ସିଡ୍‌ନୀ ଟେଷ୍ଟରେ ନିଜର ଆଚରଣ ପାଇଁ କ୍ଷମା ପ୍ରାର୍ଥନା କଲେ ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପେନ୍‌

ସିଡ୍‌ନୀ: କ୍ଷମା ପ୍ରାର୍ଥନା କଲେ ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପେନ୍‌ । ସିଡ୍‌ନୀ ଟେଷ୍ଟରେ ନିଜର ଆଚରଣ ପାଇଁ କ୍ଷମା ମାଗିଛନ୍ତି । ଅଶ୍ୱିନୀଙ୍କ ଉପରେ ଚାପ ପକାଇଥିବା କଥାକୁ ସ୍ୱୀକାର କରିଛନ୍ତି ପେନ୍‌ । କହିଛନ୍ତି, ଅଧିନାୟକତା ଓ କାର୍ଯ୍ୟଦକ୍ଷତା ଉପରେ ପ୍ରଭାବ ପଡିଛି ।

ଅଶ୍ୱିନୀ ଓ ହନୁମା ବିହାରୀଙ୍କ ଧର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଯୋଗୁ ସିଡ୍‌ନୀ ଟେଷ୍ଟ ଡ୍ର ରହିଥିଲା । ମ୍ୟାଚ୍‌ ସମୟରେ ଅଶ୍ୱିନୀଙ୍କ ଏକାଗ୍ରତା ଭଙ୍ଗ କରିବାକୁ ଚେଷ୍ଟା କରିଥିଲେ ଟିମ୍‌ ପେନ୍‌ । ଆଜି ସକାଳେ ପେନ୍‌ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ପଡ଼ିଆରେ କରିଥିବା ଆଚରଣ ପାଇଁ ଭାରତୀୟ କ୍ରିକେଟ୍‌ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି । ସେ କରିଥିବା ଭୁଲ୍‌ ପାଇଁ କ୍ଷମା ମାଗିବାକୁ ଚାହେଁ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.