କଟକ ବିଡାନାସୀ ତଅଁଳା ସାହିରେ ଚର୍ଚ୍ଚା: ବୃଦ୍ଧଙ୍କ ଆତ୍ମହତ୍ୟା ପରେ ବିଧବା ହେଲେ ୭ସ୍ତ୍ରୀ !

କଟକ : ଜଣେ ୭୫ ବର୍ଷୀୟ ବୃଦ୍ଧ ଆତ୍ମହତ୍ୟାଙ୍କ ପରେ ତାଙ୍କର ୭ଜଣ ସ୍ତ୍ରୀ ବିଧବା ହେବା ଭଳି ଏକ ଖବର ସାମ୍ନାକୁ ଆସିଛି । ଯାହା ବର୍ତ୍ତମାନ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ସୂଚନା ଅନୁଯାୟୀ, ଆତ୍ମହତ୍ୟା କରିଥିବା ନେପାଳ ନାୟକ ଜଣେ ବୃଦ୍ଧ ପୂର୍ବରୁ ୬ ଜଣ ମହିଳାଙ୍କୁ ବିବାହ କରିଥିଲେ। ୭ମ ଥର ଆଉ ଜଣେ ମହିଳାଙ୍କୁ ବିବାହ କରିବା ପରେ ପରିବାର ଭିତରେ ବିବାଦ ସୃଷ୍ଟି ହୋଇଥିଲା। ଏହି ବିବାଦକୁ କେନ୍ଦ୍ରକରି ବୃଦ୍ଧ ଜଣଙ୍କ ଗତକାଲି ଅର୍ଥାତ୍ ସୋମବାର ଦିନ ବେକରେ ଓଢ଼ଣୀ ବାନ୍ଧି ଆତ୍ମହତ୍ୟା କରିଥିଲେ । ଏଭଳି ଏକ ଘଟଣା ଘଟିଛି କଟକ ବିଡାନାସୀ ତଅଁଳା ସାହିରେ।

ମିଳିଥିବା ଖବର ମୁତାବକ, ନେପାଳ ୬ ଜଣଙ୍କୁ ବିବାହ କରି ସମସ୍ତଙ୍କୁ ସେହି ସାହିରେ ରଖିଥିଲେ। ଗଲା ଏକ ମାସ ତଳେ ସେହି ସାହିର ଜଣେ ବିଧବା ମହିଳାଙ୍କ ସହିତ ପ୍ରେମ ସମ୍ପର୍କ ଯୋଡ଼ି କେଉଁଆଡ଼େ ଚାଲି ଯାଇଥିଲେ। ନିକଟରେ ଘରକୁ ଫେରିବା ପରେ ବିବାହକୁ କେନ୍ଦ୍ରକରି ଘରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା।

ଗତକାଲି ଏହି ଘଟଣାକୁ କେନ୍ଦ୍ରକରି ଅପରାହ୍ନ ପ୍ରାୟ ୪ଟା ବେଳେ ନେପାଳ ଘର ଭିତର ପଟୁ କବାଟ ବନ୍ଦ କରି ବେକରେ ଓଢ଼ଣୀ ଗୁଡ଼ାଇ ଆତ୍ମହତ୍ୟା କରିଥିଲେ। ଏ ସଂକ୍ରାନ୍ତରେ ତାଙ୍କ ପ୍ରଥମ ସ୍ତ୍ରୀର ପୁଅ ମିଟୁ ନାୟକ ବିଡାନାସୀ ଥାନାରେ ଅଭିେଯାଗ କରିଛନ୍ତି। ପୋଲିସ ଶବ ଉଦ୍ଧାର କରି ବଡ଼ ମେଡିକାଲ ପଠାଇବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.