Below header

ଆଜି ଭୁବନେଶ୍ୱରରେ ପହଞ୍ଚିବ କରୋନା ଭ୍ୟାକ୍ସିନ୍, ୩୪ଟି କେସ୍‌ରେ ୪୦ ହଜାର ୮ ଶହ ଭାଏଲ ଆସୁଛି ଓଡ଼ିଶା

ଭୁବନେଶ୍ବର: ସେରମ୍‌ ଇନଷ୍ଟିଚ୍ୟୁଟ୍‌ରୁ ବାହାରିଲା ଭ୍ୟାକ୍ସିନ ଗାଡି । ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରୁ କୋଭିସିଲ୍‌ଡ ଟିକାକୁ ତିନିଟି ଟ୍ରକ୍‌ ଯୋଗେ ପୁଣେ ଅନ୍ତର୍ଜାତୀୟ ବିମାନ ବନ୍ଦର ନିଆଯାଇଥିଲା । ବିମାନ ବନ୍ଦରରୁ ଟିକାର ଡୋଜ୍‌ ଦେଶର ବିଭିନ୍ନ ସ୍ଥାନକୁ ପଠାଯିବ । ମୋଟ୍‌ ୮ଟି ବିମାନ ପୁଣେ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବାହାରିବ । ପ୍ରଥମ ବିମାନ ଦିଲ୍ଲୀ ବିମାନ ବନ୍ଦର ଅଭିମୁଖେ ଯାତ୍ରା କରିବ । ଅପରାହ୍‌ଣରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ ଭ୍ୟାକ୍‌ସିନ୍‌ । ଦିନ ୪ଟା ୨୫ ସୁଦ୍ଧା ଭ୍ୟାକ୍‌ସିନ୍‌ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ । ACS ପ୍ରଦୀପ୍ତ ମାହାପାତ୍ର ଏନେଇ ସୂଚନା ଦେଇଛନ୍ତି।

୩୪ଟି କେସ୍‌ରେ ୪୦ ହଜାର ୮ ଶହ ଭାଏଲ ଓଡ଼ିଶା ଆସୁଛି । ଗୋଟିଏ ଭାଏଲରେ ୧୦ ଡୋଜ୍‌ ଟିକା ରହିଛି । ପ୍ରଥମେ ୧ କୋଟି ୧୦ ଲକ୍ଷ ଟିକା ପାଇଁ ଅର୍ଡର ମିଳିଛି । ଡୋଜ୍‌ ପିଛା ୨୦୦ ଟଙ୍କାରେ ଯୋଗାଇବାକୁ ସେରମ ସହ ଚୁକ୍ତି ହୋଇଛି । ପ୍ରଥମ ୧୦ କୋଟି ଡୋଜ୍‌ ପାଇଁ ଏହି ରେଟ୍‌ ରହିବ । ପ୍ରତି ସପ୍ତାହରେ କେନ୍ଦ୍ର ସରକାରଙ୍କୁ ଟିକା ଯୋଗାଇବ ସେରମ୍‌ । ପ୍ରଥମ ଦଫାରେ ୧ କୋଟି ୧୦ ଲକ୍ଷ କୋଭିସିଲ୍‌ଡ ଡୋଜ୍‌ ଯୋଗାଇବ । ସେରମ୍‌ ପାଖରେ ୫ କୋଟି ଡୋଜ୍‌ ମହଜୁଦ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.