Below header

ବୈଜ୍ଞାନିକଙ୍କ ପାଇଁ ଆସନ୍ତାକାଲିର ସୂର୍ଯ୍ୟପରାଗ ହୋଇପାରେ ବହୁତ ଗୁରୁତ୍ୱପୂର୍ଣ୍ଣ, ଅନେକ ରହସ୍ୟରୁ ଉଠିବ ପରଦା

ଏଇ ଜୁନ୍‌ ମାସରେ ଚନ୍ଦ୍ର ଗ୍ରହଣ ପରେ ଆସନ୍ତାକାଲି ପଡୁଛି ସୂର୍ଯ୍ୟୋପରାଗ । ଏହି ପରାଗ ବହୁତ ଖାସ ବୋଲି କୁହାଯାଉଛି। କାହିଁକିନା ଏହି ସମୟରେ ସୂର୍ଯ୍ୟଙ୍କର ମଧ୍ୟ ଅଲଗା ରୂପ ଦେଖିବାକୁ ମିଳିବ। ଓଡ଼ିଆ ପଞ୍ଜିକା ଅନୁସାରେ ଜୁନ ୨୧ରେ ଲାଗୁଥିବା ଏହି ସୂର୍ଯ୍ୟପରାଗ ଶ୍ରୀକ୍ଷେତ୍ର ପୁରୀରେ ସକାଳ ୧୦ ଟା ୩୮ ମିନିଟ୍‌ ୧୦ ସେକେଣ୍ଡରୁ ଆରମ୍ଭ ହୋଇ ଅପରାହ୍ନ ୨ଟା ୯ ମିନିଟ୍‌ ୩୦ ସେକେଣ୍ଡ ସମୟରେ ସର୍ବମୋକ୍ଷ ହେବ । ତେବେ ଶନିବାର ଅର୍ଥାତ୍‌ ଆଜି ରାତି ୧୦ଟା ୩୮ ମିନିଟ୍‌ରୁ ପାକ ତ୍ୟାଗ ବା ରାନ୍ଧିବା, ଅନ୍ନ ଭକ୍ଷଣ, ଦେବ ପୂଜା ଆଦି ନିଷେଧ । ରବିବାର ପରାଗ ସର୍ବମୋକ୍ଷ ହେବା ପରେ ସ୍ନାନ କରି ଦେବ ପୂଜା ଓ ଅନ୍ୟନ୍ୟ ନିଷେଧ ଥିବା କାର୍ଯ୍ୟ କରାଯିବ ।

solarତେବେ ସୂର୍ଯ୍ୟୋପରାଗକୁ ନେଇ ବୈଜ୍ଞାନିକମାନେ କହିଛନ୍ତି ପ୍ରାୟ ୬ ଘଣ୍ଟା ଧରି ଏହି ପରାଗ ଲାଗିବା କାରଣରୁ ଅନେକ ରହସ୍ୟରୁ ପରଦା ଉଠାଇବାରେ ସହଜ ହେବ। ଏହି ସମୟରେ ସେମାନେ ମହାକାଶର ମହାଜାଗତିକ ଘଟଣା ଉପରେ ଗବେଷଣା ଆଦି କରିବେ । ସେମାନଙ୍କ ମତରେ ସକାଳ ୯ ଟା ବାଜି ୧୫ ମିନିଟରେ ଏହି ପରାଗ ଆରମ୍ଭ ହୋଇଯିବ ଏବଂ ୧୨ଟା ବାଜି ୧୫ ମିନିଟରେ ଏଥିରେ ରିଂ ଅଫ ଫାୟାର ବା ସୂର୍ଯ୍ୟ ଚାରିପଟେ ଏକ ବଳୟ ଦୃଶ୍ୟମାନ ହେବ । ଏହି ବଳୟ ମାତ୍ର ୧ ମିନିଟ୍‌ ପାଇଁ ଦେଖାଯିବ ।

