ସାଥୀର ମୃତ୍ୟୁ ପରେ ଅସ୍ଥିର ହୋଇପଡିଛି ଶୁଆଟି, ଭିଡିଓ ଦେଖିଲେ ଆପଣ ବି ଭାବପ୍ରବଣ ହୋଇଯିବେ

ଆମେ ସୋସିଆଲ୍ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ଦେଖୁ। କିନ୍ତୁ ବେଳେବେଳେ ଆମେ ଏପରି କିଛି ଦେଖିବାକୁ ପାଇଥାଉ ଯାହା ସିଧାସଳଖ ଆମ ହୃଦୟକୁ ସ୍ପର୍ଶ କରେ। ବିଶେଷକରି ଯଦି ଭିଡିଓ ଗୁଡିକ ପଶୁ ପକ୍ଷୀ ମାନଙ୍କ ସହିତ ଜଡିତ, ତେବେ ଲୋକମାନେ ତାହାକୁ ଟିକେ ଅଧିକ ପସନ୍ଦ କରିଥାନ୍ତି। ତେବେ ଆପଣ ନିଶ୍ଚିତ ଭାବରେ ପଶୁମାନଙ୍କର ଅନେକ ମଜାଦାର ଭିଡିଓ ଦେଖିଥିବେ, କିନ୍ତୁ ଯେଉଁ ଭିଡିଓ ଆଜି ଭିଡିଓ ଆପଣଙ୍କ ଆଖିରୁ ଲୁହ ଖସାଇଦେବ।

ଆମେ ଆମ ଘରେ କିଛି ପଶୁ ପକ୍ଷୀଙ୍କୁ ରଖୁ। ଯେଉଁମାନେ ମଣିଷ ସହିତ ବଞ୍ଚିବା ସମୟରେ ସମ୍ବେଦନଶୀଳତା ଶିଖିଯାଇଥାନ୍ତି। ସେମାନେ ବି ହୃଦୟଙ୍ଗମ କରିଥାନ୍ତି ନିଜର ଲୋକଙ୍କୁ ହରାଇବାର କଷ୍ଟକୁ। ଯାହା ଭାଇରାଲ ହେଉଥିବା ଏହି ଭିଡିଓରେ ବାରି ହୋଇପଡୁଛି। ଏହି ଭିଡିଓଟିରେ କିଭଳି ଶୁଆଟି ଅତ୍ୟନ୍ତ ଭାବପ୍ରବଣ ହୋଇଯାଉଛି ତାହା ଦେଖିବାକୁ ମିଳିଛି। ଶୁଆଟି ନିଜ ସାଥୀର ମୃତ୍ୟୁରେ ସମ୍ପୂର୍ଣ୍ଣ ଭାଙ୍ଗିପଡିଛି। ଯାହା ଦେଖି ଆପଣ ନିଶ୍ଚିତ କହିବେ କେବଳ ମଣିଷ ନୁହଁନ୍ତି ପଶୁ ପକ୍ଷୀ ମାନେ ବି ସମ୍ପର୍କର ମୂଲ୍ଯକୁ ଠିକ୍ ଭାବେ ବୁଝିପାରିଥାନ୍ତି ଏବଂ ସେମାନେ ମଧ୍ୟ ଯନ୍ତ୍ରଣା କଣ ଅନୁଭବ କରିପାରନ୍ତି।

 

ନିଜ ସାଥୀର ମୃତ୍ୟୁ ପରେ ଅସ୍ଥିର ହୋଇପଡିଛି ଶୁଆଟି। ତା ସାଥୀ ପାଖରେ ବସି ତାକୁ ଥଣ୍ଟରେ ସାଉଁଳି ପକାଉଛି ଶୁଆଟି। ସତେ ଯେମିତି କହୁଛି ଥରେ ଉଠିଯା, କେମିତି ତତେ ଏକା ଛାଡି ରହିବି। କିନ୍ତୁ ସେ ବୋଧେ ଜାଣିନି ତା ସାଥୀ ଏ ଦୁନିଆ ଛାଡି ସବୁଦିନ ପାଇଁ ଚାଲିଯାଇଛି। ଯେତେ ଚେଷ୍ଟା କଲେ ବି ସେ ଆଉ ଉଠିବନି। ତାର ଶେଷ ବିଦାୟ ପାଇଁ ପ୍ରସ୍ତୁତି ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.