ଅବସରକାଳୀନ ସମ୍ବର୍ଦ୍ଧନାରେ ନିଜ ପ୍ରିୟ ଶିକ୍ଷକଙ୍କୁ ବାଇକ ଓ ସୁନା ମୁଦି ଦେଲେ ଛାତ୍ରଛାତ୍ରୀ, ଯାହା ଏବେ ସବୁଠି ଚର୍ଚ୍ଚା

ନିଜ ପ୍ରିୟ ଶିକ୍ଷକଙ୍କୁ ଏମିତି ଦେଲେ ଅବସରକାଳୀନ ସମ୍ବର୍ଦ୍ଧନା ଯାହା ଏବେ ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ।  ୩୪ ବର୍ଷ ଶିକ୍ଷକତା କରିବା ପରେ ଅବସର ନେବା ପରେ ଛାତ୍ରମାନେ ଗୁରୁଙ୍କୁ ସମ୍ମାନିତ କରିବା ସହିତ ତାଙ୍କୁ ବିଭିନ୍ନ ସାମଗ୍ରୀ ପ୍ରଦାନ କରିଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସାନ ଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ଗାଁରେ ।

ବ୍ରହ୍ମପୁର(କେନ୍ୟୁଜ୍): ନିଜ ପ୍ରିୟ ଶିକ୍ଷକଙ୍କୁ ଏମିତି ଦେଲେ ଅବସରକାଳୀନ ସମ୍ବର୍ଦ୍ଧନା ଯାହା ଏବେ ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ।  ୩୪ ବର୍ଷ ଶିକ୍ଷକତା କରିବା ପରେ ଅବସର ନେବା ପରେ ଛାତ୍ରମାନେ ଗୁରୁଙ୍କୁ ସମ୍ମାନିତ କରିବା ସହିତ ତାଙ୍କୁ ବିଭିନ୍ନ ସାମଗ୍ରୀ ପ୍ରଦାନ କରିଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସାନ ଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ଗାଁରେ ।

ଏହି ଗାଁ ରେ ଥିବା ରାଧାକୃଷ୍ଣ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଅମୂଲ୍ୟ କୁମାର ପ୍ରଧାନ । ଗତ ମେ ମାସ ୩୧ ତାରିଖରେ ସେ ଅବସର ନେଇଥିଲେ । ଏହାପରେ ଛାତ୍ରଛାତ୍ରୀ ମାନେ ନିଷ୍ପତ୍ତି ନେଇଥିଲେ ନିଜ ଗୁରୁଙ୍କୁ ସମ୍ମାନ ପ୍ରଦାନ କରିବେ । ଏନେଇ  ଗତକାଲିର ଦିନ ଧାର୍ଯ୍ୟ କରାଯାଇଥିଲା । ଯାହାକୁ ନେଇ ଅଞ୍ଚଳବାସୀଙ୍କ ଉତ୍କଷ୍ଠା କହିଲେ ନସରେ  ।

