Below header

ମାଟିର ସୈନିକ ଜଗିଛନ୍ତି ରାଜାଙ୍କ ସମାଧି, ସୈନିକଙ୍କୁ ଯିଏ ଡେଇଁଛି ସିଏ ମରିଛି

ଚୀନ ସାମ୍ରାଜ୍ୟରେ ମାଟି ତଳେ ବିରାଟ ସମାଧି ଅଛି । ଯାହା ୧୯୭୪ ମସିହାରେ ପ୍ରଥମ ଥର ସାମ୍ନା କୁ ଆସିଥିଲା। ଏହି ସମାଧି ଚାରିପଟେ ୭ ହଜାର ଟେରାକୋଟା ବା ମାଟିରେ ତିଆରି ସୈନିକଙ୍କ ଏକ ଗ୍ରୁପ୍ ଠିଆ ହୋଇଛି । କୁହାଯାଏ ଏହି ସୈନ୍ୟ ନିଜ ରାଜାଙ୍କୁ ସବୁ ସମୟରେ ବଞ୍ଚାଇବା ପାଇଁ ରେଡ଼ି ରୁହନ୍ତି। ଏହି ଜାଗାରେ ଏକ ଦ୍ଵାର ରହିଛି ଯାହାକୁ କେହି କେବେ ଖୋଲି ପାରି ନାହାଁନ୍ତି। ଯିଏ ବି ଚେଷ୍ଟା କରିଛି ତାର ବହୁତ ସମସ୍ୟା ହୋଇଛି। ଏହି ସୈନିକମାନଙ୍କ ଭିତରେ ଆଗକୁ ବଢ଼ିବାକୁ ଚାହିଥିବା ଲୋକ ନିଜ ଅନୁଭୂତି ଯାହା କହିଛନ୍ତି ଆପଣ ଶୁଣିଲେ ଵିଶ୍ଵାସ କରି ପାରିବେ ନାହିଁ।

ଯେଉଁମାନେ କେବଳ ଏହି ସମାଧି ବୁଲିବା ପାଇଁ ଯାଇଛନ୍ତି ସେମାନଙ୍କ ର କିଛି ସମସ୍ୟା ହୋଇନାହିଁ। ହେଲେ ସୈନିକଙ୍କୁ ଡେଇଁ ଏଠାରେ ଥିବା ଗୁପ୍ତ ଦ୍ଵାର ଯାଏଁ ଯିଏ ପହଞ୍ଚିଛି ସେ ଅଣ ନିଃଶ୍ୱାସ ହୋଇଯାଇଥିବା କହିଛନ୍ତି। ତେବେ ବର୍ତ୍ତମାନ ଏହି ଟେରାକୋଟା ସୈନିକଙ୍କ ଭିତରେ ପଶିବାକୁ କାହାକୁ ଅନୁମତି ନାହିଁ। ଶୁଣିବାକୁ ମିଳେ ଏହି ଦ୍ଵାର ଖୋଲିବା ପାଇଁ ଥରେ ପାଞ୍ଚ ଭାଈ କାହାକୁ କିଛି ନକହି ଏହି ସମାଧି ଭିତରେ ପଶିଥିଲେ। ସେମାନଙ୍କ ଲକ୍ଷ୍ୟ ଥିଲା ଗୁପ୍ତ ଦ୍ବାର ଯାଏଁ ପହଞ୍ଚି ତାକୁ ଖୋଲିବା। ହେଲେ ସେମାନେ ଏଥିରେ ଅସଫଳ ରହିଗଲେ। କୁହାଯାଏ ଏଠାରେ ଥିବା ସେହି ରହସ୍ୟମୟ ଦ୍ଵାରରେ ମଣିଷଙ୍କ ହାତ ବାଜିଲେ ତା ଭିତରୁ ନିଆଁ ସହ ତୀର ମାଡ ହୁଏ। ତେଣୁ ଏହି ଦ୍ଵାରକୁ କେହି କେବେ ଖୋଲିବାକୁ ଚେଷ୍ଟା କରି ନାହାଁନ୍ତି।

