ଗରିବ କଲ୍ୟାଣ ରୋଜଗାର ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ପାଖାପାଖି ୨୫୦୦୦ ପ୍ରବାସୀ ଫେରନ୍ତା ହେବେ ଉପକୃତ

ନୂଆଦିଲ୍ଲୀ: ଗରିବ କଲ୍ୟାଣ ରୋଜଗାର ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ । ଭିଡିଓ କନ୍‌ଫରେନ୍‌ସିଂରେ ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି । ପ୍ରବାସୀ ଶ୍ରମିକମାନଙ୍କୁ ଜୀବିକା ପାଇଁ ସୁଯୋଗ ପ୍ରଦାନ କରିବାକୁ ୬ ରାଜ୍ୟର ୧୧୬ଟି ଜିଲ୍ଲାରେ ୧୨୫ ଦିନ ଏହି ଅଭିଯାନ ଚାଲିବ । ଅତି କମରେ ଏହି ଯୋଜନାରେ ୨୫୦୦୦ ପ୍ରବାସୀ ଫେରନ୍ତା ଶ୍ରମିକ ଉପକୃତ ହେବେ।

ଗରିବ କଲ୍ୟାଣ ରୋଜଗର ଅଭିଆନ୍ ହେଉଛି ଏକ ବୃହତ ଗ୍ରାମୀଣ ଜନସାଧାରଣ କାର୍ଯ୍ୟ ଯୋଜନା। ଯାହା ପ୍ରତ୍ୟାବର୍ତ୍ତନ କରୁଥିବା ପ୍ରବାସୀ ଶ୍ରମିକ ଏବଂ ଗ୍ରାମାଞ୍ଚଳର ନାଗରିକମାନଙ୍କୁ ସଶକ୍ତିକରଣ ତଥା ଜୀବିକା ନିର୍ବାହ କରିବାର ଲକ୍ଷ୍ୟ ରଖିଛି ।

ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ୫୦ ହଜାର କୋଟି ଟଙ୍କାର କାମ ହେବ । ଏହି ଅଭିଯାନରେ ବିଭିନ୍ନ ବିଭାଗର ୨୫ଟି କାମ ରହିବ । ତୁରନ୍ତ ରୋଜଗାର ଆବଶ୍ୟକ ଥିବା ଶ୍ରମିକମାନଙ୍କୁ ବିଭିନ୍ନ କର୍ମକ୍ଷେତ୍ରରେ ରୋଜଗାରର ସୁଯୋଗ ମିଳିବ । ଏଥିରେ ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିବା ବେଳେ ଓଡ଼ିଶା, ରାଜସ୍ଥାନ ଓ ଝାଡଖଣ୍ଡର ବରିଷ୍ଠ ପ୍ରଶାସନିକ ଅଧିକାରୀ ସାମିଲ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.