କମେଡି କୁଇନ୍‌ ଭାରତୀ ସିଂହଙ୍କ ଘରେ ଅଚାନକ ପଶିଲା ଏନ୍‌ସିବି, ଡ୍ରଗ୍ସ ମାମଲାରେ ଆରମ୍ଭ ହେଲା ତଦନ୍ତ

ଡ୍ରଗ୍ସ ମାମଲାରେ ଜଣକ ପରେ ଜଣେ ସେଲିବ୍ରିଟି ଛନ୍ଦି ହୋଇଯାଉଛନ୍ତି। ଆଜି ସକାଳେ ଲୋକପ୍ରିୟ କମେଡିଆନ୍‌ ଭାରତୀ ସିଂହ ଓ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କ ମୁମ୍ବାଇସ୍ଥିତ ଫ୍ଲାଟ୍‌ରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଚଢ଼ଉ କରିଛି। ଡ୍ରଗ୍ସ ମାମଲାକୁ ନେଇ ଏହି ଚଢ଼ଉ କରାଯାଇଛି। ତଦନ୍ତକାରୀ ସଂସ୍ଥା ଏନେଇ ସୂଚନା ଦେଇଛି।

ସୂଚନାଯୋଗ୍ୟ ଯେ ଏନ୍‌ସିବି ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଦିଗକୁ ନେଇ ଯାଞ୍ଚ ଚଳାଇଛି। ଏହି ମାମଲାରେ ବଲିଉଡ୍‌ର ଅନେକ କଳାକାରଙ୍କୁ ଇତିମଧ୍ୟରେ ପଚରାଉଚରା କରାସରିଲାଣି। ନିକଟରେ ଅର୍ଜୁନ୍‌ ରାମପାଲ୍‌ ଓ ଫିଲ୍ମ ନିର୍ମାତା ଫିରୋଜ ନାଡିୟାଡବାଲାଙ୍କ ଘରେ ମଧ୍ୟ ଏନ୍‌ସିବି ଚଢ଼ଉ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.