୬ ଇଞ୍ଚ ଠାରୁ ୩ ଫୁଟ ପର୍ୟ୍ୟନ୍ତ ଛାଞ୍ଚ ରଖି ସେଥିରେ ମୂର୍ତ୍ତି ତିଆରି କରିଥାନ୍ତି। ଗୋଟିଏ ୩ ଫୁଟିଆ ମୂର୍ତ୍ତିକୁ ତିଆରି କରିବା ପାଇଁ ଗୋଟିଏ ଦିନ ଲାଗିଥାଏ। ପ୍ରଥମେ ଛାଞ୍ଚରେ ମାଟି ଦେଇ ମୁର୍ତ୍ତି କରିଥାନ୍ତି। ଏହାର ଗୋଟିଏ ଦିନ ପରେ ବାଉଁଶ ପାତିଆ ସାହାଯ୍ୟରେ ମୂର୍ତ୍ତିକୁ ଚିକ୍କଣ କରିଥାନ୍ତି। ଏହାପରେ ଖଡି ଦିଆଯାଇଥାଏ। ସୁଖିଲା ପରେ ବିଭିନ୍ନ ରଙ୍ଗ ବେରଙ୍ଗରେ ମୂର୍ତ୍ତିକୁ ରଙ୍ଗେଇ ଦିଆଯାଇଥାଏ। ଏହି ମୂର୍ତ୍ତିକୁ ମୁଖ୍ୟତଃ ଅଏଲ ପେଣ୍ଟ କରାଯାଇଥାଏ।

staueଗୋଟିଏ ମୂର୍ତ୍ତି ତିଆରି ପାଇଁ ପରିବାରର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥାନ୍ତି। ଏପରିକି ଏହି ମୂର୍ତ୍ତି ତିଆରି କରି ବର୍ଷକୁ ପାଖାପାଖି ଘରର ସମସ୍ତ ଖର୍ଚ୍ଚ ସାରି ୫୦ ହଜାରରୁ ଅଧିକ ଟଙ୍କା ଲାଭ କରିଥାନ୍ତି। ମୂର୍ତ୍ତି ଓ ହାଣ୍ଡି, ମାଠିଆ, ଜାହାଲା ଆଦି ମାଟି ପାତ୍ର ତିଆରି କରି ପରିବାର ପ୍ରତିପୋଷଣ କରିଥାନ୍ତି। କିନ୍ତୁ ବର୍ତ୍ତମାନ ଏହି ସବୁ ଜିନିଷର ଆଉ ଚାହିଦା ନ ଥିବାରୁ ପରିବାର ଚଳାଇବା ସେମାନଙ୍କ ପକ୍ଷେ ବହୁତ କଷ୍ଟକର ହୋଇପଡୁଛି।