ଆଜି ରାଜ୍ଯରେ ୭୭୮ କରୋନା ପଜିଟିଭ୍ ଚିହ୍ନଟ, ସମୁଦାୟ ମୃତ୍ଯୁସଂଖ୍ଯା ୧୬୨୫ରେ ପହଁଚିଛି

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୭୮ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୪୬ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ, ୩୩୨ ଜଣ ସ୍ଥାନୀୟ ସଂକ୍ରମିତ। ଏହି ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୩ ହଜାର ୩୨୩ ରେ ପହଁଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୩ ହଜାର ୮୯୭ ଜଣ। ଏବେ ବି ଆକ୍ଟିଭ୍ କେସ୍ ୭ ହଜାର ୭୪୮ ଜଣ ରହିଛନ୍ତି।

ଅନ୍ଯପଟେ କରୋନାରେ ପୁଣି ଆଜି ୧୭ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନାଜନିତ ମୃତକଙ୍କ ସଂଖ୍ଯା ୧୬୨୫ରେ ପହଁଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.