ଗଞ୍ଜାମ ଜିଲ୍ଲା ସାନ ଖେମୁଣ୍ଡି ବ୍ଲକ ଏରେଣ୍ଡ୍ରl ଗାଁରେ ଥିବା ରାଧାକୃଷ୍ଣ ବିଦ୍ୟାପୀଠରେ ପ୍ରଧାନ ଶିକ୍ଷକ ଥିଲେ ସେହି ଗାଁ ର ଅମୂଲ୍ୟ କୁମାର ପ୍ରଧାନ। ଦୀର୍ଘ ୩୪ ବର୍ଷ ଧରି ସେ ଶିକ୍ଷକତା କରିଆସୁଥିଲେ । ଏହାରି ଭିତରେ ଅନେକ ଛାତ୍ରଛାତ୍ରୀ ପାଠପଢି ବେଶ ସୁନାମ ଅର୍ଜନ କରିବା ସହ ଚାକିରି  କରିଛନ୍ତି । ତେବେ ଅମୂଲ୍ୟ ସାର୍ ନିଜ ଚାକିରି କ୍ଷେତ୍ରରୁ ଅବସର ଗ୍ରହଣ କରିବାପରେ  ଛାତ୍ରଛାତ୍ରୀଙ୍କ ନିଷ୍ପତ୍ତି କ୍ରମେ ଗତକାଲି ଏକ ସମ୍ବର୍ଦ୍ଧନା ସଭା କରାଯାଇଥିଲା । ନିଜର ପ୍ରିୟ ସାରଙ୍କୁ ଗୋଟିଏ ବାଇକ, ସୁନା ମୁଦି ସମେତ ବିଭିନ୍ନ ସାମଗ୍ରୀ ପ୍ରଦାନ କରିବା ସହ ବିଳମ୍ବିତ ରାତି ଯାଏଁ ସାରଙ୍କ ବେକରେ ଟଙ୍କା ମାଳ ପକାଇ ଗାଁ ପରିକ୍ରମା କରାଇଥିଲେ। ଏହାକୁ ନେଇ ଖୁବ୍ ଖୁସି ଅନୁଭବ କରିଛନ୍ତି ସଭିଏଁ ।

teaher retired

ଅମୂଲ୍ୟ ସାର୍ ହାଇସ୍କୁଲରେ ଚାକିରି କରିବା ଆରମ୍ଭ କରିଥିଲେ ବ୍ଲକ ଗ୍ରାଣ୍ଟ ଶିକ୍ଷକ ରୂପେ । ପରବର୍ତ୍ତୀ ସମୟରେ ପ୍ରଧାନ ଶିକ୍ଷକ ହେବାପରେ କିଛି ବର୍ଷ ହେଲା ସରକାରୀ ମାନ୍ୟତା ପାଇଛନ୍ତି । ତେବେ ତାଙ୍କୁ ଅବସର ପରେ ଯେଉଁ ସମ୍ମାନ ମିଳିଲା ତାହା ତାଙ୍କୁ ଭାବବିହ୍ଵଳ କରିଥିବା କଥା କହିଛନ୍ତି ଅମୂଲ୍ୟ ସାର୍।

ଏପଟେ ଆୟୋଜିତ କାର୍ଯ୍ୟକ୍ରମରେ ବହୁ ଛାତ୍ର, ଗ୍ରାମବାସୀ ଉପସ୍ଥିତ ହୋଇ ସ୍ମୃତି ମନ୍ଥନ କରିଥିଲେ । ଏହାସହିତ ଆୟୋଜିତ ସଭାରେ ସାରଙ୍କ ଧର୍ମପତ୍ନୀ ଉପସ୍ଥିତ ରହି ସାର୍ ସବୁବେଳେ ସ୍କୁଲ ପାଇଁ ଚିନ୍ତା କରିଥାନ୍ତି ବୋଲି କହିଥିଲେ । ଏହାସହିତ ଏଭଳି ସମ୍ମାନ ସେମାନେ ଜୀବନ ସାରା ଭୁଲି ପାରିବେ ନାହିଁ ବୋଲି କହିଥିଲେ ।

ଏଭଳି ଅବସରକାଳୀନ ସମ୍ବର୍ଦ୍ଧନା ନିଆରା । ଏହି ଗୁରୁ, ଶିଷ୍ୟଙ୍କ ଭିତରେ ଥିବା ପବିତ୍ର ବନ୍ଧନକୁ ସାବ୍ୟସ୍ତ କରିଛନ୍ତି ପୁରାତନ ଛାତ୍ର, ଛାତ୍ରୀଙ୍କ ସହିତ ବର୍ତ୍ତମାନର ବିଦ୍ୟାର୍ଥୀ ଓ ଗ୍ରାମବାସୀ। ଯାହାକୁ ଏବେ ସଭିଏଁ ପ୍ରଶଂସା କରୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.