Below header

ତାମିଲନାଡୁ ଜଙ୍ଗଲରେ ଅଛି ଏମିତି ଏକ ଗଛ, କାଟିଲେ ବାହାରୁଛି ଥରକେ ଏକଲିଟର ପାଣି, ଲୋକେ ପାଣି ପିଇ ମେଣ୍ଟାଉଛନ୍ତି ଶୋଷ

ଭଗବାନଙ୍କ ସୃଷ୍ଟି ପୃଥିବୀ ସତରେ ବଡ଼ ବିଚିତ୍ର। ଏଠାରେ ସବୁ ଜିନିଷ ରହିଛି। ଏହାକୁ କେବଳ ଲୋକ ଲୋଚନକୁ ଆଣିବାର ଆବଶ୍ୟକତା ରହିଛି। ଏବେ କିଛି ପରିବେଶବିତ୍‌ ସେଭଳି ଏକ ଗଛ ବିଷୟରେ ପତ୍ତା କରିଛନ୍ତି, ଯାହାକୁ କାଟି ଦେଲେ ବାହାରୁଛି ପାଣି।ସେ ବି ବୁନ୍ଦାଏ କି ଦୁଇ ବୁନ୍ଦାଏ ନୁହେଁ ଥରକରେ ବାହାରୁଛି ପୁରା ୧ ଲିଟର ପାଣି । ଗଛରୁ ବାହାରୁଥିବା ପାଣି ସମ୍ପୂର୍ଣ୍ଣ ବିଶୁଦ୍ଧ ଓ ପିଇବା ଯୋଗ୍ୟ ବୋଲି ମଧ୍ୟ ଏକ୍ସପର୍ଟମାନେ କହିଛନ୍ତି।

ବର୍ତ୍ତମାନ ଯେଉଁ ପରିମାଣରେ ବାୟୁ ପ୍ରଦୂଷଣ ବଢ଼ୁଛି ଓ ତାପମାତ୍ରା ଉପରମୁହାଁ ହୋଇଛି ସେଥିରୁ ବର୍ତ୍ତିବାକୁ ବୃକ୍ଷରୋପଣ କରିବା ନିତାନ୍ତ ଆବଶ୍ୟକ ହୋଇପଡ଼ିଛି। କେବଳ ଗଛ ହିଁ ଏକ ମାତ୍ର ଜିନିଷ, ଯାହା ପରିବେଶକୁ ଥଣ୍ଡା ରଖିବା ସହ ବର୍ଷାର ମାତ୍ରାକୁ ବଢ଼ାଇବ। ଗଛ ଯୋଗୁ ବର୍ଷା ହୁଏ ଓ ପାଣି ମିଳେ ବୋଲି ତ ଆମେ ସମସ୍ତେ ଜାଣିଛନ୍ତି। କିନ୍ତୁ ଗଛ ଦେହରୁ ପାଣି ବାହାରୁଥିବା ବୋଧେ କେହି ଜାଣିନଥିବେ। ଦୁନିଆରେ ଏକ ଏମିତି ବି ଗଛ ଅଛି, ଯାହାକୁ କାଟିଲେ ସେଥିରୁ ପାଇପ୍‌ ଭଳି ପାଣି ବାହାରିଥାଏ। ବିଶ୍ୱାସ ହେଉନଥିଲେ ବି ଏହା ପୂରା ପୂରି ସତ।

ଗଛ ବିନା ଜୀବନ ପରିକଳ୍ପନା କରିବା ଅସମ୍ଭବ। ଗଛ ଛାଇ ଏବଂ ଫଳ ଦେବା ସହିତ ଲୋକଙ୍କ ଅନେକ ଆବଶ୍ୟକତାକୁ ପୂରଣ କରିଥାଏ। ଗଛ ଯୋଗୁଁ ଆମେ ଅମ୍ଳଜାନ ମଧ୍ୟ ପାଇଥାଉ। ସୋସିଆଲ ମିଡିଆରେ ଏପରି ଏକ ଗଛ ଭାଇରାଲ ହେଉଛି। ଯାହାକୁ କାଟିଲେ ପାଣି ବାହାରୁଛି। ଯେତେବେଳେ ଲୋକଙ୍କର ଆବଶ୍ୟକତା ପଡୁଛି, ଏଥିରୁ ବାହାରୁଥିବା ପାଣିରେ ସେମାନେ ଶୋଷ ମେଣ୍ଟାଉଛନ୍ତି।

