Below header

ଆଜିଠାରୁ ପାରାଦୀପରେ ଆରମ୍ଭ ହେଲା ଦୁଇ ଦିନିଆ ସମରାଭ୍ୟାସ ‘ସି ଭିଜିଲ’, ୧୮ଟି ମେରାଇନ୍‌ ଥାନା କର୍ମଚାରୀ ସାମିଲ୍‌

ପାରଦୀପ : ପାରଦୀପ ଉପକୂଳରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ମିଳିତ ସମରାଭ୍ୟାସ ସି ଭିଜିଲ । ଭାରତୀୟ ନୌସେନା, କୋଷ୍ଟଗାର୍ଡ ସମେତ ୧୮ଟି ସାମୁଦ୍ରିକ ଥାନାର କର୍ମଚାରୀ ଏହି ସମରାଭ୍ୟାସରେ ସାମିଲ ହୋଇଛନ୍ତି। ପ୍ରଥମ ଥର ପାଇଁ ଇଣ୍ଟନ ନାଭାଲ କମାଣ୍ଡ ବିଶାଖାପଟନମ ଓ ନାଭାଲ ଫିସର ଇନଚାର୍ଜ ଓଡ଼ିଶା ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯାଇଛି।

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରଠାରୁ ସମୁଦ୍ର ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ ହତାଠ୍‌ ବାହ୍ୟ ଶତୃଙ୍କୁ ମୁକାବିଲା କରିବା ପାଇଁ ଏହି ସମରାଭ୍ୟାସ କରାଯାଉଛି। ରେଡ ଟିମ୍‌ ଓ ବ୍ଲୁ ଟିମ୍‌ ଗଠନ କରାଯାଇ ଆତଙ୍କବାଦୀ ବେଶରେ ଗୋଟିଏ ଟିମ୍‌ ସ୍ଥଳଭାଗରେ ପ୍ରବେଶ କରିବା ପାଇଂ ଚେଷ୍ଟା କରିବେ ଓ ଅନ୍ୟ ଟିମ୍‌ ଏମାନଙ୍କୁ ଧରିବା ପାଇଁ ପ୍ରୟାସ କରିବେ। ଗତ ନଭେମ୍ବର ୫ ଓ ୬ ତାରିଖରେ ଦୁଇ ଦିନ ଧରି ସାଗର କବଚ ହେବାର ଦୁଇ ମାସ ପରେ ପୁଣି ଏକ ସମରାଭ୍ୟାସ ଆୟୋଜନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.