Below header

“ଅନ୍ଧବିଶ୍ୱାସ ଜନ୍ମ ନେଲେ ମୁଣ୍ଡ କାମ କରିବା ବନ୍ଦ କରିଦିଏ”, ସମାଜକୁ ଏମିତି କିଛି ମୂଲ୍ୟବାନ ଶିକ୍ଷା ଦେଇ ଯାଇଛନ୍ତି ସ୍ୱାମୀ ବିବେକାନନ୍ଦ

ଆଜି “ଜାତୀୟ ଯୁବ ଦିବସ” । ପ୍ରତିବର୍ଷ ଆଜିର ଦିନ ଅର୍ଥାତ ଜାନୁଆରୀ ୧୨ତାରିଖକୁ ରାଷ୍ଟ୍ରୀୟ ଯୁବ ଦିବସ ଭାବେ ପାଳନ କରାଯାଇଥାଏ । କିନ୍ତୁ ଜାଣନ୍ତିକି ଆଜିର ଦିନକୁ ହିଁ କାହିଁକି ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଏ । କଣ ରହିଛି ଏହା ପଛର ଇତିହାସ । ପ୍ରକୃତରେ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସକୁ ଜାତୀୟ ଯୁବ ଦିବସ ଭାବେ ଦେଶବ୍ୟାପି ପାଳନ କରାଯାଏ । ୧୯୬୩ମସିହା ଆଜିର ଦିନରେ ସ୍ୱାମୀଜୀଙ୍କ ଜନ୍ମ ହୋଇଥିଲା । ସେ ଥିଲେ ଏକାଧାରାରେ ଜଣେ ସମାଜ ସୁଧାରକ, ବିଚାରକ ଓ ଦାର୍ଶନିକ । ତାଙ୍କରି ଆଦର୍ଶ ଓ ବିଚାରରେ ଯୁବକ ମାନେ ପ୍ରୋତ୍ସାହିତ ହୋଇଥାନ୍ତି ।

ବିଶ୍ୱାସ କରାଯାଏ, ଯେଉଁମାନେ ସ୍ୱାମିଜିଙ୍କ ମାର୍ଗରେ ଚାଲନ୍ତି କେବେ ମଧ୍ୟ ଅସଫଳ ହୁଅନ୍ତି ନାହିଁ । ୧୯୮୫ ପରଠାରୁ ଦେଶ ବ୍ୟାପି ଏହି ଦିନ ଏକ ବିଶେଷ ଦିନ ଭାବରେ ପାଳିତ ହୋଇଆସୁଛି । ତାଙ୍କ ଭାଷାରେ କୌଣସି ଦେଶର ଭବିଷ୍ୟତ ସେହି ଦେଶର ଯୁବପିଢ଼ିଙ୍କ ଉପରେ ହିଁ ନିର୍ଭର କରିଥାଏ । ଦେଶ ବିକାଶରେ ଏମାନଙ୍କ ଅବଦାନ ଅତୁଳନୀୟ । ତେଣୁ ଦେଶର ଯୁବକଙ୍କୁ ଯେମିତି ସଠିକ ମାର୍ଗ ମିଳିବ ତାହା ହିଁ ହେଉଛି ଏହି ବିଶେଷ ଦିବସ ପାଳନର ମୂଳ ଲକ୍ଷ । ତେବେ ଆସନ୍ତୁ ସ୍ୱାମୀଜୀଙ୍କ ମୁଖ ନିସୃତ କିଛି ବାଣୀ ବାବଦରେ ଜାଣି ରଖିବା:

୧. “ଜୀବନରେ ସବୁବେଳେ ନୂଆ କିଛି କରି ଦେଖେଇବାକୁ ଚେଷ୍ଟା କର । ଯଦି ତୁମେ ଜିତିବା ତେବେ ନେତୃତ୍ୱ ନେବ । କିନ୍ତୁ ଯଦି ହାରିବ ତେବେ ଅନ୍ୟ ମାନଙ୍କୁ ପଥ ପ୍ରଦର୍ଶନ କରିପାରିବ ।”

୨. “ସବଲତା ହିଁ ଜୀବନ, ଦୁର୍ବଳତା ହିଁ ମୃତ୍ୟୁ ।”

୩. “ଅଭିଜ୍ଞତା ହିଁ ଜୀବନର ଏକମାତ୍ର ଗୁରୁ । ସତ୍ୟକୁ ଆମେ ସେପର୍ଯ୍ୟନ୍ତ ବୁଝିପାରିନଥାଉ ଯେପର୍ଯ୍ୟନ୍ତ ଅନୁଭବ କରିନଥାଉ ।”

୪. “ଯଦି ତୁମେ ନିଜକୁ ଶକ୍ତିଶାଳୀ ମନେ କର । ତେବେ ନିଶ୍ଚିତ ରୂପେ ତୁମ ଭବିଷ୍ୟତ ବି ଶକ୍ତିଶାଳୀ ହେବ ।”

୫. “ଧ୍ୟାନ ଜଣେ ମୂର୍ଖକୁ ସାଧୁରେ ପରିଣତ କରିପାରେ । କିନ୍ତୁ ମୂର୍ଖ ମାନେ ଧ୍ୟାନ କରନ୍ତି ନାହିଁ ।”

 

swami vivekananda

୬. “ଅନ୍ୟ ଠାରୁ କିଛି ସୁଗୁଣ ଗ୍ରହଣ କର । କିନ୍ତୁ ସେଗୁଡିକୁ ନିଜ ତରିକାରେ ହିଁ ଉପଯୋଗ କର । ନିଜେ ଅନ୍ୟପରି ବନିଯାଅ ନାହିଁ ।”

୭. “ହୃଦୟ ଓ ମସ୍ତିସ୍କର ସଂଘର୍ଷ ସମୟରେ ସବୁବେଳେ ନିଜ ହୃଦୟକୁ ହିଁ ଶୁଣ ।”

୮. “ଯଦି ମୋର ଅସରନ୍ତି ଦୁର୍ଗୁଣ ସତ୍ୱେ ମୁଁ ନିଜକୁ ଭଲ ପାଇପାରୁଛି । ତେବେ ଅନ୍ୟର କିଛି ମାତ୍ର ଖରାପ ଗୁଣ ପାଇଁ କାହିଁକି ତାକୁ ଘୃଣା କରିବି ।”

୯. “ତମ ନିଜ ଭବିଷ୍ୟତର ତୁମେ ନିଜେ ହିଁ ନିର୍ମାତା ।”

୧୦ . “ପ୍ରତିଦିନ କିଛି ସମୟ ନିଜ ସହିତ ହିଁ କଥା ହୁଅ । ନଚେତ ତୁମେ ଜଣେ ସୁଗୁଣ ସମ୍ପର୍ଣ୍ଣ ବ୍ୟକ୍ତିଙ୍କୁ ହରାଇ ବସିବ ।”

୧୧. ‘ଆମ ଚିନ୍ତାଧାରା ହିଁ ଆମକୁ ଗଢ଼ିତୋଳେ । ଶବ୍ଦ ଅପେକ୍ଷା ଚିନ୍ତାଧାରାକୁ ଗୁରୁତ୍ୱ ଦିଅ | କାରଣ ଏହାହିଁ ତୁମକୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବ ।”

୧୨. “ମନରେ ଥରେ ଅନ୍ଧବିଶ୍ୱାସ ଜନ୍ମ ନେବା ମାତ୍ରେ ମସ୍ତିଷ୍କ କାମ କରିବା ବନ୍ଦ କରିଦିଏ ।”

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.