ଏମିତି ମନ୍ଦିର ଯେଉଁଠି ରାତିରେ ଶୋଇଲେ ସକାଳେ ମୃତ୍ୟୁ

ଆପଣ ଜାଣିଲେ ଚମକି ପଡିବେ ଏବଂ ଏହି ସତ୍ୟ ମଧ୍ୟ ଛାତିକୁ ଥରାଇଲା ପରି । ସତନାର ମୋହର ତହସିଲ ପାଖରେ ଚିତ୍ରକୂଟ ଠାରେ ମାହିର୍ ଦେବୀଙ୍କ ବିଷୟରେତ’ ଆପଣ ସମସ୍ତେ ଜାଣିଥିବେ । ମେହରର ମାନେ ହେଉଛି ମାଙ୍କର ହାର । ମେହର ନଗର ଠାରୁ ୫କିମି ଦୂରତାରେ ଚିତ୍ରକୂଟ ପର୍ବତ ରହିଛି ଯେଉଁ ଠାରେ ମାତା ଶାରଦା ଦେବୀଙ୍କର ବାସ । ଏହି ପର୍ବତ ଉପରେ ହିଁ ଏହି ମନ୍ଦିର । ଏହି ମନ୍ଦିରକୁ ନେଇ ଅନେକ ପ୍ରକାରର କଥା ପ୍ରଚଳିତ ରହିଛି ।

ମାନ୍ୟତା ଅଛିକି’ କୌଣସି ବ୍ୟକ୍ତି ଯଦି ଏହି ମନ୍ଦିରରେ ରାତି କଟାଇଥାନ୍ତି ତେବେ ତାଙ୍କର ମୃତ୍ୟୁ ହୋଇଥାଏ । ଏହାର କାରଣ ଏହିକି ଯେ, ରାତିରେ ଏହି ମନ୍ଦିରରେ ଆଲ୍ଲା ଏବଂ ମଦଲ ନାମରେ ଚିନ୍ନଜିବି ମା’ଙ୍କର ଦର୍ଶନ ପାଇଁ ଆସିଥାନ୍ତି । ଏଠାରେ ରହୁଥିବା ଲୋକମାନଙ୍କର କହିବା ଅନୁସାରେ ଆଲ୍ଲା ଏବଂ ମଦଲ ପୃଥ୍ୱୀରାଜ ଚୋହାନଙ୍କ ସହିତ ଯୁଦ୍ଧ କରିଥିଲେ ।

ଆହୁରି ପଢନ୍ତୁ : ସୁନ୍ଦର କେଶ ଏବଂ ତ୍ବଚା ଚାହୁଁଛନ୍ତି ତ’ ଆପଣାନ୍ତୁ ଏହି ଟିପସ୍

ଦୁହେଁ ହି ମା’ ଶାରଦାଙ୍କର ବହୁତ ବଡ ଭକ୍ତ ଥିଲେ । ଏହି ଦୁହେଁ ହିଁ ମିଶିକି ମା‘ ଶାରଦା ଦେବୀଙ୍କର ମନ୍ଦିରକୁ ଖୋଜିକି ପାଇଥିଲେ । ଏହାପରେ ୧୨ବର୍ଷ ପର୍ୟ୍ୟନ୍ତ ତପସ୍ୟା କରି ଦେବୀ ମା’ଙ୍କୁ ପ୍ରସନ୍ନ କରିଥିଲେ ସେବେ ମା’ ତାଙ୍କୁ ଅମରତ୍ବର ଆଶୀର୍ବାଦ ଦେଇଥିଲେ । ଆଲ୍ଲା ମାତାଙ୍କୁ ଶାରଦା ମାଇ ନାଁରେ ଡାକୁଥିଲେ ।

ମାନ୍ୟତା ଏହାବି ଅଛିକି’ ମାତା ଶାରଦାଙ୍କୁ ଦିନର ଆରମ୍ଭରେ ସର୍ବପ୍ରଥମେ ଆଲ୍ଲା ଏବଂ ମାଦଳ ହିଁ ଦର୍ଶନ କରିଥାନ୍ତି । ଏହି କାରଣ ପାଇଁ ଏଠାରେ କୌଣସିବି‘ ବ୍ୟକ୍ତି ମନ୍ଦିରରେ ରୁହନ୍ତି ନାହିଁ ଏହି ମନ୍ଦିର ରାତିରେ ବନ୍ଦ କରିଦିଆଯାଏ । ଆଉ ଯଦି କିଏ ବି ଜୋରଜବରଦସ୍ତି ଏଠାରେ ରୁହନ୍ତି ତେବେ ତାଙ୍କର ମୃତ୍ୟୁ ହୋଇଯାଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.