Below header

ଜୋର ଧରିଲା କେନ୍ଦ୍ରମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ଚର୍ଚ୍ଚା: ଓଡ଼ିଶାରୁ କିଏ ହେବେ, କିଏ ପଡିବେ ବାଦ ସସପେନ୍ସ ଜାରି

ଓଡ଼ିଶାରୁ କେନ୍ଦ୍ରରେ କିଏ ହେବେ ମନ୍ତ୍ରୀ। ଚର୍ଚ୍ଚାରେ ଜୁଏଲ ଓରାମ, ସୁରେଶ ପୂଜାରୀ, ସଙ୍ଗୀତା ସିଂହଦେଓ ଓ ବସନ୍ତ ପଣ୍ଡାଙ୍କ ନାଁ ରହିଛି । ଏମାନେ ସମସ୍ତେ ପଶ୍ଚିମ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଛନ୍ତି।

(କେନ୍ୟୁଜ): ମନ୍ତ୍ରୀ ପରିଷଦର ୪ ଘଣ୍ଟାର ମାରାଥନ ବୈଠକ ପରେ ଜୋର ଧରିଲା କେନ୍ଦ୍ରମନ୍ତ୍ରୀମଣ୍ଡଳ ଅଦଳବଦଳ ଚର୍ଚ୍ଚା । ମହାରାଷ୍ଟ୍ରରେ, ଶିବସେନା-ସିନ୍ଧେ ଓ ବିଜେପିର ମିଳିତ ସରକାରରେ ସାମିଲ ହୋଇଛି ଏନ୍‌ସିପିର ଅଜିତ ପାୱାର ଗୋଷ୍ଠୀ। କୁହାଯାଉଛି ଏନସିପି ନେତା ପ୍ରଫୁଲ୍ଲ ପଟେଲଙ୍କ ସହ ସିନ୍ଧେ ଗୋଷ୍ଠୀର ନେତାଙ୍କୁ ପ୍ରଧାନମନ୍ତ୍ରୀ ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ କରି ପାରନ୍ତି। ସେହିପରି ଅଜିତ ପାଓ୍ଵାର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ହେବା ପରେ ଦେବେନ୍ଦ୍ର ଫଡନାବିସଙ୍କୁ କେନ୍ଦ୍ର କ୍ୟାବିନେଟରେ ଏଣ୍ଟି୍ର ମିଳି ପାରେ ।

ସେପଟେ ଓଡ଼ିଶାରୁ କେନ୍ଦ୍ରରେ କିଏ ହେବେ ମନ୍ତ୍ରୀ। ଚର୍ଚ୍ଚାରେ ଜୁଏଲ ଓରାମ, ସୁରେଶ ପୂଜାରୀ, ସଙ୍ଗୀତା ସିଂହଦେଓ ଓ ବସନ୍ତ ପଣ୍ଡାଙ୍କ ନାଁ ରହିଛି । ଏମାନେ ସମସ୍ତେ ପଶ୍ଚିମ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଛନ୍ତି। ଗତ ନିର୍ବାଚନରେ ପଶ୍ଚିମ ଓଡ଼ିଶାର ୫ ଲୋକସଭା ଆସନରୁ ୫ ଆସନ ବିଜେପି ଜିତି ନେଇଥିଲା। ତେଣୁ କେନ୍ଦ୍ରରେ ମୋଦିଙ୍କ ମନ୍ତ୍ରିମଣ୍ଡଳ ଅଦଳ ବଦଳ ଚର୍ଚ୍ଚା ପରେ, ଓଡ଼ିଶାରୁ କିଏ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କିନ୍ତୁ ଏହା ଭିତରେ ପ୍ରଧାନମନ୍ତ୍ରୀ ଗତକାଲିି ଦିଲ୍ଲୀରେ ମନ୍ତ୍ରି ପରିଷଦ ସହ ବୈଠକ କରିଛନ୍ତି। ଜୁଲାଇ ୨୦୨୧ରେ ଶେଷଥର ପାଇଁ ମନ୍ତ୍ରିମଣ୍ଡଳରେ ପ୍ରଧାନମନ୍ତ୍ରୀ ମୋଦି ବଡ଼ ପରିବର୍ତ୍ତନ କରିଥିଲେ । ସେତେବେଳ ବାଦ୍‌ ପଡିଥିଲେ ୧୨ ଜଣ ମନ୍ତ୍ରୀ। ୧୭ ଜଣ ନୂଆ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିଥିଲେ ମୋଦି । ଏଥର ପରିବର୍ତ୍ତନ ହେଲେ କିଏ ବାଦ୍‌ ପଡିବେ, କିଏ ସାମିଲ ହେବେ ତାକୁ ନେଇ ଏବେ ଚାଲିଛି ଜୋରଦାର ଚର୍ଚ୍ଚା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.