Below header

ଆନ୍ଦୋଳନରେ ବନ କର୍ମଚାରୀ, ଶିମିଳିପାଳ ସୁରକ୍ଷା ପାଇଁ ପୋଲିସ କରୁଛି ପାଟ୍ରୋଲିଂ

ଶିମିଳିପାଳରେ ପୋଲିସ ପାଟ୍ରୋଲିଂ । ବନ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ପୋଲିସ ପାଟ୍ରୋଲିଂ କରୁଛି। ଯଶିପୁର, ଖୁଣ୍ଟା ଓ ଉଦଳା ଅଞ୍ଚଳରେ ସୁରକ୍ଷା ପାଇଁ ପୋଲିସ ମୁତୟନ ହୋଇଛନ୍ତି । ଶିମିଳିପାଳ ଅଭୟାରଣ୍ୟର ୧୬ଟି ରେଞ୍ଜରେ ୩୦ଜଣ ପୋଲିସ କର୍ମଚାରୀ ପାଟ୍ରୋଲିଂ କରିବେ। ଆଗକୁ ଆଉ ୩ ପ୍ଲାଟୁନ ପୋଲିସ ମୁତୟନ ହେବେ ।

କରଞ୍ଜିଆ (କେନ୍ୟୁଜ): ଶିମିଳିପାଳରେ ପୋଲିସ ପାଟ୍ରୋଲିଂ । ବନ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ପୋଲିସ ପାଟ୍ରୋଲିଂ କରୁଛି। ଯଶିପୁର, ଖୁଣ୍ଟା ଓ ଉଦଳା ଅଞ୍ଚଳରେ ସୁରକ୍ଷା ପାଇଁ ପୋଲିସ ମୁତୟନ ହୋଇଛନ୍ତି । ଶିମିଳିପାଳ ଅଭୟାରଣ୍ୟର ୧୬ଟି ରେଞ୍ଜରେ ୩୦ଜଣ ପୋଲିସ କର୍ମଚାରୀ ପାଟ୍ରୋଲିଂ କରିବେ। ଆଗକୁ ଆଉ ୩ ପ୍ଲାଟୁନ ପୋଲିସ ମୁତୟନ ହେବେ ।

ଶିମିଳିପାଳରେ ଶିକାରୀଙ୍କ ଗୁଳିରେ ୨ ବନ କର୍ମଚାରୀଙ୍କ ମୃତ୍ୟୁ ପରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବନ କର୍ମଚରୀ । ଗତ ୨୩ ତାରିଖରୁ ଓଡ଼ିଶା ଅଣଗେଜେଟେଡ୍‌ ବନସେବା ସଂଘ ଡାକରାରେ ବନ କର୍ମଚାରୀ ଆନ୍ଦୋଳନ କରୁଛନ୍ତି। ଜୁଲାଇ ୧ ରୁ ୭ ଦଫା ଦାବିରେ ପ୍ରୋଟେକ୍ସନ ଆସିଷ୍ଟାଣ୍ଟ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଶହ ଶହ ବନ କର୍ମଚାରୀ ଜଙ୍ଗଲରେ ଡ୍ୟୁଟି ନ କରିବା ଫଳରେ ଶିମିଳିପାଳ ଏବେ ଖୋଲା ପଡିଛି।

ସେପଟେ ଚଳିତ ମାସ ପହିଲାରୁ ୭ ଦଫା ଦାବି ନେଇ ୬୦୦ ଅସ୍ଥାୟୀ କର୍ମଚାରୀ ମଧ୍ୟ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ପାଖାପାଖି ୮୦୦ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଶିମିଳିପାଳର ସୁରକ୍ଷା ବିପନ୍ନ ହୋଇପଡ଼ିଛି । ଏହାର ମୁକାବିଲା ପାଇଁ ଶିମିଳିପାଳ ସୁରକ୍ଷା ଦାୟିତ୍ବରେ ପୋଲିସ କର୍ମଚାରୀ ନିୟୋଜିତ ହେବେ ବୋଲି ଘୋଷଣା କରିଥିଲେ ରାଜ୍ୟ ସରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.