Below header

ଭାରତର ଏମିତି କିଛି ସ୍ଥାନ, ଯେଉଁଠିକି ରାତି ତ ରାତି ଦିନରେ ବି ଲୋକେ ଯିବାକୁ ଭୟ କରନ୍ତି

ବିଶ୍ୱାସ ରହିଛି, ଯଦି କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପୂର୍ବର ଇଚ୍ଛା ଅଧୁରା ରହିଯାଏ ତେବେ ମୃତ୍ୟୁ ପରେ ସେମାନଙ୍କ ଆତ୍ମା ଶାନ୍ତି ନ ପାଇ ଏଣେତେଣେ ବୁଲେ ।ଶିକ୍ଷାବିଦ୍‌ଙ୍କ ଅନୁଯାୟୀ, ସମୟ ପୂର୍ବରୁ କାହାର ମୃତ୍ୟୁ ହୋଇଗଲେ ମନ ଭିତରର  ଇଚ୍ଛା ମନରେ ହିଁ ରହିଯାଏ । ଆଉ ସେମାନଙ୍କ ଆତ୍ମା ଅତୃପ୍ତ ଅବସ୍ଥାରେ ଘୁରି ବୁଲନ୍ତି । ଆଉ ଏହି ଅତୃପ୍ତ ଆତ୍ମାମାନେ ସାଧାରଣ ଲୋକଙ୍କୁ ଭୟଭୀତ କରିଥାନ୍ତି । ଅନୁଭବୀଙ୍କ କହିବା ଅନୁଯାୟୀ, ଅତୃପ୍ତ ଆତ୍ମା ବାସ କରୁଥିବା ଜାଗାରେ ଚୁଡ଼ି ଶବ୍ଦ, ଯିବା ଆସିବା ଶବ୍ଦ, କାନ୍ଦ ଶବ୍ଦ ଆଦି ଶୁଣା ଯାଇଥାଏ । ଭାରତରେ ଏହିଭଳି ଅନେକ ସ୍ଥାନ ରହିଛି । ତେବେ ଆସନ୍ତୁ ସେ ବିଷୟରେ ଆଜି ଜାଣିବା ।

୧. ବିଟି ତୀରାହା ନାମକ ଏକ ସ୍ଥାନର ଓସ୍ତ ଗଛରେ କାହିଁ କେଉଁ କାଳରୁ ଆତ୍ମାମାନେ ବସବାସ କରୁଥିବା ନେଇ ସ୍ଥାନୀୟ ଅଧିବାସୀମାନେ ମତ ଦିଅନ୍ତି ।ଏଠାକାର ଲୋକେ ରାତି ସମୟରେ ବାହାରକୁ ବାହାରିବା ପାଇଁ ଭୟ କରନ୍ତି । କଦବା କ୍ୱଚିତ୍‌ ବିଳମ୍ବିତ ରାତିରେ ବାହାରିଥିବା ଲୋକେ ଅଶରିରୀମାନଙ୍କ ଉପସ୍ଥିତି ଅନୁଭବ କରିଥିବା ନେଇ କହିଛନ୍ତି । ଆଜି ବି ସେହି ଗଛ  ଥିବା ବେଳେ ଲୋକଙ୍କ ମନରୁ କିନ୍ତୁ ଭୟ ଉଭେଇ ଯାଇଛି ।

haunted

୨. ପଟବାବାର ପାହାଡିଆ ଅଂଚଳରେ ଥିବା ଏକ ପୁରୁଣା ଉଆସକୁ ନେଇ ଅନେକ କଥା ପ୍ରଚଳିତ ଅଛି । କୁହାଯାଏ କି, ସେଠାରେ ରାଣୀ ଦୁର୍ଗାବତୀ ବାସ କରୁଥିଲେ । ଯାହାକି ପରବର୍ତ୍ତୀ ସମୟରେ ଏକ ଖଣ୍ଡରରେ ପରିଣତ ହୋଇଥିଲା । ସେଠାକାର ବାସିନ୍ଦାଙ୍କ ଅନୁଯାୟୀ, ଅନେକ ଦିନ ହେବ ସନ୍ଧ୍ୟା ହେବା କ୍ଷଣି ସେଠାରେ ଭୟାନକ ଶବ୍ଦମାନ ଶୁଣାଯାଏ । ଜଙ୍ଗଲିଆ ସ୍ଥାନ ହୋଇଥିବାରୁ ଆଖପାଖର ଲୋକେ ଏଠାକୁ ଦିନ ଦିପହରରେ ବି  ଆସିବାକୁ ଭୟ କରନ୍ତି ।

୩. ଜବଲପୁର ଠାରୁ ୪୦ କିମି ଦୂରରେ ଅବସ୍ଥିତ ଭୁନମ୍ବର ନାମକ ଏକ ଗାଁର ବି ଏକ ଭୟାନକ ଇତିହାସ ଅଛି । କିଛି ବର୍ଷ ପୂର୍ବରୁ ଏଠାରେ ଜଣେ  ଯୁବକଙ୍କର ଅଚାନକ ମୃତ୍ୟୁ ହୋଇଥିଲା । ଏହା ପରେ ଗ୍ରାମବାସୀ ରାତି ସମୟରେ କାନ୍ଦ ଶବ୍ଦ ଶୁଣିବା ନେଇ କହିଛନ୍ତି ।

haunted

୪ . ରିଛଇ ନିକଟସ୍ଥ ଏକ ଗାଁରେ ଜଣେ ବ୍ୟକ୍ତି ବେହୋସ ଅବସ୍ଥାରେ ଠାବ ହୋଇଥିଲେ । ଏହା ପରେ ବ୍ୟକ୍ତି ଜଣଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରଦିନ ସକାଳେ  ସେ ବୟାନ ଦେଇଥିଲେ କି,  ପୂର୍ବଦିନ ରାତିରେ ରେଳ ଧାରଣା  ନିକଟରେ କେହି ଜଣେ ତାଙ୍କୁ ଲିଫ୍ଟ ମାଗିଥିଲେ । ଆଖପାଖରେ କେହି ବି ନଥିବାରୁ ଦୁହେଁ ଦୀର୍ଘ ଵାଟ ଏକା ସାଙ୍ଗରେ କଥାବାର୍ତ୍ତା ହୋଇ ମଧ୍ୟ ଯାଇଥିଲେ । କିନ୍ତୁ ଘର ପାଖାପାଖି ପହଂଚିବା କ୍ଷଣି ପଛକୁ ଦେଖିବା ପରେ କେହି ମଧ୍ୟ ନଜର ଆସିନଥିଲେ । ଏହି କାରଣରୁ ହିଁ ସେ ଭୟରେ ବେହୋସ ହୋଇଯାଇଥିବା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.