କୋଭିଡ୍‌ର ଜନ୍ମ ତାରିଖ ୨୦୧୯ ନଭେମ୍ବର ୪ ! ଜାଣନ୍ତୁ କଣ କହୁଛନ୍ତି ଜ୍ୟୋତିଷ

ଆମେ ଜାଣିଛେ ଯେତେବେଳେ ଚନ୍ଦ୍ର, ପୃଥିବୀ ଏବଂ ସୂର‌୍ୟ୍ୟ ମଝିକୁ ଆସିଯାଏ ସେତେବେଳେ ସୂର‌୍ୟ୍ୟୋପରାଗ ହୁଏ । ତେବେ ଏହି ସୂର‌୍ୟ୍ୟୋପରାଗର ମହତ୍ୱ ଜ୍ୟୋତିର୍ବିଦ୍ୟାରେ ପୂରାପୂରି ଅଲଗା । ଏହି ସମୟରେ ବିଶ୍ୱ ବ୍ରହ୍ମାଣ୍ଡରେ କିଛି ପରିବର୍ତ୍ତନ ହୁଏ ବୋଲି ଜ୍ୟୋତିର୍ବିଦ୍‌ମାନେ କୁହନ୍ତି । ଆସନ୍ତା ଜୁନ୍ ୨୧ ତାରିଖରେ ହେବାକୁ ଥିବା ସୂର‌୍ୟ୍ୟୋପରାଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । କାରଣ କରୋନା ମହାମାରୀ ସ୍ଥିତି ସହ ଏହାର ମଧ୍ୟ ସମ୍ପର୍କ ରହିଛି । ବର୍ତ୍ତମାନର ଗ୍ରହ ନକ୍ଷତ୍ରର ସ୍ଥିତି ଅନୁସାରେ ବିଶ୍ୱ ପ୍ରତି ବିପଦ ରହିଛି ।
୨୦୦୧ରେ ଠିକ୍ ଏହିଭଳି ସ୍ଥିତିରେ ଆମେରିକା ଉପରେ ୯/୧୧ ଆକ୍ରମଣ ହୋଇଥିଲା । ଆମେରିକା ଟ୍ରେଡ୍ ସେଣ୍ଟର ଉପରେ ଆତଙ୍କବାଦୀ ଆକ୍ରମଣ ଯୋଗୁଁ ଅନେକ ପ୍ରାଣ ଯାଇଥିଲା । ପୁଣି ୧୯୮୨ ମସିହାରେ ଠିକ୍ ଚଳିତ ବର୍ଷ ଭଳି ଜୁନ୍ ୨୧ରେ ସୂର‌୍ୟ୍ୟୋପରାଗ ପଡ଼ିଥିଲା । ସେଥର ଏଡ୍‌ସ ଆସିଥିଲା ମହାମାରୀ ରୂପ ନେଇ । ଏଥର ସାରା ବିଶ୍ୱକୁ କବଳିତ କରିଛି କରୋନା ।
ଜ୍ୟୋତିର୍ବିଦଙ୍କ ମତରେ ଲଗ୍ନ ଅନୁସାରେ କରୋନା ୨୦୧୯ ନଭେମ୍ବର ୪ ତାରିଖରେ ଜନ୍ମ ନେଇଥିଲା । କୁହାଯାଏ ଯେତେବେଳେ ସୂର‌୍ୟ୍ୟ, ଚନ୍ଦ୍ର ଆଦି ଗ୍ରହ ଦୁର୍ବଳ ଥାନ୍ତି ସେତେବେଳ ପ୍ରକୃତି ଦାଉ ସାଧେ । ରୋଗ ଆକ୍ରମଣ କରେ ଓ ଅର୍ଥନୀତି ଦୁର୍ବଳ ହୁଏ । ଯାହା ବର୍ତ୍ତମାନର ସ୍ଥିତି ସ୍ପଷ୍ଟ କରୁଛି ।
ତେବେ ଜ୍ୟୋତିଷମାନଙ୍କ ଅନୁସାରେ ସତ୍ ପଥରେ ଚାଲିବା, ନିଜ ଉପରେ ବିଶ୍ୱାସ ରଖିବା ଏବଂ ସୁରକ୍ଷିତ ରହିବାର ପଥ ବାଛିବା ହେଉଛି ଏହି ବିଷାଣୁକୁ ହରାଇବାରେ ସହାୟକ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.