ଏତେ ଭୟଙ୍କର ଜାଗାକୁ ଯିବାକୁ ଆପଣ ହୁଏତ ମନା କରିଦେବେ ହେଲେ ଏହି ଜାଗାକୁ ଯିବାକୁ ଜିଦ କରିଥିଲେ ପାଞ୍ଚ ଭାଇ। ହେଲେ ସେମାନେ ଯେତେବେଳେ ଭିତରକୁ ପଶିଲେ ସେମାନେ ବୁଝିଗଲେ କେତେବଡ ଭୁଲ୍ ନିଷ୍ପତ୍ତି ନେଲେ। ସେନାଙ୍କ ଭିତରେ ପଶିବା ପରେ ନିଜ ଶରୀର ରେ ଅଜବ ଅନୁଭବ କରିଥିଲେ । ଯେମିତି ସେମାନଙ୍କ ଭିତରେ ମଝିରେ ପହଞ୍ଚିଲେ ପାଞ୍ଚ ଭାଇ ନିଜ ନିଜ ଶରୀରରେ ଅସହ୍ୟ ଯନ୍ତ୍ରଣା ଅନୁଭବ କଲେ। ଏହି ଯନ୍ତ୍ରଣା ସେମାନଙ୍କୁ ସଂକେତ ଦେଉଥିଲା ଜଲଦି ବାହାରକୁ ବାହାରି ଯାଅ। ଆଉ ସେମାନେ ଏହି ସମାଧିରୁ ବାହାରକୁ ଆସିବାର ମାତ୍ର ତିନି ମାସ ଭିତରେ ଅପମୃତ୍ୟୁର ଶିକାର ହେଲେ।

ଏହି ସମାଧି ଭିତର ଦେଇ ଦୁଇ ନଦୀ ବହି ଯାଇଥିବା ବି ଦେଖିବାକୁ ମିଳିଛି । ହେଲେ ଏହି ଦୁଇ ନଦୀରେ ପାଣି ଯାଗାରେ ଲିକୁଇଡ ମର୍କ୍ୟୁରି ବହୁଥିବା କୁହାଯାଏ। ଆଉ ଆପଣ ଜାଣିଛନ୍ତି ମଣିଷ ମର୍କ୍ୟୁରିରେ ପଡିଲେ ମୃତ୍ୟୁ ସୁନିଶ୍ଚିତ। ଏଥିପାଇଁ ଆଜି ଯାଏଁ ଏହି ସମାଧିର ମୁଖ୍ୟ ଦ୍ଵାର ଖୋଲା ଯାଇ ନାହିଁ।

terakota 1
Photo credit: China Discovery

ବୈଜ୍ଞାନିକ ଆଜି ବି ରିସର୍ଚ୍ଚରେ ଲାଗିଛନ୍ତି ଏହି ସମାଧିର ମୁଖ୍ୟ ଦ୍ଵାର ସେପଟେ ଅଛି କଣ। କୁହାଯାଏ ଏହି ଦ୍ଵାର ଖୋଲିଲେ ହୁଏତ ପ୍ରଳୟ ଆସିପାରେ। ହେଲେ କିଛି ସ୍ପଷ୍ଟ ଜଣାପଡି ନାହିଁ। ତେବେ ଏହି ଟେରାକୋଟା ସୈନିକ କିଏ ଜାଣନ୍ତୁ। ଏମାନେ ହେଉଛନ୍ତି ଚିଂଶ। ଚିଙ୍ଗସ୍ ଚୀନର ପ୍ରଥମ ସୈନିକ ଗ୍ରୁପ୍। ମାତ୍ର ୧୩ ବର୍ଷ ବୟସରେ ହିଁ ଏମାନେ ନିଜର ସ୍ଵତନ୍ତ୍ର ସାମ୍ରାଜ୍ୟ ଠିଆ କରି ଦେଇଥିଲେ। ଶୁଣିବାକୁ ମିଳେ ଏହି ସମାଧି ତିଆରି କରିବା ପାଇଁ ୭ ଲକ୍ଷ ଶ୍ରମିକ ୩୮ ବର୍ଷ ଯାଏଁ କାମ କରିଥିଲେ।