ବୈଜ୍ଞାନିକ ଭାଷାରେ ଏହି ଗଛର ନାଁ ହେଉଛି Terminalia ଟରମିନାଲିଆ ଟୋମେଣ୍ଟାସ। ଗଛର ଛାଲ କୁମ୍ଭୀର ଚମଡା ଭଳି ଦେଖାଯାଉଥିବାରୁ ଏହାକୁ କୁମ୍ଭୀର ପିଠି ଭଳି ଗଛ Crocodile Bark tree ମଧ୍ୟ କୁହାଯାଏ।ଏହି ଗଛ ଦକ୍ଷିଣ ଭାରତରେ ଦେଖାଯାଏ। ତାମିଲନାଡୁ ଜଙ୍ଗଲରେ ଏହି ଗଛ ବହୁଳ ପରିମାଣରେ ଦେଖାଯାଏ। ଗଛରୁ ପାଣି କାହିଁକି ବାହାରୁଛି ତାର କାରଣ ଏପର୍ଯ୍ୟନ୍ତ ଜଣାପଡୁନାହିଁ। ଏହି ଗଛକୁ କାଟିଲେ ଏ ଲିଟର ପର୍ଯ୍ୟନ୍ତ ପାଣି ବାହାରୁଛି। ଏହି ପାଣି ପିଇ ସ୍ଥାନୀୟ ଆଦିବାସୀଙ୍କ ଶୋଷ ମେଣ୍ଟୁଛି।

ପାଇପ୍‌ରୁ ପାଣି ବାହାରିଲେ ଯେଉଁ ଫୋର୍ସରେ ଛିଟିକେ, ଏହି ଗଛକୁ ହାଣିଲେ ସେହି ଚାପରେ ପାଣି ବାହାରିଥାଏ। ତେବେ ଏହି ଗଛରୁ କେମିତି ଏତେ ପାଣି ବାହାରୁଛି ଓ ଗଛ ପାଣିକୁ ଷ୍ଟୋର କରି ରଖିବାର ଟେକ୍ନିକ୍‌ କ’ଣ, ବୈଜ୍ଞାନିକମାନେ ତାହା ଉପରେ ଗବେଷଣା ଆରମ୍ଭ କରିଛନ୍ତି।

ଟ୍ଵିଟର ପେଜ୍‌ରେ ଏହି ଗଛର ଭିଡିଓ ସେୟାର କରାଯାଇଛି। । ଗଛକୁ ଟିକେ ହାଣିବା ପରେ ଛାଲ ବାହାରୁଛି। ଆଉ ତା ପରେ ଟ୍ୟାପ୍‌ ଭଳି ଅବିରତ ପାଣିର ଧାରା ବୋହି ଚାଲିଛି। ଆଉ ଲୋକମାନେ ଏହାକୁ ପିଉ ବି ଛନ୍ତି। ସୂଚନା ଅନୁସାରେ ଏହା ଏକ ଜଙ୍ଗଲୀ ଗଛ। ଜଙ୍ଗଲରେ ବୁଲୁଥିବା ଲୋକଙ୍କ ଏହା ଶୋଷ ମେଣ୍ଟାଇଥାଏ। କେବଳ ସେତିକି ନୁହେଁ ବରଂ ଏହାର କାଠରେ ଆସବାବ ପତ୍ର, ଡଙ୍ଗା, ରେଳ ରୋଡ୍‌ କ୍ରସ୍‌, ଗିଟାର ଆଦି ନିର୍ମାଣ କରାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.