ମଦବିକ୍ରିକୁ ବିରୋଧ କରିବାରୁ ଶିକ୍ଷକଙ୍କୁ ଭୁଜାଲି ମାଡ, ଚେତାଶୂନ୍ୟ ଅବସ୍ଥାରେ ନାଳରେ ଫିଙ୍ଗିଲେ ଦୁର୍ବୃତ୍ତ

ସୋର: ମଦବିକ୍ରିକୁ ବିରୋଧ କରିବାରୁ ଶିକ୍ଷକଙ୍କୁ ଭୁଜାଲି ମାଡ । ଚେତାଶୂନ୍ୟ ଅବସ୍ଥାରେ ଶିକ୍ଷକଙ୍କୁ ନାଳରେ ଫିଙ୍ଗିଲେ ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ସୋର ଗୁଆପାଳ ଗାଁରେ ଏହି ଘଟଣା ଘଟିଛି । ଅଭିଯୋଗ ଅନୁଯାୟୀ, ଗାଁର ଅକ୍ଷୟ ମହାରଣା ଅଙ୍ଗନଓ୍ଵାଡି କେନ୍ଦ୍ର ନିକଟରେ ମଦ ବିକ୍ରି କରନ୍ତି । ଶିକ୍ଷକ ଗୋପାଳ ଚନ୍ଦ୍ର ଜେନା ଏହାକୁ ବିରୋଧ କରିଥିଲେ । ଏଥିରେ ଉତ୍ୟକ୍ତ ହୋଇ ଶିକ୍ଷକଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ ଅକ୍ଷୟ ।

ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ଭାବି ତାଙ୍କୁ ନାଳରେ ଫିଙ୍ଗିଦେଇଥିଲେ ଅକ୍ଷୟ । ଦୁଇଘଣ୍ଟା ପରେ ଚେତା ଫେରିବାରୁ ଲୋକଙ୍କ ସାହାଯ୍ୟରେ ମେଡିକାଲ ନିଆଯାଇଥିଲା। ପୋଲିସ ଅକ୍ଷୟ ମହାରଣାକୁ ଅଟକ ରଖି ପଚରାଉଚରା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.