ଏହି ପରାଗର ଆରମ୍ଭ ଆଫ୍ରିକାରୁ ହିଁ ହେଉଛି। ସର୍ବ ପ୍ରଥମେ ଆଫ୍ରିକାର ଇଥିଓପିଆରେ ଦେଖିବାକୁ ମିଳିବ। ଏହିଠାରେ ହିଁ ଏହା ଶତପ୍ରତିଶତ ଦୃଶ୍ୟମାନ ହେବ। ଏହାପରେ ଦକ୍ଷିଣ ପାକିସ୍ତାନରେ ଏବଂ ପରେ ପରେ ଭାରତର ରାଜସ୍ଥାନରେ ପ୍ରବେଶ କରିବ।
ଗ୍ରହଣ ସମୟରେ ସୂର୍ଯ୍ୟ, ଚନ୍ଦ୍ର ଏବଂ ପୃଥିବୀ ଗୋଟିଏ ସରଳରେଖାରେ ରହିଥାନ୍ତି । ଯାହାଫଳରେ ଏହି ସମୟରେ ଏକ ଚୁମ୍ବକୀୟ ପ୍ରଭାବ ସୃଷ୍ଟି ହୋଇଥାଏ। ଯାହାଫଳରେ ସମୁଦ୍ରରେ ଜୁଆର ଉଠିଥାଏ । ସୂର୍ଯ୍ୟ, ଚନ୍ଦ୍ର ଏବଂ ପୃଥିବୀ ଏକ ସରଳରେଖାରେ ରହିବା କାରଣରୁ ଚୁମ୍ବକୀୟ ତରଙ୍ଗ ସୃଷ୍ଟି ହେବାକୁ ଲାଗିଥାଏ। ଏହି ତରଙ୍ଗ କାରଣରୁ କିଛି ଲୋକଙ୍କ ଠାରେ ମାନସିକ ଚାପ ଏବଂ ଅସ୍ତବ୍ୟସ୍ତ ଭଳି ଲକ୍ଷଣ ଦେଖା ଦେଇଥାଏ।

eclipse-sunଏହି ସମୟରେ ବୈଜ୍ଞାନିକଙ୍କୁ କଣ ଫାଇଦା ମିଳେ ବୋଲି ଯଦି ପ୍ରଶ୍ନ ହୁଏ ତାର ଉତ୍ତର ହେଉଛି ଏହି ପରାଗ ମହାକାଶରେ ଘଟୁଥିବା ମହାଜାଗତିକ ଘଟଣାର ଗବେଷଣା ପାଇଁ ସବୁଠାରୁ ଭଲ ସମୟ ବୋଲି କୁହାଯାଉଛି। କାହିଁକିନା ସୂର୍ଯ୍ୟଙ୍କର କିରଣ ଯେତେବେଳେ କମ ହୋଇଯିବ ସେତେବେଳେ ଏହାର ଅଧ୍ୟୟନ କରିବା ସହଜ ହୋଇଥାଏ। ଏହାବ୍ୟତୀତ ଏହି ପରାଗ ସମୟରେ ବୈଜ୍ଞାନିକମାନେ ବାତାବରଣ ଏବଂ ଜୀବ ଜନ୍ତୁଙ୍କ ଉପରେ ମଧ୍ୟ ପରାଗ ଦ୍ୱାରା ପଡୁଥିବା ପ୍ରଭାବକୁ ଗବେଷଣା କରିଥାନ୍ତି। କାହିଁକିନା ପରାଗ ସମୟରେ ଜୀବଜନ୍ତୁମାନେ ବିଚଳିତ ହୋଇଯାନ୍ତି।

ସେହିପରି ଜ୍ୟୋତିର୍ବିଦମାନେ ମଧ୍ୟ ଏହି ସୂର୍ଯ୍ୟୋପରାଗକୁ ନେଇ ଅନେକ ଆକଳନ କରିଛନ୍ତି । ଏବେ ଦେଖିବାର କଥା ପ୍ରକୃତରେ କେତେ ଖାସ୍‌ ହେଉଛି ଜୁନ୍‌ ୨୧ରୁ ସୂର୍ଯ୍ୟୋପରାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.