ମରୁଭୂମିରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସିଲେ ନୋରା ଫତେହୀ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ବଲିଉଡ୍ ଆକ୍ଟ୍ରେସ୍ ଏବଂ ଡ୍ୟାନ୍ସର ନୋରା ଫତେହି ନିଜର ଜବରଦସ୍ତ ଡ୍ୟାନ୍ସ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ନୋରା ନିଜର ଡ୍ୟାନ୍ସ ଦ୍ୱାରା ଦର୍ଶକଙ୍କୁ ସମ୍ମୋହିତ କରିଥାନ୍ତି। ନୋରାଙ୍କ ଡ୍ୟାନ୍ସର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ନୋରା ମରୁଭୂମିରେ ହ୍ଵାଇଟ୍ କଲର୍ ଡ୍ରେସ୍‌ ପିନ୍ଧି ଅରେବିକ୍ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି। ଏହି ଭିଡିଓରେ ତାଙ୍କ ପାଖରେ କିଛି ଲୋକମାନେ ମଧ୍ୟ ଅଛନ୍ତି। ଏହି ଭିଡିଓକୁ ନୋରାଙ୍କ ଫ୍ୟାନ କ୍ଲବ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି।

nora1ଭିଡିଓରେ ନୋରା ହ୍ଵାଇଟ୍ କଲର୍ ର ଡ୍ରେସ୍‌ରେ ଖୁବ୍ ସୁନ୍ଦର ଦେଖା ଯାଉଛନ୍ତି। ଭିଡିଓଟି ପୁରୁଣା ହୋଇଥିଲେ ମଧ୍ୟ ବର୍ତ୍ତମାନ ଏହା ସୋସିଆଲ ମିଡିଆରେ ଖୁବ୍ ଧମାଲ ମଚାଉଛି। ସୂଚନା ମୁତାବକ, ନୋରାଙ୍କର ଏହି ଭିଡିଓକୁ ବର୍ତ୍ତମାନ ୩୨ ହଜାର ଥର ଦେଖାଯାଇ ସାରିଲାଣି । ନୋରାଙ୍କ ଏହି ଡ୍ୟାନ୍ସ ଉପରେ ତାଙ୍କର ପ୍ରଶଂସକମାନେ ଅନେକ କମେଣ୍ଟ ମଧ୍ୟ କରିଛନ୍ତି।

 

View this post on Instagram

 

A post shared by 👸Queen nora👸 (@1norafatehi)

ସେହିଭଳି ନୋରାଙ୍କ ଅଭିନୟ କଥା କହିବାକୁ ଗଲେ, ସେ ବହୁତ ଜଲଦି ଫିଲ୍ମ ‘ଭୁଜ ଦ ପ୍ରାଇଡ ଅଫ୍ ଇଣ୍ଡିଆ’ରେ ନଜର ଆସିବେ। ଏହି ଫିଲ୍ମରେ ମଧ୍ୟ ନୋରା ଜବରଦସ୍ତ ଡ୍ୟାନ୍ସ କରୁଥିବାର ଆପଣମାନେ ଦେଖିବାକୁ ପାଇବେ । ଏହା ପୂର୍ବରୁ ନୋରା ‘ଷ୍ଟ୍ରୀଟ୍ ଡ୍ୟାନ୍ସର ୩ଡି’ ରେ ନଜର ଆସିଥିଲେ, ଯେଉଁଥିରେ ବରୁଣ ଧଓ୍ଵନ ଏବଂ ଶ୍ରଦ୍ଧା କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.