ହଜିଗଲା ମମତା: ୮ ମାସର ଝିଅକୁ ୮୦୦ ଟଙ୍କାରେ ବିକ୍ରି କଲା ମା’

୮ ମାସର ଝିଅକୁ ୮୦୦ ଟଙ୍କାରେ ବିକ୍ରି କଲା ମାଆ । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ମହୁଲିଆ ଗାଁରେ ଅଭାବନୀୟ ଘଟଣା ଘଟିଛି । ଏହି ମାମଲ‌ାରେ ପୋଲିସ ଛାନ୍‌ଭିନ୍‌ କରି ଶିଶୁକୁ ଉଦ୍ଧାର କରିବା ସହ ମା ଓ ୩ ଜଣଙ୍କୁ ଗିରଫ କରିଛି।

ମୟୂରଭଞ୍ଜ (କେନ୍ୟୁଜ): ହଜିଗଲା ମମତା । ୮ ମାସର ଝିଅକୁ ୮୦୦ ଟଙ୍କାରେ ବିକ୍ରି କଲା ମାଆ । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ମହୁଲିଆ ଗାଁରେ ଅଭାବନୀୟ ଘଟଣା ଘଟିଛି । ଏହି ମାମଲ‌ାରେ ପୋଲିସ ଛାନ୍‌ଭିନ୍‌ କରି ଶିଶୁକୁ ଉଦ୍ଧାର କରିବା ସହ ମା ଓ ୩ ଜଣଙ୍କୁ ଗିରଫ କରିଛି।

ସ୍ୱାମୀର ଅଜାଣତରେ ନିଜ ଦ୍ୱିତୀୟ ଶିଶୁକନ୍ୟାକୁ ମାତ୍ର ୮ଶହ ଟଙ୍କାରେ ବିକ୍ରି କରିଦେଇଥିଲା ମାଆ । ଗାଁର କାରମି ମୁର୍ମୁ ଓ ମୁଷୁ ମୁର୍ମୁଙ୍କର ପ୍ରଥମ ସନ୍ତାନ ଝିଅ ହୋଇଥିଲା । ପରେ ଦ୍ୱିତୀୟ ସନ୍ତାନ ମଧ୍ୟ ଝିଅ ହୋଇଥିଲା । ଦ୍ୱିତୀୟ ସନ୍ତାନ ଜନ୍ମ ହେବା ପରେ ବାପା ମୁଷୁ ମୁର୍ମୁ ତାମିଲନାଡୁ କାମ କରିବାକୁ ଯାଇଥିଲେ । ଏହାରି ଭିତରେ ସ୍ତ୍ରୀ କାରମି ମୁର୍ମୁ ମାହି ମୁର୍ମୁ (୫୦)ଙ୍କ ମଧ୍ୟସ୍ଥିରେ ବିପ୍ରଚରଣପୁର ଗ୍ରାମର ଫୁଲମଣି ମାରାଣ୍ଡି ଓ ଅଖିଳ ମାରାଣ୍ଡିଙ୍କୁ ବିକି ଦେଇଥିଲେ। ହେଲେ ଏ ସମ୍ପର୍କରେ କୌଣସି ସୁରାକ ପାଇନଥିଲେ ମୁସୁ। ସପ୍ତାହ ତଳେ ସେ ଘରକୁ ଫେରିବା ପରେ ଝିଅ ଘରେ ନଥିବା ଜାଣିବାକୁ ପାଇଥିଲେ । ପରେ ତାଙ୍କ ସ୍ତ୍ରୀ ବିପ୍ରଚରଣପୁର ଅଞ୍ଚଳର ଦମ୍ପତିଙ୍କୁ ଶିଶୁକନ୍ୟା ବିକ୍ରି କରିଦେଇଥିବା ଜାଣିବାକୁ ପାଇଥିଲେ ମୁଷୁ । ଏନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ । ପରେ ପୋଲିସ ଶିଶୁକୁ ଉଦ୍ଧାର କରିଥିଲା । ଶିଶୁ ବିକ୍ରି କରିଥିବା ମା ଓ ମଧ୍ୟସ୍ଥିଙ୍କ ସହିତ କିଣିଥିବା ଦମ୍ପତିଙ୍କୁ ଗିରଫ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.