ତେବେ ଆପଣ ଯଦି ଏବେ ଏହି ଯାହାକୁ ଯିବାକୁ ଚାହୁଁଛନ୍ତି ତେବେ ଯାଇ ପାରିବେ । ହେଲେ ଏହି ସମାଧି ଭିତରକୁ ଯିବାକୁ ଦିଆ ଯିବ ନାହିଁ। ଚାରିପଟ ବୁଲି, ଶେଲ୍ଫି ନେଇ ଆପଣ ଫେରି ପାରିବ। ଆଉ ହଁ ଯଦି କେବେ ଚୀନ ଯିବେ ଆଉ ଏହି ସମାଧି ଦେଖିବାକୁ ଯିବେ ନିଶ୍ଚିତ ଥରେ ସେହି ମୁଖ୍ୟଦ୍ୱାର ଯାଏଁ ଯିବାକୁ ଚେଷ୍ଟା କରିବେ । ଲୋକଙ୍କ ଠାରୁ ପଚାରି ବୁଝିବେ କେହି କେବେ ଯାଇଛନ୍ତି କି ନାହିଁ। ଆଉ ସେହି ସ୍ଥାନରେ ପହଞ୍ଚିବା ପରେ ହିଁ ଅଧିକ ତଥ୍ୟ ଆପଣଙ୍କୁ ମିଳିଯାଇ ପାରେ ଯାହା ଏହି ଭିଡିଓରେ ଆପଣଙ୍କୁ ମିଳିନାହିଁ।

ଆଶ୍ଚର୍ୟ୍ଯ ଲାଗେ ଯେ, ରାଜାମାନେ ମଲା ପରେ ବି କାହିଁକି ସୈନିକଙ୍କ ଗହଣରେ ରୁହନ୍ତି। ଏଭଳି ସମାଧି ତିଆରି କରିବା ପଛରେ କଣ କାହାଣୀ ଅଛି ରାଜ ବଂଶର ତାକୁ ନେଇ ଆଉ ଏକ ଭିଡିଓ ମୁଁ ଆଣିବି। ହେଲେ ଦୁନିଆରେ ଏଭଳି ରହସ୍ୟମୟ ଜାଗା ଅଛି ଜାଣି ଚକିତ ଲାଗେ । ତା ସହ ଅନେକ ଅସମାହିତ ପ୍ରଶ୍ନ ଉଙ୍କି ମନରେ ଉଙ୍କିମାରେ । ତେବେ ଆହୁରି ମଧ୍ୟ ଶୁଣିବାକୁ ମିଳେ, ଯେଉଁ ଶ୍ରମିକ ମାନେ ଏଠାରେ କାମ କରୁଥିଲେ ଯଦି ସେମାନଙ୍କ ଭିତରୁ କାହାର ମୃତ୍ୟୁ ହୁଏ ସେମାନଙ୍କ ମୃତଦେହ ଏହି ମର୍କ୍ୟୁରି ନଦୀରେ ପକାଇ ଦିଆଯାଇ। କୁହାଯାଏ ଏହି ମର୍କ୍ୟୁରି ଲିକ୍ୟୁଇଡ ହୋଇଥାଏ ହୁଆକାନ ପିରାମିଡ୍ ତଳେ ଦେଖିବାକୁ ମିଳିଛି। ପ୍ରତ୍ନତତ୍ତ୍ୱବିତ୍ କୁହନ୍ତି ଦୁନିଆରେ ଏଭଳି ଅନେକ ଜାଗା ରହିଛି ଯାହା ଖୋଳା ଗଲେ ମର୍କ୍ୟୁରି ଲିକ୍ୟୁଇଡର ଅସଲ ଝର ବିଷୟରେ ଜଣାପଡ଼ିବ। ତେବେ ମାୟା ସଭ୍ୟତା ସମୟରୁ ଏହି ମର୍କ୍ୟୁରି ଲିକ୍ୟୁରିଡ ଖୋଜା ଯାଇଥିବା କୁହାଯାଏ। ବିଷ ଜନିତ ଜିନିଷରୁ ହିଁ ଏଭଳି ମର୍କ୍ୟୁରି ତିଆରି ହୁଏ । ଯାହା ମଣିଷ ଶରୀରକୁ କ୍ଷତି ପହଞ୍ଚାଇ ଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.