Below header

ଏକାଥରେ ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ, ରହସ୍ଯ ଭିତରେ ରହିଗଲା ମୃତ୍ୟୁର କାରଣ

ଗୁଜୁରାଟର ଅହମଦାବାଦ ସହରରେ ଗତକାଲି ଛାତି ଥରାଇଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ ଗୋଟିଏ ଫ୍ଲାଟରେ ୪ଟି ପିଲାଙ୍କ ସହ ଗୋଟିଏ ପରିବାରର ୬ଜଣ ସଦସ୍ଯଙ୍କ ମୃତ ଦେହ ଛାତରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଛି। ଭଟଭା ଜିଆଇଡିସି ପୋଲିସ ନିରୀକ୍ଷକ ଡିଆର ଗୋହଲି କହିଛନ୍ତି, ଦୁଇ ଭାଇ ଅମରିସ୍ ପଟେଲ (୪୨) ଏବଂ ଗୌରାଂଗ ପଟେଲ (୪୦) ଏବଂ ତାଙ୍କର ଚାରି ପିଲାଙ୍କ ଶବ ଭଟଭା ଜିଆଇଡିସି କ୍ଷେତ୍ରରେ ଖାଲି ପଡିଥିବା ଏକ ଫ୍ଲାଟରୁ ମିଳିଛି।

hanging-ସୂଚନା ମୁତାବକ ଅଧିକାରୀଙ୍କ କହିବାନୁଯାୟୀ, ଗତ ୧୭ ଜୁନରେ ଦୁଇ ଭାଇ ନିଜ ପତ୍ନୀଙ୍କୁ ପିଲାମାନଙ୍କ ସହ ବାହାରକୁ ବୁଲିବାକୁ ଯାଉଛୁ କହି ବାହାରିଯାଇଥିଲେ। ଗତ ଗୁରୁବାର ରାତିରେ ଯେତେବେଳେ ଏମାନେ ଫେରିବାରେ ବିଳମ୍ବ ହୋଇଥିଲା ସେହି ସମୟରେ ପତ୍ନୀ ଦୁଇ ଜଣ ଖାଲି ପଡିଥିବା ଫ୍ଲାଟକୁ ଯାଇଥିଲେ। ଫ୍ଲାଟଟି ଭିତରୁ ବନ୍ଦ ଥିବାରୁ ଉକ୍ତ ମହିଳା ଜଣକ ମଧ୍ଯରାତ୍ରୀରେ ପୋଲିସକୁ ଖବର ଦେଇଥିଲେ।

aa112ଅଧିକାରୀଙ୍କ କହିବାନୁଯାୟୀ ଦୁଇ ପୁରୁଷ ପିଲାଙ୍କୁ ବେହୋସ ହେବା ମେଡିସିନ୍ ଖାଦ୍ଯରେ ମିଶାଇ ଖୁ୍ଆଇ ଥିବାର ସନ୍ଦେହ କରାଯାଉଛି। ଏହାପରେ ସେ ନିଜକୁ ଫାଶୀରେ ଝୁଲାଇଥିବାର ଅନୁମାନ କରାଯାଉଛି। ଘଟଣାସ୍ଥଳରେ ପୋଲିସ ଦୁଇ ପୁରୁଷଙ୍କ ଶବ ଡ୍ରଇଂ ରୁମରୁ ପାଇଥିବା ବେଳେ ଦୁଇ ପିଲା କିର୍ତ୍ତୀ (୯) ଏବଂ ସାନ୍ବୀ (୭)ର ଶବ ରୋଷେଇ ଘରୁ ଏବଂ ୧୨ ବର୍ଷିୟ ଦୁଇ ପୁଅ ମୟୂର ଓ ଧ୍ରୁବର ଶବ ବେଡ୍ ରୁମରୁ ଜବତ କରିଛି। ସମସ୍ତଙ୍କ ମ୍ତ ଦେହ ଫାଶୀରେ ଝୁଲୁଥିବା ଅବସ୍ଥାରେ ହିଁ ସେଦଖିବାକୁ ମିଳିଛି। ଅନ୍ଯପଟେ ସମସ୍ତ ଶବର ପୋଷ୍ଟମର୍ଟମ ଚାଲିଥିବା ବେଳେ ତଦନ୍ତ ଜାରି ରଖିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.